ପଦ୍ମପୁର :- କଳା ଓ ସଂସ୍କୃତିର ସହର ପଦମପୁର ରାଜବାଟୀ ଶାରଦୀୟ ରଙ୍ଗମଞ୍ଚରେ ତୃତୀୟ ସନ୍ଧ୍ୟାର ରଞ୍ଜିତା କାର୍ଯ୍ୟକ୍ରମ ରାମଲୀଳା ନାଟ୍ୟଧାରା ରୁ ଆରମ୍ଭ ହୋଇଥିଲା। ମହାରାଜ ରାବଣଙ୍କ ଦରବାରରେ ରାଜଅତିଥି ଭାବରେ ପଦମପୁର ଏସ୍ ଡି ପି ଓ ଶ୍ରୀ ବିଭୁତିଭୁଷଣ ଭୋଇ ଯୋଗଦେଇ ସମସ୍ତଙ୍କୁ ଶାରଦୀୟ ଶୁଭେଚ୍ଛା ଜ୍ଞାପନ କରିଥିଲେ। ତାଙ୍କୁ ମହାରାଜ ରାବଣ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନୀତ କରିଥିଲେ। ଏହି ସଭାରେ ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି ଶ୍ରୀ ପ୍ରତାପ ମିଶ୍ର,ଉପ ସଭାପତି ଶ୍ରୀ ଅଜିତ ଶତପଥୀ , ସଦସ୍ୟ ଶ୍ରୀ ପ୍ରମୋଦ ନାଥ, ଶ୍ରୀ ସଞ୍ଜୀବ ବହିଦାର, ଶ୍ରୀ ଅଚ୍ୟୁତା ନନ୍ଦ ସେଠ ଓ ଶ୍ରୀ ନବ କିଶୋର ବରିହା ଉପସ୍ଥିତ ଥିଲେ। ଶ୍ରୀ ଶତପଥୀ ତାଙ୍କର ଅଭିଭାଷଣରେ ବୋଡ଼ାସମ୍ବରର ଅସ୍ମିତା ବାରଭାଇ ବେଣ୍ଟକାର୍ ଉପରେ ଆଲୋକପାତ କରିଥିଲେ ଏବଂ ଆଗାମୀ ବର୍ଷ ତାଙ୍କର ଏକ ପ୍ରତିମୂର୍ତ୍ତି ଭେଉଁରିଆଛକ ଠାରେ ସ୍ଥାପନ କରିବା ନିମନ୍ତେ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ। ବିଭିନ୍ନ ସ୍ଥାନରୁ ଆସିଥିବା ଲୋକ ନୃତ୍ୟଦଳ ସାନ ବଡ ଘୁଡକାନାଚ ତୁଷୁରା, ଢ଼ୋଲ୍ ମୁହୁରୀ କଳା ପରିଷଦ ,ବଲାଙ୍ଗୀର ଏବଂ କୁରେଫୁଲ ସାଂସ୍କୃତିକ ଦଳ ଅତାବିରା ତାଙ୍କର ଗୀତ ଓ ନାଚ ପ୍ରଦର୍ଶନ କରିଥିଲେ ଓ ଦର୍ଶକ ଏହାକୁ ମନଭରି ଉପଭୋଗ କରିଥିଲେ। ଆଜି ରାମଲୀଳା ନାଟ୍ୟଧାରାରେ ଶ୍ରୀ ରାମଙ୍କ ଲଙ୍କା ପ୍ରବେଶ, ଇନ୍ଦ୍ରଜିତ ଓ କୁମ୍ଭକର୍ଣ୍ଣ ବଧ ଅଭିନୀତ ହୋଇଥିଲା। ଆଜିର ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ରାଜେନ୍ଦ୍ର ମହାନ୍ତି ଓ ଶ୍ରୀ ବିଜୟ ଦାନୀ ସଂଯୋଜନା କରିଥିବା ବେଳେ ଶ୍ରୀ ରାଜେଶ ଗୁର୍ଲା ଓ ଶ୍ରୀ ସୁରେନ୍ଦ୍ର ସାହୁ ସହଯୋଗ କରିଥିଲେ। ରାବଣ ଓ ଇନ୍ଦ୍ର ଜିତ୍ ଭୂମିକାରେ ମହାରାଜ ନିର୍ମଳ ମେହେର ଓ ଝସକେତନ୍ ମେହେର ତଥା ସାଥୀ କଳାକାର ମାନଙ୍କର ଅଭିନୟ ଅତ୍ୟନ୍ତ ଉଚ୍ଚକୋଟୀର ହୋଇଥିଲା।ସମସ୍ତ କାର୍ଯ୍ୟକ୍ରମକୁ ଦର୍ଶକ ମନଭରି ଉପଭୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.