ସରକାରଙ୍କ ନିର୍ଦ୍ଦେଶକୁ ରାଜସ୍ବ ଓ ଶ୍ରମ ବିଭାଗର ଫୁ
କଠୋର କାର୍ଯ୍ୟାନୁଷ୍ଠାନ ବି କଲା ପର୍ବତ ସୁରକ୍ଷା ମଂଚ
ଯାଜପୁର/Jayashankar Dash : ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅଧୀନରେ ଥିବା ଆରୁହା ଓ ନାନପୁର ନିକଟରେ ଥିବା ଯାବରାତଳି ପଥର ଖାଦାନରେ ଜଣେ ଶ୍ରମିକ ପଡି ଗୁରୁବାର ମୃତ୍ୟୁ ବରଣ କରିଛନ୍ତି । ମୃତ ଶ୍ରମିକଙ୍କ ନାମ ବିଚୁଆ ବେହେରା (୫୨ ବର୍ଷ) । ତାଙ୍କର ଘର ଧର୍ମଶାଳା ଥାନା ଅନ୍ତର୍ଗତ କୋହ୍ଲା । ଗତ ସପ୍ତାହକ ମଧ୍ୟରେ ଧର୍ମଶାଳା ତହସିଲ ଅଂଚଳରେ ଅନ୍ୟ ଦୁଇଟି ସ୍ଥାନରେ ମଧ୍ୟ ଏହିଭଳି ଦୁର୍ଘଟଣାରେ ଦୁଇ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ବେଆଇନ ପଥର ବ୍ୟବସାୟ ପାଇଁ ବ୍ୟାପକ ଜନସ୍ୱାର୍ଥ ବ୍ୟାଘାତ ହେଉଛି । ଏଥିପାଇଁ ସରକାର ବହୁକୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଉଥିବା ବେଳେ ଏଠାରେ ତହସିଲଦାରଙ୍କ ସଲାସୁତରାରେ ଏଭଳି ବେଆଇନ କାରବାରକୁ ଉତ୍ସାହିତ କରାଯାଉଛି । ଏଥିପାଇଁ ସାଧାରଣରେ ସରକାରଙ୍କ ଭୂମିକା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ବହୁ ତଦନ୍ତ ନିର୍ଦ୍ଦେଶକୁ ବହୁବାର ଚାପି ଦିଆଯାଇଛି । ଯେ କୌଣସି ସ୍ଥାନରୁ ବେଆଇନ ଭାବେ ଲଘୁ ଖଣିଜ ଦ୍ରବ୍ୟର ଚୋରା କାରବାର ହେଲେ ତହସିଲଦାର ପ୍ରଥମେ ଦାୟୀ ଏବଂ ତହସିଲଦାରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସରକାର ନିଷ୍ପତି ନେଇଛନ୍ତି । ଏ କ୍ଷେତ୍ରରେ ମଧ୍ୟ ଲିଜ ନଥାଇ କିଭଳି ଯାବରାତଳିର ଏହି ପାହାଡ ଚାଲୁଥିଲା, ସେଥିନେଇ ସରକାର ତହସିଲଦାର ଓ ରାଜସ୍ୱ ବିଭାଗ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଏହାଦ୍ୱାରା ସାଧାରଣରେ ସରକାର ଅଧିକ ଗ୍ରହଣୀୟ ହେବେ । ସେହିପରି ଏ କ୍ଷେତ୍ରରେ ଶ୍ରମ ବିଭାଗକୁ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଠାରୁ ବହୁବାର ନିର୍ଦ୍ଦେଶ ଆସିଥିଲେ ବି ଏହାକୁ ଚାପି ଦିଆଯାଇଛି । ଏଥିନେଇ ଶ୍ରମ ବିଭାଗର ସ୍ଥାନୀୟ ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି । ହେଲେ ଏଥିନେଇ ପ୍ରଶାସନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ନିୟମିତ ଏଭଳି ଲୁଟ ଚାଲିବା ସହ ଲୋକେ ପୋକମାଛି ପରି ମରୁଛନ୍ତି ବୋଲି ବିଜୁ ଯୁବ ଜନତାର ପ୍ରାକ୍ତନ ରାଜ୍ୟ ସାଧାରଣ ସଂପାଦକ ତଥା ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଂଚ ସଭାପତି ସତୀଶ ବିଶ୍ୱାଳ ଅଭିଯୋଗ କରିଛନ୍ତି ।