ସମ୍ବଲପୁରୀ ହାଇସ୍କୁଲ ର ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ।

0

ପଦ୍ମପୁର :- ପାଇକମାଲ ବ୍ଳକ୍ ଅନ୍ତର୍ଗତ ସମ୍ବଲପୁରୀ ହାଇସ୍କୁଲ ର ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ମହିପାଳ ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରି ଥିଲେ। ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଉପେନ୍ଦ୍ର ପଟେଲ, ସମିତି ସଭ୍ୟ ଅନିତା ସାହୁ, ସଦସ୍ଯ ଠାକୁର ପ୍ରସାଦ ସାହୁ ଯୋଗଦେଇ ଥିଲେ। ପୁରାତନ ଛାତ୍ର ସଂସଦ ସଭାପତି ବେଦପ୍ରକାଶ ପଟେଲ ଯୋଗଦେଇ ଥିଲେ ନିଜ ସ୍କୁଲ ସମୟର ଅନୁଭୂତି ସମ୍ପର୍କରେ କହିଥିଲେ।ମୁଖ୍ୟ ବକ୍ତା ଭାବରେ ଅଧ୍ୟାପକ ସୁଶାନ୍ତ ମିଶ୍ର ଯୋଗଦେଇ ଥିବା ବେଳେ ପୁରାତନ ଛାତ୍ର ନିରାକାର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ସ୍କୁଲ ର ଆରମ୍ଭ ରୁ ୫ଟି ରେ ପରିଣତ ହେବା ପର୍ଯ୍ୟନ୍ତ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ।

ସଦସ୍ଯ ଶ୍ରୀ ଠାକୁର ସ୍କୁଲ ର ଆରମ୍ଭ ହୋଇଥିବା ସମୟରେ ପୂର୍ବତନ ବିଧାୟକ ସ୍ଵର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ପୁରାତନ ଛାତ୍ର ସଂସଦ ତରଫରୁ ସାମାଜିକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସହଯୋଗ ଅନୁଷ୍ଠାନ, ଶିକ୍ଷକ ଦିବସ ସାହୁ, ସାମ୍ବାଦିକତା ପାଇଁ ଡିଲେଶ୍ୱର ବାଗ, ରକ୍ତଦାନ ପାଇଁ ରାଜ ସିଂ ଙ୍କୁ ଉପଢୌକନ ସହ ମାନପତ୍ର ପ୍ରଦାନ କରାଯାଇଥିଲା। ପରେ ପୁରାତନ ଛାତ୍ର ସଂସଦ ଓ ସହଯୋଗ ଅନୁଷ୍ଠାନ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ରକ୍ତଦାନ ଶିବିର ରୁ ୬୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ପଦ୍ମପୁର ରକ୍ତ ଭଣ୍ଡାର ରୁ ସଂଗ୍ରାମ କେଶରୀ ମହାନ୍ତ, ସୁମିତ ସିହ୍ନା, ଙ୍କ ସମେତ ସହଯୋଗ ଅନୁଷ୍ଠାନ ର ସମସ୍ତ ସଦସ୍ଯ ସହଯୋଗ କରିଥିଲେ।

Leave A Reply

Your email address will not be published.