(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା):ଖଲ୍ଲିକୋଟ ଅଧିଷ୍ଠାତ୍ରୀ ଦେବୀ ମା ଵାହୁତୀ ଠାକୁରାଣୀ ଙ୍କ ମନ୍ଦିର ରେ ସପ୍ତମୀ ତିଥି ଠାରୁ ପର୍ବ ଆରମ୍ଭ ହୋଇ ଆଜି ନବମୀରେ ପର୍ବ ସମାପନ ହୋଇଥିଲା। ଏ ଅଵସରରେ
ମା ଵାହୁତୀ ଠାକୁରାଣୀ ଙ୍କ ସୂର୍ଯ୍ୟ ପୂଜା ମନ୍ତ୍ର ସ୍ନାନ ଷୋଡ଼ଶ ଉପଚାର, ମଙ୍ଗଳ ଆଳତି କର୍ମ କରାଯାଇଥିଲା।
ତିନି ଦିନ ବ୍ୟାପୀ ଅନ୍ନ ଭୋଗ , ଯାହାକି ପର୍ବ ଭୋଗ ନାମରେ ନାମିତ ହୋଇଥାଏ । ଆଉ ଏ ପର୍ବ ଭୋଗ ପାଇବାକୁ ସମସ୍ତେ ବ୍ୟଗ୍ର ହୋଇଥାଆନ୍ତି । ମହାନବମୀ ରାତ୍ର ରେ ବିଜେ ପ୍ରତିମା ପାଲିଙ୍କି ରେ ସହର ପରିକ୍ରମା କରି ବାକୁ ଯାଇଥାନ୍ତି। ବିଜେ ପ୍ରତିମା ନିଜର ମନ୍ଦିର ରୁ ଵାହାରି, ବଡ଼ଦାଣ୍ଡରେ ଥିବା ଦୁର୍ଗା ମେଢ ସ୍ଥିତ ମହିଷାସୁର ମର୍ଦ୍ଦିନୀ ଙ୍କୁ ଭେଟି ବସଷ୍ଟାଣ୍ଡ ଦେଇ ବଡ଼ପଣ୍ଡା ଘର ଠାରୁ ଧରାକୋଟ ସାହି ର ଦୁର୍ଗାପୂଜା ମେଢ଼ ନିକଟ କୁ ଯାଇ ଆଜ୍ଞାମାଳ ପାଇବାପରେ , ତେଲି ସାହି ଦେଇ କରଣ ସାହି କୁ ଯାଇ ଥିଲେ | ସେ ଠାରେ ରାଜଗୁରୁ ତଥା ସ୍ବର୍ଗତ ଦଣ୍ଡପାଣି ମହାପାତ୍ର ଙ୍କ ଘର ହ୍ରଦ ରୁ ନିଜସ୍ବ ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରି ଥିଲେ । ରାତ୍ର ଅର୍ଦ୍ଧ ରେ ହୋମ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏ କାର୍ଯ୍ୟକ୍ରମ ରେ ପୁରୋହିତ ଶ୍ରୀ କରଥିବା ବେଳେ ଶ୍ରୀ ପ୍ରଭାତ କୁମାର ରଥ କର୍ତ୍ତା ହୋଇ ହୋମ ରେ ବସିଥିଲେ ଓ ଏଥି ରେ ସହଯୋଗ କରିଥିଲେ ମନ୍ଦିର ପରିଚାଳକ ତଥା ସମାଜ ସେବୀ ଶିବରାମ ଜେନା ।
Sign in
Sign in
Recover your password.
A password will be e-mailed to you.
Prev Post
Next Post