ଯାଜପୁର: ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ଶୁକ୍ରବାର ପୂର୍ବାହ୍ନରେ ଯାଜପୁର ଜିଲ୍ଲାରୁ ୯୨ ଜଣ ଯାତ୍ରୀ ରାଜସ୍ଥାନର ଆଜମେର ଓ ପୁଷ୍କର ଅଭିମୁଖେ ଯାତ୍ରା କରିଚ୍ଥନ୍ତି । ଜିଲ୍ଲାପାଳ ରଂଜନ କୁମାର ଦାସ ସମସ୍ତ ତୀର୍ଥ ଯାତ୍ରୀଙ୍କୁ ପୁଷ୍ପଗୁଚ୍ଚ୍ଥ ପ୍ରଦାନ କରି ଶୁଭେଚ୍ଚ୍ଥା ଓ ଯାତ୍ରାର ଶୁଭ କାମନା କରିଥିଲେ । ମଣିଷ ଗୋଟିଏ ସାମାଜିକ ପ୍ରାଣୀ । ମଣିଷର ମନ ଭ୍ରମଣପ୍ରିୟ । ତେଣୁ କୈାଣସି ନିର୍ଦ୍ଧିର୍ଷ୍ଟ ସ୍ଥାନରେ ଦୀର୍ଘ ଦିନ ରହୁଥିବା ମନ ଓ ଶରୀର ଟିକେ ପରିବର୍ତ୍ତନ ଚାହେଁ । ଏହି ପରିବର୍ତ୍ତନ ଯଦି ତୀର୍ଥ ସ୍ଥାନକୁ ହୋଇଥାଏ ତେବେ ତାହା ମନକୁ ଅଧିକ ଆନନ୍ଦିତ କରେ । ସେହିପରି ଭ୍ରମଣ ପରେ ଶରୀରରୁ ଅବସାଦ ଓ କ୍ଳାନ୍ତ ଦୂର ହୋଇ ନୂତନ ଉତ୍ସାହ ସୃଷ୍ଟି ହୋଇଥାଏ । ଏଥିପାଇଁ ସରକାର ବୟସ୍କ ବ୍ୟକ୍ତି ମାନଙ୍କ ପାଇଁ ଏହି ତୀର୍ଥ ଯାତ୍ରାର ବ୍ୟବସ୍ଥା କରିଚ୍ଥନ୍ତି ବୋଲି ଜିଲ୍ଲାପାଳ ଶ୍ରୀ ଦାସ କହିଥିଲେ । ପୁଷ୍କର ଓ ଆଜମେରର ମହତ୍ୱ ସଂପର୍କରେ ଜିଲ୍ଳ୍ାପାଳ ମତବ୍ୟକ୍ତ କରିବା ସହ ସମସ୍ତ ଯାତ୍ରୀ ସାଥିରେ ଯାଉଥିବା ପର୍ଯ୍ୟଟନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କ ମୋବାଇଲ ନମ୍ୱର ରଖିବା, ପାଖେ ପାଖେ ରହିବା ଓ କୈିାଣସି ଅସୁବିଧାର ସମ୍ମୁଖୀନ ହେଲେ ସେମାନଙ୍କ ସହାୟତା ନେବାକୁ ଅନୁରୋଧ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଳ ପ୍ରତ୍ୟେକ ଯାତ୍ରୀ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ସହ ନିଜର ଅତ୍ୟାବଶ୍ୟକ ଓ ଓଉଷଧ ଓ ବ୍ୟବହୃତ ଦ୍ରବ୍ୟକୁ ସାଥିରେ ନେବା, ଆବଶ୍ୟକତା ଅନୁଯାୟୀ ସହାୟତାକାରୀଙ୍କ ସହଯୋଗ ନେବା ଏବଂ ସବୁବେଳେ ସାଥିରେ ଯାଉଥିବା ଅନ୍ୟ ସହଯୋଗୀଙ୍କ ସହ ଦଳଗତ ଭାବେ ଭ୍ରମଣ କରିବାକୁ ଅନୁରୋଧ କରିଥିଲେ । ପରେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିବା ସହ ଯାତ୍ରୀ ମାନଙ୍କୁ ସୁଖଦ ଯାତ୍ରା ପାଇଁ ଶୁଭେଚ୍ଚ୍ଥା ଜଣାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ନୀରଜ ସୁନ୍ଦର ସାହୁ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ଅନ୍ୟାନ୍ୟ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ତୀର୍ଥଯାତ୍ରୀଙ୍କୁ ଶୁଭେଚ୍ଚ୍ଥା ଜଣାଇଥିଲେ । ଜିଲ୍ଲା ସ୍କୁଲର ଚ୍ଥାତ୍ର ମାନେ ବରିଷ୍ଠ ନାଗରିକଙ୍କୁ ପୁଷ୍ପ ଓ ଚନ୍ଦନ ଦେଇ ସମ୍ୱର୍ଦ୍ଧିତ କରିଥିଲେ । ଏହି ଯାତ୍ରୀଙ୍କ ସହାୟତା ପାଇଁ ପର୍ଯ୍ୟଟନ କାର୍ଯ୍ୟାଳୟ କର୍ମଚାରୀ ଅମର କିଶୋର ଜେନା ଓ ଦୟାନିଧି ବେହେରା ମଧ୍ୟ ସେମାନଙ୍କ ସହ ଯାଇଚ୍ଥନ୍ତି । କାର୍ଯ୍ୟସୂଚୀ ଅନୁଯାୟୀ ଯାତ୍ରୀମାନେ ଭୁବନେଶ୍ୱରରେ ପହଞ୍ଚି ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଯାତ୍ରୀ ଯାଉଥିବା ରେଳର ଶୁଭାରମ୍ଭ କରିଥିଲେ । ଯାଜପୁରରୁ ଯାଇଥିବା ୯୨ ଜଣ ଯାତ୍ରୀଙ୍କ ମଧ୍ୟରେ ୨୫ ଜଣ ଦମ୍ପତ୍ତି ଥିବା ବେଳେ ୪୨ ଜଣ ବ୍ୟକ୍ତି ଯାଇଚ୍ଥନ୍ତି । ଏଥିରେ ଦଶରଥପୁର ବ୍ଲକ ୪୩ ଜଣ, ବିଂଝାରପୁରର ୧୩ ଜଣ, ଧର୍ମଶାଳାର ୧୧ ଜଣ, ବଡଚଣା ଓ କୋରେଇର ୮ ଜଣ ଲେଖାଏଁ, ବରୀର ୩ ଜଣ, ରସୁଲପୁର ଓ ସୁକିନ୍ଦାରୁ ଜଣେ ଲେଖାଏଁ ରହିଚ୍ଥନ୍ତି । ଚଳିତ ମାସ ୩୦ ତାରିଖରେ ସେମାନେ ଓଡିଶା ପେଂରିବେ ବୋଲି ପର୍ଯ୍ୟଟନ ଅଧିକାରୀ ଜଣାଇଚ୍ଥନ୍ତି । ଯାତ୍ରୀ ମାନଙ୍କର ଯିବା, ଆସିବା, ଖାଇବା, ରହିବା ଇତ୍ୟାଦି ଖର୍ଚ୍ଚ ସରକାର ବହନ କରୁଚ୍ଥନ୍ତି ।