ତୋପ ସଲାମି ସହ ଭାବପୂର୍ଣ୍ଣ ବିଦାୟ ନେଲେ ବୀର ଜବାନ ବସନ୍ତ କୁମାର ଦଳେଇ।

0 2

ବାସୁଦେବପୁର – ବାସୁଦେବପୁର ଠାରୁ ପଦ୍ମପୁର ଦୀର୍ଘ ୧୪ କିଲୋମିଟର ରାସ୍ତା ରେ ଶୁଭୁଥିଲା ଗୋଟିଏ ସ୍ବର ଅମର ରହେ ବୀର ଜବାନ ବସନ୍ତ କୁମାର ଦଳେଇ। ସମସ୍ତ ଙ୍କ ଆଖି ରୁ ଝରୁ ଥିଲା ଅଶ୍ରୁ । ଘଟଣା ଟି ଥିଲା ଏହି ପରି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ପଦ୍ମପୁର ପଞ୍ଚାୟତର ଶରତରପୁର ଗ୍ରାମ ର ସେନା କର୍ମଚାରୀ ତଥା ଯୁବନେତା ଲିଙ୍କୁନ୍ ଦଳେଇ ଙ୍କ ପିତା ବି.ଏସ.ଏଫ. ଏ ଏସ ଆଇ ବସନ୍ତ କୁମାର ଦଳେଇ । ଯାହାଙ୍କର ଆକସ୍ମିକ ମୃତ୍ୟୁ ସମଗ୍ର ବାସୁଦେବପୁର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଦୀର୍ଘ ଦିନ ଧରି ବି.ଏସ୍.ଏଫ୍. ଜବାନ ବସନ୍ତ କୁମାର ଦଳେଇ ସୀମା ରେ କାର୍ଯ୍ୟରତ ଥିବା ବେଳେ ଶାରୀରିକ ଅସୁସ୍ଥତା କାରଣରୁ ଏକ ଘରୋଇ ମେଡିକାଲ ରେ ଚିକିତ୍ସା ଧିନ ଥିବା ଅବସ୍ଥାରେ ତାଙ୍କର ଗତକାଲି ଗୁରୁବାର ରାତି ପ୍ରାୟ ୧୨ ଟା ସମୟରେ ତାଙ୍କର ପରଲୋକ ଘଟିଥିଲା । ତାଙ୍କ ପରଲୋକ ଘଟଣା ର ଖବର ପାଇ ଶହଶହ ସାଧାରଣ ଜନତା ଙ୍କ ସହିତ ବିଭିନ୍ନ ରାଜନୈତିକ ଦଳ ର ନେତୃ ବୃନ୍ଦ କପାଗଡିଆ ଛକ ନିକଟରେ ପହିଥିଲେ। ଉକ୍ତ ଛକ ଠାରୁ ଏକ ବିଶାଳ ଶବ ଶୋଭାଯାତ୍ରାରେ ନିଜ ଗ୍ରାମ ଶରତରପୁର କୁ ଆଣିଥିଲେ। ବୀର ଜବାନ ବସନ୍ତ କୁମାର ଦଳେଇ ଅମର ରହେ ଧ୍ଵନି ରେ କମ୍ପିଥିଲା ନିଜ ଗାଁ ଦାଣ୍ଡ। ଶହୀଦ ଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ ନିଜ ସାଥୀ ଜବାନ ମାନେ ଖୋର୍ଦ୍ଧା ରୂ ଆସି ପହଞ୍ଚିଥିଲେ ଏହି ବୀର ଜବାନ ଙ୍କ ଜନ୍ମ ମାଟି ଶରତରପୁର ଠାରେ। ଦିବଙ୍ଗତ ଜବାନ ଙ୍କ ଦେହ ରେ ଜାତୀୟ ପତାକା ଆଚ୍ଛାଦିତ କରି ତୋପ ସଲାମୀ ସହ ଶେଷ ସମ୍ମାନ ଅର୍ପଣ କରିଥିଲେ ଜବାନ ମାନେ। ଦିବଙ୍ଗତ ଜବାନଙ୍କ ମରଶରୀର କୁ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ, ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ଦିବଙ୍ଗତ ଜବାନ ଙ୍କ ଦୁଇ ସନ୍ତାନ ଲିଙ୍କନ ଓ ପପୁ ଦଳେଇ ଚିତାଗ୍ନି ପାଖକୁ ନେଇ ଆସୁଥିବା ବେଳ ର ଦୃଶ୍ୟ ସାଧାରଣ ଲୋକ ମାନଙ୍କ ମନରେ ଭାବାବେଗ ସୃଷ୍ଟି କରିଥିଲା।ନୀଜ ଜୀଵଦଶା ରେ ବୀର ଜବାନ ବସନ୍ତ କୁମାର ଦଳେଇ ନିରବଚ୍ଛିନ୍ନ ଭାବରେ ଦେଶ ସେଵା ପାଇଁ ନୀଜ ଜୀବନ କୁ ଉତ୍ସର୍ଗ କରିଥିବା ବେଳେ ଆଜି ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ପାଇଁ ଵିଜେପି ବିଧାନସଭା ନେତା ବାଣୀ କଲ୍ୟାଣ ମହାନ୍ତି, ଉମାକାନ୍ତ ଡାଙ୍ଗୁଆ, ଉଦୟ ନାରାୟଣ ମଲ୍ଲିକ୍, ଜଗବନ୍ଧୁ ଦାସ,ମାନସ ସାହୁ, କପିଳ ପଟ୍ଟନାୟକ,ବିଦ୍ୟାଧର ବେହେରା ପ୍ରମୁଖ ଙ୍କ ବିଭିନ୍ନ ରାଜନୈତିକ ଦଳ ର ନେତୃବୃନ୍ଦ ଓ ବାସୁଦେବପୁର ସାମ୍ବାଦିକ ସଂଘ ର କର୍ମକର୍ତ୍ତା ମାନେ ପହଞ୍ଚି ପୁଷ୍ପ ଗୁଛ ଦେଇ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ବାସୁଦେବପୁର ପୋଲିସ ପ୍ରଶାସନ ମଧ୍ୟ ପହଞ୍ଚି ବୀର ଜବାନ ଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ଏହାରି ଭିତରେ ସହୀଦ ଙ୍କ ବଡ଼ପୁଅ ଲିଙ୍ଗୁନ୍ ଚିତାରେ ଅଗ୍ନି ସଂଯୋଗ କରିଥିଲେ ଏବଂ ପଞ୍ଚଭୂତ ରେ ବିଲିନ ହୋଇଥିଲେ ବସନ୍ତ କୁମାର ଦଳେଇ ।

Leave A Reply

Your email address will not be published.