ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ବ୍ରାହ୍ମଣସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମନୋଜ କୁମାର ମହାପାତ୍ରଙ୍କୁ ଶ୍ରେଷ୍ଠ ଶିକ୍ଷକ ଭାବେ ସମ୍ମାନିତ କରାଯାଇଛି. ରାୟଗଡା ଜିଲ୍ଲା ପରିଷଦ ସଂନ୍ମିଳନୀ କକ୍ଷରେ ଆୟୋଜିତ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ ସମ୍ପୂର୍ଣ୍ଣତା ଅଭିଯାନର ଉଦଯାପନୀ ସମାରୋହରେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଲ୍ଲେଖନୀୟ ଅବଦାନ ପାଇଁ ଗୁଣୁପୁର ପୌରପରିଷଦ ଅନ୍ତର୍ଗତ ବ୍ରାହ୍ମଣସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନୋଜ କୁମାର ମହାପାତ୍ରଙ୍କୁ ଚଳିତ ମାସ 08-10-2024ତାରିଖ ଦିନ ଶ୍ରେଷ୍ଠ ଶିକ୍ଷକ ଭାବେ ପ୍ରମାଣପତ୍ର ପ୍ରଦାନ କରି ସନ୍ନମାନିତ କରିଥିଲେ. ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲା ଏସ୍ପି ସ୍ୱାତୀ ଏସ. କୁମାର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନିହାର ରଞ୍ଜନ କହଁର, ଏଏସ୍ପି ବିଷ୍ଣୁ ପ୍ରସାଦ ପାତ୍ରଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ.