ଝାରସୁଗୁଡ଼ା,୧୦ ଅକ୍ଟୋବର, ୨୦୨୩, : ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହାୟତାରେ ଝାରସୁଗୁଡ଼ାରେ ଏକ ସ୍ୱାସ୍ଥ୍ୟ ସଚେତନତା ଅଧିବେଶନ ଆୟୋଜନ କରିଥିଲା ଓ ପରେ ଏକ ରାଲିରେ ସୁନାରୀମୁଣ୍ଡା ଓ ବୃନ୍ଦାମାଳ ଗ୍ରାମରେ ୨୦୦ ସ୍ଥାନୀୟ ବାସନ୍ଦାଙ୍କ ନିକଟରେ ପହଁଚିଥିଲା। ଏହି ପଦକ୍ଷେପ ବେଦାନ୍ତ ଆଲୁମିନିୟମର କାର୍ଯ୍ୟକ୍ରମ ଆଖପାଖରେ ଗୋଷ୍ଠୀର ସ୍ୱାସ୍ଥ୍ୟ ଓ ଉନ୍ନତି ପାଇଁ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା।
ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ଲବଙ୍ଗ ବାଗ, ସରପଂଚ, ବଡମାଳ, ଡ.ସନ୍ଦୀପ, ଆପୋଲୋ ହସପିଟାଲ, ଝାରସୁଗୁଡ଼ା ଓ ଡ. ଜୟନାରାୟଣ ପୁଜାରୀ, ଡାକ୍ତର ବେଦାନ୍ତର ମୋବାଇଲ ହେଲ୍ଥ ୟୁନିଟ ଅଂଶଗ୍ରହଣ କରିଥିଲେ। ଏହି ଅଧିବେଶନରେ ଲୋକମାନଙ୍କୁ ସ୍ୱାସ୍ଥ୍ୟ, ଜୀବନଶୈଳୀ ସମ୍ବନ୍ଧୀୟ ରୋଗ, ଅସ୍ୱାସ୍ଥ୍ୟକର ଅଭ୍ୟାସର କ୍ଷତିକାରକ ପ୍ରଭାବ ସଂପର୍କରେ ବୁଝାଯାଇଥିଲା। ଅଂଶଗ୍ରହଣକାରୀମାନେ ଖରାପ ଖାଦ୍ୟ, ଶାରୀରିକ ନିଷ୍କ୍ରିିୟତା, ଧୂମପାନ ଓ ମଦ୍ୟପାନର କୁପ୍ରଭାବ ଓ ସନ୍ତୁଳିତ ଖାଦ୍ର, ନିୟମିତ ବ୍ୟାୟାମର ଉପକାରୀତା ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ। ପ୍ରମୁଖ ବାର୍ତାଗୁଡ଼ିକୁ ଦୃଢ କରିବା ଲାଗି ଜିଲ୍ଲା ସ୍ୱାସ୍ଥ୍ୟ ମୁଖ୍ୟାଳୟ ଦ୍ୱାରା ଅନୁମୋଦିତ ପାଂପଲେଟ ଓ ଲିଫଲେଟ ବଂଟନ କରାଯାଇଥିଲା। ଲୋକମାନେ ସରକାରୀ ସ୍ୱାସ୍ଥ୍ୟ ସୁବିଧା ଉପରେ ଅବଗତ ହୋଇଥିଲେ ଓ ସେମାନଙ୍କ ମଧ୍ୟରେ ରହିଥିବା ଭ୍ରାନ୍ତ ଧାରଣାକୁ ଆଲୋଚନା ମାଧ୍ୟମରେ ବୁଝାଯାଇଥିଲା।
ବେଦାନ୍ତ ଆଲୁମିନିୟମର ମୁଖ୍ୟ ପରିଚାଳନା ଅଧିକାରୀ ସୁନୀଲ ଗୁପ୍ତା କହିଥିଲେ ଯେ ବେଦାନ୍ତ ଆଲୁମିନିୟମରେ ଆମେ ସ୍ୱୀକାର କରୁ ଯେ ଆମେ ସେବା କରୁଥିବା ଗୋଷ୍ଠୀର ସ୍ୱାସ୍ଥ୍ୟ ଓ କଲ୍ୟାଣ ପ୍ରତି ସମର୍ପିତ। ଏହିଭଳି ପଦକ୍ଷେପ ଜରିଆରେ ଆମେ ଲୋକମାନଙ୍କୁ ସଶକ୍ତ କରୁଛୁ। ସୁସ୍ଥ ଜୀବନ ଯାପନ କରିବା ଲାଗି ଜ୍ଞାନ ସହିତ ସେମାନଙ୍କୁ ଅଧିକ ଶକ୍ତିଶାଳୀ, ସୁସ୍ଥ ଗୋଷ୍ଠୀ ଗଠନ ସହ ଏକ ସ୍ଥାୟୀ ଭବିଷ୍ୟତ ନିର୍ମାଣ ଆମର ଲକ୍ଷ୍ୟ।
ଡ, ସନ୍ଦୀପ, ମେଡିସିନ ପରାମର୍ଶଦାତା, ଆପୋଲୋ ହସପିଟାଲ, ଝାରସୁଗୁଡ଼ା କହିଥିଲେ ଯେ ଏକ ସୁସ୍ଥ ଜୀବନଶୈଳୀର ମହତ୍ୱ ବିଷୟରେ ଆମ ଗୋଷ୍ଠୀକୁ ଅବଗତ କରାଇବା ଗୁରୁତ୍ୱପୂର୍ଣ୍ଣ। ଛୋଟିଆ ପରିବର୍ତନ ଦ୍ୱାରା ଆମେ ବହୁ ଉପକାର ପାଇ ପାରିବା ଯେପରିକି ସନ୍ତୁଳିତ ଖାଦ୍ୟ, ନିୟମିତ ବ୍ୟାୟାମ, ଓ ସାମଗ୍ରିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସୁଷମ ଖାଦ୍ୟ ଗ୍ରହଣ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ଏହି ପଦକ୍ଷେପରେ ମୁଁ ଯୋଗଦେଇ ବହୁ ଆନନ୍ଦିତ।
ଏହି ସ୍ୱାସ୍ଥ୍ୟ ସଚେତନତା ଅଧିବେଶନ ହେଉଛି ବେଦାନ୍ତ ଆଲୁମିନିୟମର ଗୋଷ୍ଠୀ ସ୍ୱାସ୍ଥ୍ୟକୁ ପେ୍େରାତ୍ସାହିତ କରିବା, ଜୀବନଶୈଳୀରେ ପରିବର୍ତନ ଆଣିବା ଓ ଏହାର କାର୍ଯ୍ୟକଳାପକୁ ନେଇ ଏକ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବାରେ ବ୍ୟାପକ ପ୍ରୟାସର ଏକ ଅଂଶ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା। ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି। ବେଦାନ୍ତ ଆଲୁମିନିୟମ ଏସ ଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସେସମେଂଟ ୨୦୨୩ ବିଶ୍ୱ ର୍ୟା ଙ୍କିଙ୍ଗରେ ଆଲୁମିନିୟମ ଉଦ୍ୟୋଗ ପାଇଁ ୧ମ ର୍ୟା ଙ୍କ ଧାରୀ ସଂସ୍ଥା। ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି।
Sign in
Sign in
Recover your password.
A password will be e-mailed to you.