ବେଲଗୁଣ୍ଠା :-(ଶିବରାମଚୌଧୁରୀ )-:ଚୈତ୍ର ମାସରେ ପ୍ରସିଦ୍ଧ ଗଞ୍ଜାମର ଦଣ୍ଡପର୍ବ ପୁରପଲ୍ଲୀରେ ଦେଖିବାକୁ ମିଳେ l ମହାଦେବଙ୍କୁ ଆରାଧନା କରିବା ସହ ମା କାଳୀଙ୍କର ବିଭିନ୍ନ ପୂଜା ଵିଧି ଆୟୋଜନ ହୁଏ l ଦଶହରା ଜଗତଜନନୀ ମହାମାୟୀଙ୍କ ଶାରଦୀୟ ଦୁର୍ଗାପୂଜା ସମୟରରେ ଚୈତ୍ର ମାସ ସେହି ଦଣ୍ଡକାଳୀଙ୍କ ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି l ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ, ଉଢ଼ୁରା ପଞ୍ଚାୟତ ଅନ୍ତର୍ଗତ କୋକଲୁଣ୍ଡା ଗ୍ରାମରେ ଦଶହରା ଦିନ ଉକ୍ତ ପ୍ରସ୍ତୁତି ପର୍ବ ଅତି ଉତ୍କଣ୍ଠାର ସହ ପାଳନ କରାଯାଇଅଛି , ଗାଁର ବରିଷ୍ଠ, କନିଷ୍ଠ ମାନଙ୍କ ଉପସ୍ଥିତିରେ ଦଣ୍ଡପର୍ବରେ ଆୟୋଜିତ ହେଉଥିବା ରୀତିନୀତି ଯଥା ଧୂଳିଦଣ୍ଡ, ମା ଙ୍କୁ ଝୁଣା ଦେବା ପ୍ରଣାଳୀ, ଅଗ୍ନିଦଣ୍ଡର ପ୍ରକ୍ରିୟା, ବୀଣାକାର, ଚଢ଼େୟା, ଚଢେୟାଣି ନୃତ୍ୟ ଆଦି ଗାଁ ଦାଣ୍ଡରେ ପରିବେଷଣ କରାଯାଇଛି,ଗଞ୍ଜାମ ମଞ୍ଚ ନାଟକର ଏନ୍ତୁଡ଼ିଶାଳ ଭାବେ ପରିଚିତ ଶ୍ରୀ ଶ୍ରୀ ଶ୍ରୀ ବିଶ୍ୱନାଥ ନାଟ୍ୟ ସଙ୍ଘ କୋକଲୁଣ୍ଡା ୨0୨୫ରେ ପରିବେଷଣ କରିବାକୁ ଯାଉଥିବା ଚଳିତ ବର୍ଷର କୃଷ୍ଣ କଥା କୃଷ୍ଣ ପ୍ରେମ, କୃଷ୍ଣ ଗାଥା ଓ ଭାଗବତ ଚେତନାର ବହୁ ଚର୍ଚ୍ଚିତ ନାଟକ “ହାଃ କୃଷ୍ଣ ବୋଲି ଯାଉ ଏ ଜୀବ” କିଛି ଦୃଶ୍ୟ ଅନୁଷ୍ଠାନିକ ଭାବେ ଅଭ୍ୟାସ କରାଯାଇଛି , ବରିଷ୍ଠ କଳାକାର, ମାର୍ଗଦର୍ଶକ ମାନଙ୍କ ଉପସ୍ଥିତିରେ, ରମେଶ, ହିମାଂଶୁ, ବାବୁଲା, ବିକ୍ରମ, କିରଣ, କାଳିଆ, ସଞ୍ଜୟ, ଭିକାରି, ରେସ୍ପଣ୍ଡ ଟ୍ରଷ୍ଟ ଅଧ୍ୟକ୍ଷ ସ୍ବସ୍ତି ସୁନ୍ଦର ପ୍ରମୁଖ ସହଯୋଗରେ କାର୍ଯ୍ୟକ୍ରମ ସମ୍ପାଦନ ହୋଇଛି l ପ୍ରକାଶ ଥାଉକି କୋକଲୁଣ୍ଡା ପୂର୍ବେ କଳାଜଗତକୁ, ରକ୍ତ ଚାବୁକ, ଶିଶିର ବିନ୍ଦୁ, ଲୌହ ମାନବ, କିଏ ଯୋଡ଼ିଦେବ ଭଙ୍ଗା ଚୁଡିକୁ, ସାକ୍ଷୀ ରହିଲା ମୋ ଜୁଇ ପାଉଁଶ ଭଳି କାଳଜୟୀ ନାଟକ ଉପହାର ଦେବାରେ ସକ୍ଷମ ହୋଇଛି, ଆଗାମୀ ବର୍ଷ ଦକ୍ଷ ସୁନାମ ଧନ୍ୟ ଯାତ୍ରା ନିର୍ଦ୍ଧେଶକ ଅନେକ ଉଚ୍ଚ ଶିକ୍ଷିତ ଯୁବକ, କୁଶଳୀ କଳାକାର ଅନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ମଞ୍ଚ ଉପସ୍ଥାପକକୁ ନେଇ ସମାଜକୁ ସଂସ୍କୃତି ସମ୍ପର୍ଣ୍ଣ ନାଟକ ଭେଟି ଦେବା ପାଇଁ ନିଜକୁ ପୂର୍ବ ପ୍ରସ୍ତୁତି କରିଛି କୋକଲୁଣ୍ଡା ବିଶ୍ୱନାଥ ନାଟ୍ୟ ସଙ୍ଘ ,ଗାଁ ଲୋକ ମାନେ ରହି ସମସ୍ତଙ୍କୁ ଉତ୍ସାହିତ କରି ଓ ପୂର୍ବ ପ୍ରସ୍ତୁତିର ଶୃଙ୍ଖଳାକୁ ଦେଖି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି l
Sign in
Sign in
Recover your password.
A password will be e-mailed to you.
Prev Post