ଜଳ ଓ ଭୂମି ପରିଚାଳନା ସଂସ୍ଥା (ଓ୍ୱାଲମୀ) ଦ୍ୱାରା ବ୍ଲକମାନଙ୍କ ସହାୟତାରେ ଜଳମିତ୍ରମାନଙ୍କୁ ପ୍ରଶିକ୍ଷଣ

0 2

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ରରୁଆଁ ବ୍ଲକ୍ ଏବଂ ବଡ଼ସାହି ବ୍ଲକ ବିଡ଼ିଓଙ୍କ ସହଯୋଗରେ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ (ଓ୍ୱାଲମୀ) ଦ୍ୱାରା ଦୁଇଦିନିଆ ନବନିଯୁକ୍ତ ଜଳମିତ୍ରମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଇଛିା ସେହିଭଳି ସମ୍ବଲପୁର ଜିଲ୍ଲାରେ ମାନେଶ୍ୱର, ଜମନକିରା, ଜୁଜୁମୋରା ଏବଂ ବାମରା ବ୍ଲକ୍ ବିଡ଼ିଓମାନଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛିା ଗ୍ରାମସ୍ତରରେ ଶତକଡ଼ା ୫୦ ପ୍ରତିଶତ ପୁରୁଷ ଏବଂ ଶତକଡ଼ା ୫୦ ପ୍ରତିଶତ ମହିଳାଙ୍କୁ ଜଳମିତ୍ର ଭାବେ ରାଜ୍ୟ ସରକାର ଚୟନ କରିଛନ୍ତିା ଏହି ଜଳମିତ୍ରମାନେ ଗ୍ରାମୀଣ ସ୍ତରରେ ଭୂତଳ ଜଳ ପୁନଃଭରଣ କୂପମାନଙ୍କର ରକ୍ଷଣାବେକ୍ଷଣ, ଭୂତଳ ଜଳ ପରିଚାଳନା ଏବଂ ଉପଲବ୍ଧ ଜଳର ସଦୁପଯୋଗ ଦିଗରେ ନିଜକୁ ସେ୍ୱଚ୍ଛାକୃତ ଭାବେ ନିୟୋଜିତ କରିବୋ
ପ୍ରକାଶ ଥାଉ କି, ଆସନ୍ତା ଦିନଗୁଡ଼ିକରେ ୧୫ଟି ଜିଲ୍ଲାରେ ସବୁଜ ଜଳବାୟୁ ପାଣ୍ଠି ପ୍ରକଳ୍ପ ଅନ୍ତର୍ଗତ ବ୍ଲକ୍ଗୁଡ଼ିକରେ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ (ଓ୍ୱାଲମୀ) ଦ୍ୱାରା ଜଳମିତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହେବା

Leave A Reply

Your email address will not be published.