ଶାନ୍ତି ଶୃଙ୍ଖଳାର ସହିତ ସମାପିତ ହେଲା ପଦ୍ମପୁର ସାର୍ବଜନୀନ ଦୁର୍ଗାପୂଜା ।

0 1

ପଦ୍ମପୁର :- କଳା ଓ ସଂସ୍କୃତିର ସହର ପଦ୍ମପୁରରେ ନିଆରା ପୂଜା ପରମ୍ପରା ସୃଷ୍ଟି କରିଥିବା ମା ଜଗତ ଜନନୀ ଦୁର୍ଗାଙ୍କର ପୂଜନୋତ୍ସଵ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇ ଯାଇଛି। ଗତ ଅକ୍ଟୋବର ନଅ ତାରିଖରୁ ଖଣ୍ଡା ଧୁଆ ଠାରୁ ଆରମ୍ଭ ହୋଇଥିବା ପୂଜା ଆଜି ସକାଳେ ଭଷାଣୀ ଉତ୍ସବ ଅନୁଷ୍ଠିତ ହୋଇ ମା ଙ୍କୁ ମେଲାଣୀ ଦିଆଯାଇଛି। ପାଞ୍ଚ ଦିନ ଧରି ଚାଲିଥିବା ଏହି ପୂଜାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ରାମଲୀଳା ନାଟ୍ୟଧାରା, ଦଣ୍ଡନୃତ୍ୟ, ଅପେରା, ଅର୍କେଷ୍ଟ୍ରା, କଳାକୁଞ୍ଜ, କୃଷ୍ଣଗୁରୁ ଇତ୍ୟାଦି ଅନେକ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ସହ ଶାରଦୀୟ ରଙ୍ଗମଞ୍ଚରେ ରଞ୍ଜିତା କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଲୋକ ନୃତ୍ୟ ପ୍ରଦର୍ଶନ ପୂର୍ବକ ଲୁପ୍ତପ୍ରାୟ ଲୋକ କଳାକୁ ଉଜ୍ଜୀବିତ କରିବାର ପ୍ରୟାସକୁ ଲୋକେ ମନଭରି ଉପଭୋଗ କରିଥିଲେ। ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି ଶ୍ରୀ ପ୍ରତାପ ମିଶ୍ର, ଉପ ସଭାପତି ଶ୍ରୀ ଅଜିତ ଶତପଥୀ ,ସମ୍ପାଦକ ଶ୍ରୀ ଯୁଗଳ କିଶୋର ସାହୁ, କୋଷାଧ୍ୟକ୍ଷ ଶ୍ରୀ ଗୋବିନ୍ଦ ଅଗ୍ରୱାଲ, ଶ୍ରୀ ସନ୍ତୋଷ ମହାନ୍ତି ଶ୍ରୀ ପ୍ରମୋଦ ନାଥ ଶ୍ରୀ ସଂଜୀବ ବହିଦାର ଶ୍ରୀ ସାମଲ ଦାଶ ଶ୍ରୀ ନରସିଂହ ପଟ୍ଟନାୟକ, ଶ୍ରୀ ଅଚ୍ୟୁତା ନନ୍ଦ ସେଠ, ଶ୍ରୀ ନବ ବରିହା ଶ୍ରୀ ଶେଷଦେବ ମେହେର ଶ୍ରୀ ସଦାନନ୍ଦ ପୁରୋହିତ, ଶ୍ରୀ ପପୁ ନାୟକ, ଶ୍ରୀ ପିଣ୍ଟୁ ପାଢ଼ୀ, ଶ୍ରୀ ଯୋଗେଶ ସାହୁ , ଶ୍ରୀ ରାଜେନ୍ଦ୍ର ମହାନ୍ତି, ଶ୍ରୀ ରାଜେଶ ଗୁର୍ଲା,ଶ୍ରୀ ରମେଶ ଗୁର୍ଲା, ଶ୍ରୀ ସୁରେନ୍ଦ୍ର ସାହୁ ଓ ଅନ୍ୟ ସଦସ୍ୟ ମାନଙ୍କ ସମ୍ପୂର୍ଣ୍ଣ ସହଯୋଗରେ ମା ଦୁର୍ଗାଙ୍କ ର ପୂଜନୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଦଶମୀ ଦିନ ଚାନ୍ଦମାରୀ ଶୋଭାଯାତ୍ରା, ଶ୍ରୀ ରାମଙ୍କ ଶୋଭାଯାତ୍ରା ସହ ରାବଣଙ୍କ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଥିଲା ଏବଂ ଶେଷରେ ପଦ୍ମପୁର ଖେଳ ପଡିଆରେ ରାବଣପୋଡ଼ି ଉତ୍ସବରେ ଚମତ୍କାର ଆତସବାଜି ଦେଖିବାକୁ ମିଳିଥିଲା ଯାହାଫଳରେ ଆଖ ପାଖ ଅଞ୍ଚଳର ହଜାର ହଜାର ଲୋକଙ୍କ ସମାଗମରେ ପଦ୍ମପୁରର ମୁଖ୍ୟ ଛକ ଠାରୁ ରାଜବାଟୀ ପର୍ଯ୍ୟନ୍ତ ଜନସମୁଦ୍ରରେ ପରିଣତ ହୋଇଥିଲା। ପଦ୍ମପୁର ପୋଲିସ ସଫଳତାର ସହ ଭିଡ଼କୁ ନିୟନ୍ତ୍ରଣ କରି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ମା ଦୁର୍ଗା ଙ୍କ ର ପୂଜାନୋତ୍ସବରେ ମୁଖ୍ୟପୂଜକ ଶ୍ରୀ ରଘୁନାଥ ତ୍ରିପାଠୀ, ଶ୍ରୀ ଅତ୍ରାହିଭଞ୍ଜନ ପାଣିଗ୍ରାହୀଙ୍କ ସହ ଅନ୍ୟ ପୂଜକମାନେ ବିଧି ପୂର୍ବକ ପୂଜା ସମ୍ପନ୍ନ କରିଥିଲେ।

 

Leave A Reply

Your email address will not be published.