ବିଜେପୁର ଦୁର୍ଗାପୂଜା କମିଟି ପକ୍ଷରୁ ରାବଣ ପୋଡି ପଡିଆ ପରିସରରେ ମିଠାଅନ୍ନ ଭୋଗର ଆୟୋଜନ

0 1

ବିଜେପୁର :ସୁଶାନ୍ତ ସାହୁ (ଶାସକ ପ୍ରଶାସକ ):ବିଜେପୁର ଦୁର୍ଗାପୂଜା କମିଟି ପକ୍ଷରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଦୃଷ୍ଟିରେ ରଖି ବିଜେପୁର ରାବଣ ପୋଡି ପଡିଆ ପରିସରରେ  ମିଠାଅନ୍ନ ଭୋଗର ଆୟୋଜନ କରାଯାଇଛି। ପ୍ରସିଦ୍ଧ ରାବଣ ପୋଡି କାର୍ଯ୍ୟକ୍ରମ ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହୋଇଥିଲା।ଶାନ୍ତି ଶୃଙ୍ଖଳାର ସହିତ ମାଁ ଦୁର୍ଗାଙ୍କୁ ବସଷ୍ଟାଣ୍ଡ ସ୍ଥିତ ମଣ୍ଡପରେ ଦର୍ଶନ କଲାପରେ ମାଁ ମାଉସୀଙ୍କ ଠାରୁ ଆରମ୍ଭ କରି ସର୍ବସାଧାରଣ ମିଠାଅନ୍ନ ଭୋଗ ଆସି ଠାକୁରାଣୀଙ୍କ ଠାରେ ସମର୍ପିତ ଅନ୍ନ ପ୍ରସାଦ ପାଇ ବେଶ ଧନ୍ୟ ମନେ କରିବା ସହ ବର୍ଷକ ଥରେ ଏଭଳି ଜନସାଧାରଣଙ୍କ ପାଇଁ ମିଠାଅନ୍ନ ଭୋଗ ବ୍ୟବସ୍ଥାକୁ ଜନସାଧାରଣ ଭୂୟସୀ ପ୍ରଶଂସା କରିଛନ୍ତି।କମିଟି ସଭାପତି ବିଜେପୁର ଜମିଦାର ତଥା ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ସନତ କୁମାର ଗଡତୀୟା,ସମ୍ପାଦକ ଜନାର୍ଦ୍ଦନ ପାଣିଗ୍ରାହୀ,ସହ ସମ୍ପାଦକ ପାଣ୍ତବ ପଧାନ, କୋଷାଧ୍ୟକ୍ଷ ଗଙ୍ଗାଧର ପଧାନ,ସହ କୋଷାଧ୍ୟକ୍ଷ ଅଜିତ କୁମାର ସାହୁ ଏବଂ କମିଟିର କାର୍ଯ୍ୟକର୍ତ୍ତା ସର୍ବଶ୍ରୀ:- ସୁବ୍ରତ ରଥ,ଡ଼ା.ସୁଧିର ସାହୁ, ହୃଷିକେଶ ମେହେର, ଅନନ୍ତ ଗଡତୀୟା,ତାପସ ଗଡତୀୟା, ନବୀନ ସାହୁ,ଡିଲେଶ୍ୱର ଷଡ଼ଙ୍ଗୀ ତଥା ବିଭିନ୍ନ ଅନୁଷ୍ଠାନର ସଦସ୍ୟ ବୃନ୍ଦ ଏହି ମିଠା ଅନ୍ନଭୋଗ ବ୍ୟବସ୍ଥାକୁ ପରିଚାଳନା କରିଥିଲେ। ପରେ ପ୍ରସିଦ୍ଧ ରାବଣ ପୋଡି କାର୍ଯ୍ୟକ୍ରମ ତଥା ରାମଲୀଳା କାର୍ଯ୍ୟକ୍ରମ ମନଭରି ଉପଭୋଗ କରିଥିଲେ।ମହାରାଜ ଦଶାନନଙ୍କ ସଂଳ୍ପାପ ଓ ହାସ୍ୟରୋଳରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା। ପ୍ରଭୁ ଶ୍ରୀ ରାମଙ୍କ ଧନୂବାଣରେ ରାବଣଙ୍କୁ ବଦ୍ଧ କରା ଯାଇଥିଲା।ରାବଣଙ୍କ ପ୍ରତିମୁର୍ତ୍ତୀକୁ ଦହନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଉପଭୋଗ କରିଥିଲେ।ଚଳିତ ବର୍ଷ ମନୋରଞ୍ଜନ ସକାଶେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ,ବଣିଆସାହି,ମଙ୍ଗଳାବାଗ କଟକର ଶ୍ରୀକ୍ଷେତ୍ର ଗଣନାଟ୍ୟ ଦିର୍ଘ ୪ ଦିନ ଧରି ଅନୁଷ୍ଠିତ ହୋଇଥିଲା। ଆଜି ଶ୍ରୀକ୍ଷେତ୍ର ଗଣନାଟ୍ୟ ଶେଷ ରଜନୀରେ ତାର ଅନୁସନ୍ଧାନ ମୂଳକ ନାଟକ “ବ୍ୟଭିଚାରିଣୀ” ମଞ୍ଚସ୍ଥ କରିବାକୁ ଯାଉଛି ବୋଲି ପରିଚାଳକ ସୁଶିଲ କୁମାର ପତି ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି।ତାକୁ ଦେଖିବାପାଇଁ ଲମ୍ବା ଲାଇନ ଦର୍ଶକଙ୍କ ସ୍ରୋତ ଦେଖିବାକୁ ମିଳିଛି।୧୪ ତାରିଖ ସୋମବାର ସକାଳ ବେଳା ମାଁ ଦୁର୍ଗାଙ୍କ ମୃମୟୀ ପ୍ରତୀମା ଭଷାଣୀ ଶୋଭାଯାତ୍ରା ଅନୁଷ୍ଠିତ ହେବ ବୋଲି କମିଟି ସୂତ୍ରରୁ ପ୍ରକାଶ। ଚଳିତ ବର୍ଷ ବିଜେପୁର ନବଦୁର୍ଗା ପୂଜା ଉତ୍ସବ ବହୁ ଆଡମ୍ବର ତଥା ଶାନ୍ତି ଶୃଙ୍ଖଳାର ସହ ଜନସାଧାରଣଙ୍କ ଅକୁଣ୍ଠ ସାହାଯ୍ୟ ସହଯୋଗରେ ସମାପନ ହୋଇଥିବାରୁ କମିଟିର ସମ୍ପାଦକ ଶ୍ରୀଯୁକ୍ତ ଜନାର୍ଦ୍ଦନ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 

Leave A Reply

Your email address will not be published.