ଜଗତସିଂହପୁର,ତା-୧୮.୧୦.୨୦୨୪/ସୁମନ୍ତ କୁମାର ଦାସ: କେନ୍ଦ୍ରାଞ୍ଚଳ ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ତଥା ବରିଷ୍ଠ ସୂଚନା ସେବା ଅଧିକାରୀ ଶ୍ରୀଯୁକ୍ତ ହେମନ୍ତ କୁମାର ନାୟକ ଆଜି ଦିନିକିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରି ତାଙ୍କର ସୁଚିନ୍ତିତ ମତାମତ ଦେଇଥିଲେ। ଉପନିର୍ଦ୍ଦେଶକ ଶ୍ରୀଯୁକ୍ତ ନାୟକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ପ୍ରତିଷ୍ଠାନ ବିଭାଗ କାଗଜପତ୍ର, ସାଧାରଣ ଭଣ୍ଡାର, ଡ଼ାକବାଜି ଯନ୍ତ୍ର ଭଣ୍ଡାର, ସୂଚନା କେନ୍ଦ୍ର ପାଠାଗାର ଜଗତସିଂହପୁର,ପାରାଦୀପ, ତଥା କନକପୁର (ତିର୍ତ୍ତୋଲ) ବିଷୟରେ ପଚାରି ବୁଝିବା ସହ କାର୍ଯ୍ୟକାରିତା ସୁପରିଚାଳନା ନିମନ୍ତେ ମାର୍ଗଦର୍ଶନ କରିଥିଲେ। କର୍ମଚାରୀ ମାନଙ୍କ ସେବା ପୁସ୍ତିକା, କାର୍ଯ୍ୟାଳୟର ବିଭିନ୍ନ ରେଜିଷ୍ଟର, ଦରଖାସ୍ତ ରେଜିଷ୍ଟର, ନିଉଜ ରେଜିଷ୍ଟର ଇତ୍ୟାଦି ଯାଞ୍ଚ କରିଥିଲେ। ପାଠାଗାର ଗୁଡ଼ିକୁ ପାଠକ ଙ୍କ ନିମନ୍ତେ ଉପଯୋଗ କରିବା ପାଇଁ ଖବର କାଗଜ ସହିତ ମାଗାଜିନ୍, ପ୍ରତିଯୋଗିତା ପରୀକ୍ଷା ସମ୍ବନ୍ଧିତ ପୁସ୍ତକ କିଣିବା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ଶ୍ରୀ ନାୟକ ପାରାଦୀପ ସୂଚନା କେନ୍ଦ୍ର ଗସ୍ତରେ ଯାଇ ସେଠାରେ ସମସ୍ତ କାଗଜ ପତ୍ର, ନିଉଜ୍ ରେଜିଷ୍ଟର ଯାଞ୍ଚ କରିବା ସହ ପାଠାଗାର, ପାଠକ ଆଦି ସମ୍ପର୍କରେ ଗ୍ରନ୍ଥାଗାରିକଙ୍କ ଠାରୁ ପଚାରି ବୁଝିଥିଲେ।ପୁରୁଣା ଖବର କାଗଜ ନିଲାମ ସମ୍ପର୍କରେ ତଦାରଖ କରିବା ସହ ଶ୍ରୀ ନାୟକ ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁ ର ବିକ୍ରି ସମ୍ପର୍କରେ ସମୀକ୍ଷା କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମେମେଣ୍ଟୋ ଦେଇ ଉପନିର୍ଦେଶକ ଶ୍ରୀ ନାୟକ ଙ୍କୁ ସ୍ବାଗତ କରିଥିଲେ। କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମଚାରୀଙ୍କ ମଧ୍ୟରେ କନିଷ୍ଠ ଶବ୍ଦଲିପିକ ତଥା ଭଣ୍ଡାର ରକ୍ଷକ ଶ୍ରୀ ଦିବାକର ପାତ୍ର, ନିକ୍ଷେପକ ଶ୍ରୀ ଦୁର୍ଯ୍ୟୋଧନ ପରିଡା, କିରାଣୀ ତଥା ଗ୍ରନ୍ଥାଗାରିକ ଜଗତସିଂହପୁର, ସୁଶ୍ରୀ ଶୁଭଜିତା ପୃଷ୍ଟି,ପାରାଦୀପ ଶ୍ରୀ ସ୍ମୃତି ସାଗର ପ୍ରଧାନ, ପରୀକ୍ଷିତ ପଟ୍ଟନାୟକ,ସୋମନାଥ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ନାୟକ ଜଗତସିଂହପୁର ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟଳୟ ପରିଦର୍ଶନ କରି ନିଜର ସନ୍ତୋଷ ପ୍ରକାଶ କରିଥିଲେ।
Sign in
Sign in
Recover your password.
A password will be e-mailed to you.