ପଦ୍ମପୁର :- ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ‘ପ୍ରୟାସ ‘ ପଦ୍ମପୁରରେ ନିର୍ଦ୍ଧାରିତ ପ୍ରସ୍ତାବ କ୍ରମେ ଶକ୍ତିସ୍ୱରୂପା, ନାରୀ ଯେ ସର୍ବଦା ବନ୍ଦନୀୟ, ନାରୀର ସ୍ଥାନ ଖୁବ ଉଚ୍ଚରେ ଝିଅଟିଏ ଜନ୍ମନେଲେ ଘର ଦୁଃଖ ନୁହେଁ ବରଂ ଖୁସି ଓ ଆନନ୍ଦରେ ଉତ୍ସବ ମୁଖର ହେବା ଉଚିତ। ସଭାପତି ପ୍ରକାଶ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ପ୍ରଭାତ ନାରାୟଣ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ “ଝିଅଟିଏ ଜନ୍ମହେଲେ କିଛି ପରିବାର ଦୁଃଖ ଅନୁଭବ କରନ୍ତି, ତାହା ଆଦୌ ଠିକ ନୁହେଁ, ବରଂ ନାରୀ ସ୍ନେହ, ଶକ୍ତି ଓ ଐଶ୍ୱର୍ଯ୍ୟର ଆଧାର ବୋଲି ମତ ବ୍ୟକ୍ତ କରିଥିଲେ l କାର୍ଯ୍ୟକ୍ରମ ସୂଚୀ ଅନୁସାରେ ସଭାପତି ଓ ସମ୍ପାଦକ ନବମୀ ଦିନ ଜନ୍ମ ଗ୍ରହଣ କରିଥିବା ସୁକନ୍ୟା ଦ୍ବୟଙ୍କୁ କିଛି ଫଳ ଉପହାର ପ୍ରଦାନ କରିଥିଲେ l ସମ୍ପାଦକ ଆମ ହିନ୍ଦୁ ସଂସ୍କୃତିର ଶାସ୍ତ୍ର ନାରୀଙ୍କୁ ଉଚ୍ଚ ସ୍ଥାନରେ ଅଧିଷ୍ଠିତ କରିଛି ଆଜି ତାର ପ୍ରତିଫଳନ ହୋଇଛି ବୋଲି ବକ୍ତବ୍ୟ ରଖିଥିଲେ l କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ବ୍ରଜ ମୋହନ ସାହୁ, ସରୋଜ ମେହେର, ଅଶୋକ ବହିଦାର, ରବୀନ୍ଦ୍ର ମେହେର,ଯୁଗ୍ମ ସମ୍ପାଦକ ସୁମନ୍ତ ସାହୁ, ଦିଲ୍ଲୀପ ବାରିକ, ପ୍ରମୋଦ ପଣ୍ଡା, ତୁଲାରାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ପରିଶେଷରେ ରଘୁନାଥ ପୁରୀ ଧନ୍ୟବାଦ ପ୍ରଦାନ କରିଥିଲେ l
