ବିଜେପୁର ସ୍ଥିତ ଦୁର୍ଗା ମଣ୍ଡପ ଠାରେ ଶାରଦୀୟ ଦୁର୍ଗାପୂଜା ସମ୍ପନ୍ନ

0 1

ବିଜେପୁର :ସୁଶାନ୍ତ ସାହୁ (ଶାସକ ପ୍ରଶାସକ )ବିଜେପୁର ସ୍ଥିତ ଦୁର୍ଗା ମଣ୍ଡପ ଠାରେ ଶାରଦୀୟ ପୂଜା ଦିର୍ଘ ୧୧ ଦିନ ଧରି ମାଁଙ୍କ ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଧମାତା,କାତ୍ୟାୟିନୀ, କାଳରାତ୍ରୀ,ମହାଗୈାରୀ ଏବଂ ସିଦ୍ଧିଦାତ୍ରୀ ବେଶରେ ବିଧିବିଧାନ ମୁତାବକ ପୂଜା ପାଇଲା ପରେ ଦଶମୀ ତିଥିରେ ରେ ମାଁ ରାଜରାଜେଶ୍ୱରୀଙ୍କ ପୂଜାନୋତ୍ସବ ମହାସମାରୋହରେ ପାଳନ କରାଯାଇଥିଲା।ପ୍ରତ୍ୟହ ସାନ୍ଧ୍ୟରେ ଲୋକକଳା,ଲୋକ ସଂସ୍କୃତି,ଲୋକ ଗୀତ ତଥା ଲୋକନୃତ୍ୟ ଆଧାରିତ ଅନୁଷ୍ଠିତ ହୋଇଥିଲା। ଲୋକଙ୍କ ମନୋରଞ୍ଜନ ପାଇଁ ସୁଦୂର କଟକରୁ ଶ୍ରୀକ୍ଷେତ୍ର ଗଣନାଟ୍ୟ ପ୍ରତ୍ୟହ ରଜନୀରେ ବିଭିନ୍ନ ପ୍ରକାରର ଅନୁସନ୍ଧାନ ମୂଳକ ନାଟକ ମଞ୍ଚସ୍ଥ କରିଥିଲେ।
ଆଜି ସକାଳେ ମାଁ ଦୁର୍ଗାଙ୍କୁ ବହୁ ଦୁଃଖଭରା ଭାବେ ବିଜେପୁର ବାସୀ ମେଳାଣୀ ଦେଇଥିଲେ।ମେଳାଣୀ ବେଳେ ବିଜେପୁର ବ୍ଲକର ମସନା ବାହାଲର ପଞ୍ଚବାଦ୍ୟ, ବିଜେପୁରର ବେଣ୍ଡବାଜା, ଗାୟତ୍ରୀ ଡିଜେସାଉଣ୍ଡ ବିଜେପୁର,ଯୋଖିପାଲିର ଦୁଲଦୁଲି ବାଦ୍ୟ, ଗାଇସିଲେଟ ବ୍ଲକର ଭୁତିବାହାଲ ର ପରଭା ନୃତ୍ୟର ତାଳେତାଳେ ବିଜେପୁର ସହରର ସାରା ମାଁ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମୂର୍ତ୍ତି ପରିକ୍ରମା କରାଯାଇଥିଲା।ଚଳିତବର୍ଷା ଶାନ୍ତିଶୃଙ୍ଖଳା ରେ ଶାରଦୀୟ ଦୁର୍ଗାପୂଜା ପାଳନ ହୋଇଥିବାରୁ ଅଂଚଳବାସୀ ପୂଜା କମିଟିର ସଭାପତି ସ୍ଥାନୀୟ ବିଧାୟକ ତଥା ଜମିଦାର ସନତ କୁମାର ଗଡ଼ତିଆ ଅଂଚଳ ବାସୀଙ୍କୁ ଧନ୍ୟବାଦ ଜଣାଇବା ସଙ୍ଗେସଙ୍ଗେ ଶୁଭକାମନା କରିଛନ୍ତି |

Leave A Reply

Your email address will not be published.