ଭଞ୍ଜନଗର ର ବିଭିନ୍ନ ମୃଣ୍ମୟୀ ପିଠେ ମାଁ ଦୁର୍ଗାଦେବୀଙ୍କ ସପ୍ତମୀ ପୂଜା

0 1

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:  ଆଶ୍ଵିନ ମାସ ଶୁକ୍ଳପକ୍ଷ ସପ୍ତମୀ ତିଥି ପୂର୍ବାଷାଢା ନକ୍ଷତ୍ର ତଥା ଅକ୍ଟୋବର ମାସ ୧୦ ତାରିଖ ଗୁରୁବାର ୨୦୨୪ ରେ ଦୁର୍ଗତି ନାଶିନୀ ମାଁ ଦୁର୍ଗାଦେବୀଙ୍କ ଆବାହନରେ ଚଳଚଞ୍ଚଳ ବିଭିନ୍ନ ପୂଜା ମଣ୍ଡପ ଓ ଶକ୍ତିପିଠ। ଆଜି ପୂଜା ମଣ୍ଡପରେ ମହାମାୟାଙ୍କ ର ହେଉଛି ଚକ୍ଷୁଦାନ ପର୍ବ। ଶକ୍ତି ପୀଠରେ ମହାଷ୍ଟମୀ ପୂଜା ହେଉଥିବା ବେଳେ ପୂଜାମଣ୍ଡପ ମାନଙ୍କରେ ମାଆଙ୍କ ମହା ସପ୍ତମୀ ପୂଜା ଅନୁଷ୍ଠିତ ହେଉଅଛି।

ଏହି ଅବସରରେ ଭଞ୍ଜନଗର ସହର ହୋଇଛି ଉତ୍ସବ ମୁଖର। ଏଠାରେ ସମସ୍ତ ପୂଜା ମଣ୍ଡପ ଗୁଡିକ ସଂପୁର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇସାରିଛି। ସେପଟେ ପାଗ ଅନୁକୂଳ ଥିବାରୁ ଜନସାଧାରଣ ଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି ପୂଜା ଉତ୍ସବ ନିମନ୍ତେ। ବର୍ତ୍ତମାନ ସମସ୍ତ ଦେବୀ ପିଠ ଗୁଡ଼ିକ ରେ ଆଧ୍ୟାତ୍ମିକ ମୟ ପରିବେଶ ରେ ମହାଷ୍ଟମୀ ପୂଜା ଚାଲିଥିବାବେଳେ ମୃଣ୍ମୟୀ ଦେବୀଙ୍କ ପାଖରେ ମହା ସପ୍ତମୀ ପୂଜା ଆଜି ଅନୁଷ୍ଠିତ ହୋଇଛି। ଭଞ୍ଜନଗର ସହରରେ ମୂଖ୍ୟତଃ ୪ ଗୋଟି ଅସ୍ଥାୟୀ ପିଠ ସହ ମୁଖ୍ୟ ରାସ୍ତା, ସହରର ପ୍ରମୁଖ ସ୍ଥାନ ଓ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ଗୁଡିକ ବିଭିନ୍ନ ରଂଗ ବେରଙ୍ଗ ଝକମକିଆ ଆଲୋକମାଳାରେ ଝଲସି ଉଠୁଛି। ଭଞ୍ଜନଗର ଜଳସେଚନ ବିଭାଜନ କର୍ମଚାରୀ ସାଂସ୍କୃତିକ ପରିଷଦ ( ବିଡେକା) ତରଫରୁ ଏଥର ଧୁମଧାମରେ ପାଳିତ ହେଉଛି ୫୬ ବର୍ଷ ବାର୍ଷିକୀ ସାର୍ବଜନୀନ ଶାରଦୀୟ ଦୁର୍ଗୋତ୍ସବ । ଏଠାରେ ପ୍ରାୟ ୬୬ ଫୁଟ ସୁଉଚ୍ଚ ଗେରୁଆ ବର୍ଣ୍ଣ ରାଜ ମହଲ ପରି ବିରାଟ ତୋରଣ ସମସ୍ତ ଙ୍କ ଆକର୍ଷଣ ର କେନ୍ଦ୍ରବିନ୍ଦୁ ହୋଇଛି। ଏହା ସହିତ ଏଠାରେ ଆଜି ଠୁ ୪ ଦିନ ଧରି ସ୍ଥାନୀୟ କଳାକାର ସଂଘ ଓ କଳାକାର ମାନଙ୍କ ଦ୍ବାରା ଆକର୍ଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ଏଠାରେ ଆଜିର ସପ୍ତମୀ ପୂଜା, ଘଟ ସ୍ଥାପନ, ନେତ୍ରୋତ୍ସବ, ପ୍ରାଣ ପ୍ରତିଷ୍ଠା ପୂଜାରେ ଉକ୍ତ ଅନୁଷ୍ଠାନ ରେ କନିଷ୍ଠ ଯନ୍ତ୍ରୀ ରଶ୍ମି ରଞ୍ଜନ ରଥ ଓ ତାଙ୍କର ଧର୍ମପତ୍ନୀ କର୍ତ୍ତା ଭାବରେ ଦାୟିତ୍ଵ ନେଇଥିବା ବେଳେ ପଣ୍ଡିତ ସିମାଞ୍ଚଳ ତ୍ରିପାଠୀ ଓ ଅନ୍ୟ ସହାୟକ ପଣ୍ଡିତ ଦାୟିତ୍ଵ ନିର୍ବାହ କରିଥିଲେ। ତତପରି ଭଞ୍ଜନଗର ଖାଲାସିସାହି ର ଚଳିତ ୭୭ ବର୍ଷରେ ବିଶ୍ଵଜନନୀ କଳାପରିଷଦ ର ଦୁର୍ଗାପୂଜା ରେ କର୍ତ୍ତା ସାନ୍ତୁନୁ କୁମାର ଦାଶ ଓ ପଣ୍ଡିତ ସୁବାସ ଚନ୍ଦ୍ର ମିଶ୍ର ସମସ୍ତ ପ୍ରକାର ତନ୍ତ୍ର ମନ୍ତ୍ର ରିତି ନିତି ଅନୁସାରେ କାର୍ଯ୍ୟ ସମ୍ପାଦନ କରିଥିଲେ। ଭଞ୍ଜ ସାହିତ୍ୟ ପରିଷଦର ସାର୍ବଜନୀନ ଦୁର୍ଗାପୂଜା ରେ ଅମୁଲ୍ୟ କୁମାର ସାହୁ ଓ ଧର୍ମ ପତ୍ନୀ ମମତା କୁମାରୀ ସାହୁ କର୍ତ୍ତା ଭାବରେ ଥିବାବେଳେ ମୂଖ୍ୟ ଆଚାର୍ଯ୍ୟ ଉପେନ୍ଦ୍ର କୁମାର ମିଶ୍ର , ସହ ଆଚାର୍ଯ୍ୟ କୁଲାଡ଼ ର ରବିନ୍ଦ୍ର କୁମାର ପତି ପୂଜକ ଥିଲେ। ସେହିପରି ଓ.ଏସ.ଆର୍.ଟି.ସି ( ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ) ରେ ଚଳିତ ବର୍ଷ ୫୦ ବର୍ଷ ରୁ ଅଧିକ ବର୍ଷ ହେବ ମାଁ ଙ୍କ ପୁଜା ନିତି ବିଧି ପୂର୍ବକ ହୋଇଆସୁଛି। ଏଥିରେ ପୁଜକ ସୁବାସ ମିଶ୍ର ଙ୍କ ସହିତ ଚାର୍ବାଗିଂ ମିଶ୍ର ସମସ୍ତ ଦାୟିତ୍ଵ ନିର୍ବାହ କରୁଛନ୍ତି।

Leave A Reply

Your email address will not be published.