ଗଙ୍ଗୁଆ ନାଳ ସେତୁ ଲୋକଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବ: ମନ୍ତ୍ରୀ ରବି ନାଏକ

0

ଭୁବନେଶ୍ୱର:ଭୁବନେଶ୍ୱରର ଜଗନ୍ନାଥ ନଗର-କୋରଡ଼କଣ୍ଟା ରାସ୍ତାରେ ଗଙ୍ଗୁଆ ନାଳରେ ସେତୁ ନିର୍ମାଣ ପାଇଁ ୩ କୋଟି ୧୮ ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛିା ଏହି କାର୍ଯ୍ୟକ୍ରମରେ ଶ୍ରୀ ରବିନାରାୟଣ ନାଏକ, ମାନ୍ୟବର ମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲୋ
ଜଗନ୍ନାଥ ନଗର-କୋରଡ଼କଣ୍ଟା ଅଞ୍ଚଳର ଲୋକଙ୍କ ଗମନାଗମନ ନେଇ ଦୀର୍ଘ ଦିନରୁ ଥିବା ସମସ୍ୟାର ସମାଧାନ ନିମନ୍ତେ ଗଙ୍ଗୁଆ ନାଳରେ ୩ କୋଟି ୧୮ ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳରେ ସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
କରାଯାଇଛିା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଶ୍ରୀ ରବିନାରାୟଣ ନାଏକ ଯୋଗ ଦେଇଥିଲୋ ଏଥିରେ ସମ୍ମାନନୀୟ ଅତିଥି ଭାବରେ ଭୁବନେଶ୍ୱର ଲୋକସଭା କ୍ଷେତ୍ରର ମାନ୍ୟବର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ, ଏକାମ୍ର- ଭୁବନେଶ୍ୱର ବିଧାନସଭା କ୍ଷେତ୍ରର ମାନ୍ୟବର ବିଧାୟକ ଶ୍ରୀ ବାବୁ ସିଂ, ଭୁବନେଶ୍ୱର ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ସାହୁ ଏବଂ ଅନ୍ୟ ଅତିଥିବୃନ୍ଦ ଯୋଗ ଦେଇଥିଲୋ
ଏହି ଅବସରରେ ଅନୁଷ୍ଠିତ ସଭାକୁ ସମ୍ବୋଧିତ କରି ମାନ୍ୟବର ମନ୍ତ୍ରୀ ଶ୍ରୀ ନାଏକ ସେତୁ ନିର୍ମାଣର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଅଞ୍ଚଳବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ସେତୁ ନିର୍ମିତ ହେବା ପରେ ଅଞ୍ଚଳର ବିକାଶ ପ୍ରକ୍ରିୟାକୁ ଏହା ବହୁଗୁଣିତ କରିବ ବୋଲି ମତପ୍ରକାଶ କରିଥିଲୋ ଏହା ଦ୍ୱାରା ଦୁଇଟି ଗ୍ରାମ ପଞ୍ଚୟତର ଛଅଟି ଗ୍ରାମ ଏବଂ ଭୁବନେଶ୍ୱର ମହାନଗର ନିଗମର ଓ୍ୱାର୍ଡ ନମ୍ବର ୩୨ ଓ ୩୩ ରେ ବସବାସ କରୁଥିବା ଜନସାଧାରଣ ସିଧାସଳଖ ଭାବରେ ଲାଭାନ୍ୱିତ ହେବୋ ଏହି ରାସ୍ତା ଦେଇ ଯାତାୟତ କରୁଥିବା ସମସ୍ତ ଲୋକ ଏବଂ ବିଶେଷ ଭାବରେ ଭୁବନେଶ୍ୱର ଅନ୍ତର୍ଗତ ତିନି ବିଧାନସଭା କ୍ଷେତ୍ରର ଜନସାଧାରଣ ମଧ୍ୟ ଏହାର ଲାଭ ପାଇବୋ ତେଣୁ ଏହି ସେତୁ ସମଗ୍ର ଅଞ୍ଚଳ ପାଇଁ ବିକାଶର ନୂତନ ସେତୁବନ୍ଧ ଭାବରେ ପ୍ରମାଣିତ ହେବ ବୋଲି ମାନ୍ୟବର ମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଥିଲୋ
ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀ ନାଏକ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର “ବିକଶିତ ଓଡ଼ିଶା -ବିକାଶିତ ଭାରତ’ର ସଂକଳ୍ପ ଓଡ଼ିଶା ସରକାରଙ୍କ ସାମଗ୍ରିକ ଲକ୍ଷ୍ୟ ବୋଲି କହିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଉକ୍ତ ସଂକଳ୍ପକୁ ସାକାର ରୂପ ଦେବା ପାଇଁ ସର୍ବଦା ପ୍ରୟାସରତ ବୋଲି ଅଭିହିତ କରିଥିଲୋ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରାଥମିକତା ଭିତ୍ତିରେ ଏହି ସେତୁ ନିର୍ମାଣ କାର୍ଯ୍ୟ ସମାପନ ହେବ ବୋଲି ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଥିଲୋ
କାର୍ଯ୍ୟକ୍ରମରେ ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ, ବିଧାୟକ ଶ୍ରୀ ବାବୁ ସିଂ ମଧ୍ୟ ବକ୍ତବ୍ୟ ରଖିଥିଲୋ ପ୍ରାରମ୍ଭରେ ଗ୍ରାମ୍ୟ ଉନ୍ନୟନ ବିଭାଗର କେନ୍ଦ୍ରୀୟ ଗ୍ରାମ୍ୟ ନିର୍ମାଣ ମଣ୍ଡଳ, ଭୁବନେଶ୍ୱରର ମୁଖ୍ୟଯନ୍ତ୍ରୀ ଶ୍ରୀ ସତ୍ୟବ୍ରତ ବେହେରା ସ୍ୱାଗତ ଭାଷଣ ରଖିଥିଲୋ ଏହି ଅବସରରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଅଶୋକ କୁମାର ବେହେରା ନିର୍ମାଣ ହେବାକୁ ଥିବା ଗଙ୍ଗୁଆ ନାଳ ସେତୁ ବିଷୟରେ ସବିଶେଷ ବିବରଣୀ ରଖିଥିଲୋ ଅନ୍ତିମରେ ସହକାରୀ ନିର୍ବର୍ାହୀ ଯନ୍ତ୍ରୀ ଶ୍ରୀ ସୁବାଷ ଚନ୍ଦ୍ର ବେହୁରା ଧନ୍ୟବାଦ ଅର୍ପଣ କରିଥିଲୋ

Leave A Reply

Your email address will not be published.