ବିଜେପୁର :ସୁଶାନ୍ତ ସାହୁ (ଶାସକ ପ୍ରଶାସକ )ବର୍ତ୍ତମାନ ସାରା ଭାରତ ବର୍ଷରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ସରକାରଙ୍କ ଠାରୁ ଆରମ୍ଭ କରି ଆମ ଜନତା ସମସ୍ତେ ଅଣ୍ଟା ଭିଡି ଥିବବେଳେ ପ୍ରକୃତି ଓ ପ୍ରାକୃତିକ ପରିବେଶକୁ ପ୍ରଦୂଷଣ ମୁକ୍ତ ଓ ତୀର୍ଥସ୍ଥଳୀ ମାନଙ୍କୁ ସ୍ୱଚ୍ଛ,ନିର୍ମଳ ଓ ସୁନ୍ଦର କରି ଗଢ଼ି ତୋଳିବା ସହ ପର୍ଯ୍ୟଟକ ମାନଙ୍କୁ ମଧ୍ୟ ସଚେତନ କରିବାପାଇଁ କାର୍ଯ୍ୟକ୍ରମ କରୁଛି ଇକୋ ପ୍ରୋଟେକ୍ଟ ଫାଉଣ୍ଡେସନ। ଇକୋ କ୍ଲବର କର୍ମକର୍ତ୍ତା ମାନଙ୍କ କହିବାନୁସାରେ,ପ୍ରତି ମାସରେ ବିଭିନ୍ନ ଅଞ୍ଚଳରେ ଥିବା ପର୍ଯ୍ୟଟନ ତୀର୍ଥସ୍ଥଳୀ ମାନଙ୍କୁ ଯାଇ ନିଜର ସଦସ୍ୟ ମାନଙ୍କ ସହାୟତାରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଚଳାଇବା ସହ ଲୋକଙ୍କୁ ପ୍ଲାଷ୍ଟିକ ଓ ପ୍ରଦୂଷଣ ମୁକ୍ତ କରିବା ପାଇଁ ସଚେତନ କରୁଛନ୍ତି। ଏ ନେଇ ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ବରଗଡ଼ ଜିଲ୍ଲା ଅନ୍ତର୍ଗତ ପାଇକମାଲ ସ୍ଥିତ ଗନ୍ଧମାର୍ଦ୍ଧନ ପର୍ବତ ପାଦ ଦେଶରେ ଅବସ୍ଥିତ ଶ୍ରୀଶ୍ରୀ ନୃସିଂହନାଥ ପୀଠ କୁ ସ୍ୱଚ୍ଛ କରିବା ସହ ଡଷ୍ଟବିନ ଲଗାଇଥିଲେ। ତେବେ ଏହି ପ୍ରାକୃତିକ ପରିବେଶ ଓ ମୁଖ୍ୟତଃ ମନ୍ଦିର ପରିସର ସହ କୁଳୁକୁଳୁ ନାଦରେ ବହି ଯାଉଥିବା ଝରଣାକୁ ପର୍ଯ୍ୟଟକ କିପରି ସ୍ୱଚ୍ଛ ରଖିବେ, ଯାହା ଦ୍ୱାରା ଜଙ୍ଗଲରେ ରହିଥିବା ଅସଂଖ୍ୟ ପ୍ରାଣୀ ପକ୍ଷୀ ଓ ବନସ୍ପତି ପ୍ରଦୂଷଣ ଯୋଗୁଁ ନଷ୍ଟ ନହେବ ସେନେଇ ଏହି ଅଞ୍ଚଳକୁ ପୂର୍ଣ୍ଣତଃ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଦାବି ମଧ୍ୟ କରିଛନ୍ତି ଇକୋ ପ୍ରୋଟେକ୍ଟ ଫାଉଣ୍ଡେସନ ର ସଦସ୍ୟ ବୃନ୍ଦ ।ତେବେ ଦେଖିବା କଥା ଫାଉଣ୍ଡେସନର ଏହି ପ୍ରୟାସ କେବେ ସଫଳ ହେଉଛି ଏବଂ ଏହି ଅଞ୍ଚଳକୁ ସରକାର ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳ ଭାବରେ ଘୋଷଣା କରୁଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।
Sign in
Sign in
Recover your password.
A password will be e-mailed to you.