ଗରଦପୁର: ପବିତ୍ର ଦଶହରା ଆଜିର ଦିନରେ ସାଇବାବା ମହସମାଧି ନେଇଥିଲେ।।। ଶିରିଡି ରେ ମହସମାରୋହରେ ଏହି ଦିବସ ପାଳନ ହେଉଥିବା ବେଳେ ସମସ୍ତ ସାଇ ମନ୍ଦିର ମାନଙ୍କରେ ଏହି ଦିବସକୁ ବେଶ୍ ଧୁମ୍ ଧାମ ରେ ପାଳନ କରା ଯାଉଛି।। ଗୁରୁଜୀ ଡ଼ ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ଵାରା ପ୍ରାଣ ପ୍ରତିଷ୍ଠାକରାଯାଇଥିବାଗରାଦପୁର -ତେଣ୍ଡାକୁଡା ପଂଚାୟତ ଅନ୍ତର୍ଗତ ବସନ୍ତ ପୁର ସ୍ଥିତ ସାଇ ମନ୍ଦିରରେ ଏହି ଦିବସ ପାଳନ କରାଯାଉଛି। ସକାଳେ କାକଟ ଆଳତୀ , ସୂର୍ଯ୍ୟ ପୂଜା , ମହାଅଭିଷେକ, ମଧ୍ୟାହ୍ନ ଆଳତୀ, ସନ୍ଧ୍ୟା ଆଳତୀ ଏବଂ ରାତ୍ର ଆଳତି ରେ ବାବାଙ୍କୁ ପୂଜା କରାଯାଉଛି। ବାବାଙ୍କୁ ବିଷ୍ଣୁ ସହସ୍ର ନାମରେ ବାବାଙ୍କୁ ମହଭିଶକ କରାଯାଇଥିଲା।। ଖିର ,ମହୁ, ଆଖୁରସ, ପଇଡ, ଲହୁଣୀ, ଅଗରୁ, ଚନ୍ଦନ ରେ ବାବାଙ୍କୁ ସ୍ନାନ କରାଯାଇ ମହାଭିଶକ କରାଯାଇଥିଲା ।। ବାବାଙ୍କ ସ୍ନାନ ପରେ ବାବାଙ୍କୁ ନୂତନ ବାସ୍ତ୍ର ପରିଧାନ କରାଯାଇ ଆଳତୀ ପୂଜା କରାଯାଇ ଥିଲା।।ବସ୍ତନ୍ତପୁର ସ୍ଥିତ ସାଇ ମନ୍ଦିରରେ ବାବଙ୍କୁ ଦର୍ଶନ କରିବା ଏବଂ ସାନିଧ୍ୟ ଲାଭ ପାଇଁ ପ୍ରଚୁର ଭିଡ ଦେଖିବାକୁ ମିଳିଥିଲା। ଶତାଧିକ ଭକ୍ତଙ୍କ ଭିଡ଼ରେ ବସନ୍ତ ପୁର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଟ୍ରଷ୍ଟ ର ସଭାପତି ଡ଼. ରୁଦ୍ର ମହାନ୍ତି ପରିଚାଳନା କରିଥିଲେ l
Sign in
Sign in
Recover your password.
A password will be e-mailed to you.