ବିଜେପୁର :ସୁଶାନ୍ତ ସାହୁ : ବିଜେପୁର ବ୍ଲକ ଅନ୍ତର୍ଗତ ଏମଶ୍ରୀଗୀଡା ଠାରେ ଉତ୍ତାଲିନଦୀ ପାଖରେ ଅବସ୍ଥିତ ମା ଲଣ୍ଡାବୀର ଙ୍କ ବଇଲ ଯାତ୍ରା ପ୍ରତିବର୍ଷ ଦଶହରା ପୁର୍ଣିମାରେ ଅନୁଷ୍ଠିତ ହୋଇଥାଏ l ଏ ବର୍ଷ ମଧ୍ୟ ହଜାର ହଜାର ଦର୍ଶକ ଏବଂ ଭକ୍ତ ମାଙ୍କ ପାଖକୁ ଆସି ମାନସିକ ପୂର୍ବକ ଆଶୀର୍ବାଦ ଗ୍ରହଣ କରିଥିଲେ l ଦୀର୍ଘ ତିନି ଦିନଧରି ବହୁତ କାର୍ଯ୍ୟକ୍ରମ ସହିତ ଯାତ୍ରା ଆୟୋଜନ କରାଯାଇଥିବା ଏମ ଶ୍ରୀଗୀଡା ଗ୍ରାମବାସି କହିଛନ୍ତି l ମିନାବଜାର, ଅପେରା ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ହେବାକୁ ମନୋନୀତ କରାଯାଇଛି l


