ପୂର୍ବତନ ବ୍ଳକ୍ ଅଧ୍ୟକ୍ଷଙ୍କ ମାତୃ ବିୟୋଗ

0 2

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସ୍ଵର୍ଗତ ପ୍ରଶାନ୍ତ କୁମାର ନାୟକଙ୍କ ମାଆ କିଶୋରୀ ନାୟକ (92) ଙ୍କ ରବିବାର ଭୋର୍ ପାଞ୍ଚଟାରେ ନିଜ ଗ୍ରାମ ପାଟୁଳି ସାହିରେ ଦେହାନ୍ତ ଘଟିଛି I କିଶୋରୀଙ୍କ ଦ୍ୱିତୀୟ ପୁତ୍ର ତଥା ବେଲଗୁଣ୍ଠା ବ୍ଳକ୍ ର ପୂର୍ବତନ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ଦେହାନ୍ତ ପରେ କିଶୋରୀ ପୁଅକୁ ଝୁରି ଝୁରି ଖିଆପିଆ ଛାଡ଼ିଦେବା ସହିତ ଦୁର୍ବଳ ହୋଇଯାଇଥିଲେ I ଦୁର୍ବଳତା ହେତୁ ସେ ପଡିଯାଇ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା I କିଛି ଦିନ ହେବ ସେ ଶଯ୍ୟାଶାୟୀ ଥିଲେ I ରବିବାର ଭୋର୍ ପାଞ୍ଚଟାରେ କିଶୋରୀ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ I ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ବଡ଼ପୁଅ ସୁକାନ୍ତ,ବସନ୍ତ, ସୁଶାନ୍ତ,ନାତି ଡା ସଂଗ୍ରାମ କେଶରୀ ଏବଂ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ I କିଶୋରୀଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଅନ୍ତିମ ଦର୍ଶନ କରିଥିଲେ I ତାଙ୍କୁ ଏକ ସ୍ଵତନ୍ତ୍ର ବୈକୁଣ୍ଠ ଯାତ୍ରା ଗାଡ଼ିରେ ପୁରୀ ସ୍ଵର୍ଗଦ୍ଵାରକୁ ନିଆଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା I ସାନପୁଅ ବାସୁଦେବ ପାଣିପାଞ୍ଚାୟତ ସଭାପତି ସୁଶାନ୍ତ ନାୟକ ମୁଖାଗ୍ନି ଦେଇଥିଲେ । କିଶୋରୀ ଜଣେ ଧର୍ମପରାୟଣ ଏବଂ ପରୋପକାରୀ ମହିଳା ଥିବାରୁ ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I

Leave A Reply

Your email address will not be published.