“ସଖୀ” ୱାନ ଷ୍ଟପ ସେଣ୍ଟର ତରଫରୁ “ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ” ପାଳିତ

0 3

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଇ ଏସ୍ ଆର୍ ଡି “ସଖୀ” ୱାନ ଷ୍ଟପ ସେଣ୍ଟର , ଗଜପତି ତରଫରୁ “ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ଉତ୍କଳ ବାଳାଶ୍ରମ , ପାରଳାଖେମୁଣ୍ଡି ଠାରେ ଅନୁଷ୍ଠାନର ଶିଶୁ କନ୍ୟାମାନଙ୍କୁ ନେଇ ପାଳିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ “ସଖୀ” ୱାନ ଷ୍ଟପ ସେଣ୍ଟର ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭ ରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମଟିକୁ ଆଗକୁ ବଢେଇ ଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସଂଗୀତ ଉତ୍କଳ ବାଳାଶ୍ରମର ଶିଶୁ କନ୍ୟା ମାନେ ପରିବେଷଣ କରିଥିଲେ।
ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯାଳୟର PO, I/C ଶ୍ରୀଯୁକ୍ତ ଡମ୍ବରୁଧର ବଳବନ୍ତ ଯୋଗଦେଇ ଏହି ଦିବସ ପାଳନନ ର ଲକ୍ଷ ଏବଂ ଉଦ୍ଦେଶ୍ୟ ବିଷୟରେ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ।
ସମ୍ମାନୀତ ଅତିଥି ଭାବରେ ଓଏଲଏମ ସ୍ଵୟଂ ପ୍ରକଳ୍ପ (District Coordinator Cum Counsellor, Gender Intervention Programme) ର ଜିଲ୍ଲା ସଂଯୋଜିକା ଶ୍ରୀମତୀ ଶିବାନୀ ପାଣିଗ୍ରାହୀ ଶିଶୁ କନ୍ୟା ମାନଙ୍କ ପ୍ରତି ରହିଥିବା ଅଧିକାର ତଥା ଏହି ଜିଲ୍ଲାରେ ରହିଥିବା କନ୍ୟା ସନ୍ତାନ ଙ୍କ ବିଭିନ୍ନ ପ୍ରକାର ସୁବିଧା ଓ ଅସୁବିଧା ବିଷୟରେ ଆଲୋକପାତ କରାଇଥିଲେ।
ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ଶ୍ରୀମତୀ ସାରଳା ପାତ୍ର ବାଲ୍ୟ ବିବାହ ଆଇନ ତଥା ଶିଶୁ କନ୍ୟା ମାନଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଗକୁ ଗଲେ ଜିଲ୍ଲା ର ଉନ୍ନତି ହୋଇପାରିବ ସେହି ବିଷୟରେ ଆଲୋକପାତ କରିଥିଲେ। ଶିଶୁ କନ୍ୟାମାନଙ୍କୁ ଉତ୍ସାହିତ କରିବା ପାଇଁ ଉତ୍କଳ ବାଳାଶ୍ରାମର ବାଳିକା ମାନଙ୍କୁ ନେଇ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଉତ୍କଳ ବାଳାଶ୍ରାମର counsellor ସୁଶ୍ରୀ ସଂଗୀତା ମଲ୍ଲିକ ଏବଂ ସମସ୍ତ କର୍ମମଚାରୀ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ୱାନ ଷ୍ଟପ କେନ୍ଦ୍ରର ସୁନିତା ବେହେରା , ସ୍ଵାଗତିକା ଦାସ , ମୋନାଲିସା ବେହେରା , ହରିକୃଷ୍ଣ ଚୌଧୁରୀ , ଟି ସୁରେଶ କୁମାର ଏବଂ ଆଇ ଏସ୍ ଆର୍ ଡ଼ି ପରିବାର ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।
ପରିଶେଷରେ ସଖୀ ୱାନ ଷ୍ଟପ ସେଣ୍ଟର ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାଟିକୁ ସାଙ୍ଗ କରିଥିଲେ

Leave A Reply

Your email address will not be published.