ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି,-ସ୍ଥାନୀୟ ଶାନ୍ତିନିକେତନ ଉଚ୍ଚ ମହାବିଦ୍ୟାଳୟରେ ଆଜି ଛାତ୍ରଛାତ୍ରୀ ମାନଙ୍କ ର ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳନ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନ ର
ପ୍ରଥମ ବର୍ଷର ଛାତ୍ରଛାତ୍ରିଙ୍କୁ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରି ମାନଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ରୁପେ ଶିକ୍ଷକ ମନୋଜ କୁମାର ପାଢୀ ଯୋଗଦେଇ ସେ ଛାତ୍ର ଛାତ୍ରି ମାନଙ୍କୁ ଏକ ଶୂଖଲିତ ଜୀବନ ଜାପନ ବିତେଇବା ପାଇଁ ପରାମର୍ଶ ଦେଇଥିଲେ। ଅନୁଷ୍ଟାନର ଭାରପ୍ରାପ୍ତ ଅଧକ୍ଷ ରଜତ କୁମାର ମହାନ୍ତି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଅନୁଷ୍ଠାନର କର୍ମକର୍ତ୍ତା ସତ୍ୟ ଶଥପତି, ଗୌରୀ ଶଙ୍କର ମହାଙ୍କୁଡ, ତ୍ରୁପ୍ତି ପ୍ରଧାନ, ବବିତା ଗମାଙ୍ଗ,ସତିଶ କୁମାର, ସନ୍ତୋଶ ପଟନାୟକ, ଥମଷା ପତ୍ର, ଶିବ ପୁଜାରୀ, ସୁକାନ୍ତ ଗୌଡ, ଭୀମ ଶବର ଓ ଅନ୍ୟନ୍ୟ କର୍ମ କର୍ତ୍ତା ସହଯୋଗ କରିଥିଲେ। କାର୍ଯ୍ୟ କ୍ରମରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗା ରଙ୍ଗ କାର୍ଯକମ ପରିବେଷଣ କରାଯାଇଥିଲା।