ଭବାନୀପାଟଣା: ରୋହିତ କୁମାର ନାଏକ(ଶାସକ ପ୍ରଶାସକ )ଆଜି ମାଁ ମାଣିକେଶ୍ବରୀଙ୍କ ପ୍ରଶିଦ୍ଧ ଛତର ଯାତ୍ରା । ଆସ୍ଥା ବିଶ୍ବାସ ଓ ପରମ୍ପରା ର ପର୍ବ ମାଁ ମାଣିକେଶ୍ବରୀଙ୍କ ଛତର ଯାତ୍ରା । କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ର ନାଗ ବଂଶୀୟ ରାଜ ପରିବାରର ତଥା କଳାହାଣ୍ଡି ବାସିନ୍ଦା ଙ୍କ ଆରାଧ୍ୟ ଦେବୀ ମାଣିକେଶ୍ବରୀ ଙ୍କ ପ୍ରସିଦ୍ଧ ଛତର ଯାତ୍ରା ଆଜି ଅନୁଷ୍ଠିତ ହେଉଅଛି । ସହର ଉପକଣ୍ଠରେ ଥିବା ଜେନାଖାଲ ରୁ ଭୋର୍ ୪ଟା ପରେ ମା ଙ୍କ ବିଜୟ ଛତର ବାହାରିଛି । ଦିନ ୧୨ଟା ପୁର୍ବରୁ ରାଜ ବାଟି ସ୍ଥିତ ମା ମାଣିକେଶ୍ବରୀ ମନ୍ଦିର କୁ ଛତର ପହଞ୍ଚିବ ବୋଲି ରାଜ ବାଟି ପକ୍ଷରୁ ସୁଚନା ଦିଆଯାଇଛି ।ଏଥିପାଇଁ ଭବାନୀ ପାଟଣା ସହର ରେ ଭକ୍ତ ଓ ମାନସିକ ଧାରି ମାନେ ମା ଙ୍କୁ ଦର୍ଶନ କରିବା ପାଇଁ ଉତ୍ସୁକତାର ସହ ବିଜୟ ଛତର ର ଆଗମନ କୁ ଅପେକ୍ଷା କରି ରହିଛନ୍ତି । ମଧ୍ଯ ରାତ୍ରରେ ଜେନାଖାଲ ରେ ରୀତି ନୀତି ରେ ଗୁପ୍ତ ପୂଜା ପରେ ପରେ ର୍ମାଁଙ୍କ ବିଜୟ ପ୍ରତିମା ଛତର ମନ୍ଦିର ଅଭିମୂଖେ ପ୍ରତ୍ୟାବର୍ତନ କରୁଛନ୍ତି । ଭକ୍ତ ମାନେ ଶାନ୍ତି ଓ ମୈତ୍ରିର ପ୍ରତୀକ କଳା ଓ ଧଳା ରଙ୍ଗର ପାରା କୁ ଛତର ଉପରେ ଉଡାଉଛନ୍ତି । ଜିଲ୍ଲା ପଡ଼ୋଶୀ ଜିଲ୍ଲା ତଥା ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ମାନସିକ ଧାରୀ ଭକ୍ତଙ୍କ ଭିଡ଼ ଜମିଛି । ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧୫ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି ।