ସିଦ୍ଧିଦାତ୍ରୀ ବେଶରେ ମାଁ ଦୁର୍ଗା

0 1

ପଦ୍ମପୁର :- ସ୍ଥାନୀୟ ବନଦୁର୍ଗା ମନ୍ଦିରରେ ମାଁ ଦୁର୍ଗାଙ୍କ ନବରାତ୍ରୀ ପୂଜା ର ଆଜି ନବମ ଦିନରେ ମାଁ ଦୁର୍ଗା ସିଦ୍ଧିଦାତ୍ରୀ ବେଶ ରେ ପୂଜା ପାଉଛନ୍ତି । ଅନିଲ କୁମାର ବେହେରା ଓ ତାଙ୍କ ଧର୍ମପତ୍ନୀ ସୁଦେଷ୍ଣା ବେହେରା କର୍ତ୍ତା ଦାୟିତ୍ୱ ତୁଲାଇଥିଲେ । ବରିଷ୍ଠ ପଣ୍ଡିତ ରଘୁନାଥ ତ୍ରିପାଠୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ପଣ୍ଡିତ ଗିରିଶ ଚନ୍ଦ୍ର ହୋତା,ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ,ପଣ୍ଡିତ ଅଶୋକ ପଣ୍ଡା ଙ୍କ ଦୁର୍ଗା ସ୍ତୁତି ସହିତ ଘଣ୍ଟସଙ୍ଖ ବାଦ୍ୟ ରେ ପାର୍ଶ୍ୱଦେବତାଙ୍କୁ ଆବାହନ ସହ ଶୋଡଶ ପୂଜା ଉପଚାର ରେ ପୂଜାକାର୍ଯ୍ୟ ସମ୍ପାଦନ ହୋଇଥିଲା । ବନ ଦୁର୍ଗା ମନ୍ଦିର ପୂଜାରୀ ପ୍ରଶାନ୍ତ କୁମାର ପଣ୍ଡା,ସଭାପତି ଡ଼.ପ୍ରଭାତ ନାରାୟଣ ତ୍ରିପାଠୀ,ସମ୍ପାଦକ ଗୋପାଳ ଚନ୍ଦ୍ର ଭୋଇ,କୋଷାଧ୍ୟକ୍ଷ ଅନିଲ କୁମାର ବେହେରା,ଶୁଶାନ୍ତ ପଧାନ ପୂଜା କାର୍ଯ୍ୟ କୁ ସହଯୋଗ କରିଥିଲେ ।

Leave A Reply

Your email address will not be published.