ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀ ଏକତ୍ରୀକରଣ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ସଭାପତି ଶ୍ରୀ ସୁବାଷ ଚନ୍ଦ୍ର ଜମାଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡ.ଶଙ୍କର ପ୍ରସାଦ ବକ୍ସି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯେ କୌଣସି ବିଦ୍ୟାଳୟର ବିକାଶରେ ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କ କର୍ତ୍ତବ୍ୟ ଓ ଅବଦାନ ରହିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଶିକ୍ଷା ବିକାଶ ସମିତି , ଓଡ଼ିଶାଙ୍କ ପୂର୍ବତନ ଛାତ୍ର ସଂଗଠନର ପ୍ରଭାରୀ ଶ୍ରୀ ସତ୍ୟନାରାୟଣ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିଶୁ ମନ୍ଦିରର ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କୁ ଏକ ସ୍ବାବଲମ୍ବୀ ଭାରତ ଗଠନରେ ଛାତ୍ରଛାତ୍ରୀ ମାନଙ୍କ ଭୂମିକା ବିଷୟରେ ଆହ୍ବାନ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଟା ମହନ୍ତ ରାମାନନ୍ଦ ଦାସ୍ , ଶ୍ରୀ ଅନାଦି ପାଣିଗ୍ରାହୀ , ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ଶ୍ରୀମତୀ ସୁଷମା ଦାଶ , ଶ୍ରୀ ରମେଶ ଚନ୍ଦ୍ର ସାହୁକାର , ଶ୍ରୀ ହରିମୋହନ ପଟ୍ଟନାୟକ , ଅନୁଷ୍ଠାନର ଉପସଭାପତି ଶ୍ରୀ ସଞ୍ଜୟ ଜେନା , କୋଷାଧ୍ୟକ୍ଷ ଶ୍ରୀ ପ୍ରମୋଦ ଚନ୍ଦ୍ର ପାଢ଼ୀ , ଶ୍ରୀମତୀ ସରିତା ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ଥିଲେ।
ଏହି ଅବସରରେ ଶିଶୁ ମନ୍ଦିରର ରୋଜଗାରକ୍ଷମ ଓ ଅଧ୍ୟୟନରତ ଶତାଧିକ ପୂର୍ବତନ ଛାତ୍ରଛାତ୍ରୀ ସମ୍ମିଳିତ ହୋଇ ଅନୁଷ୍ଠାନର ବିକାଶରେ ନିଜର ଯୋଗଦାନ ନିଶ୍ଚିତ ଭାବେ ଦେବେ ବୋଲି ମତପ୍ରକାଶ କରିଥିଲେ। କାର୍ଯ୍ୟକ୍ରମର ଶେଷରେ ଅନୁଷ୍ଠାନର ସହ ସମ୍ପାଦକ ଶ୍ରୀ ବିଭୁତି ଭୂଷଣ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠାନ ପ୍ରଧାନ ଆଚାର୍ଯ୍ୟ ଓ ଗୁରୁଜୀ ଗୁରୁମା ମାନଙ୍କ ଦ୍ବାରା ପରିଚାଳିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.