ନକ୍ସଲ ପ୍ରଭାବିତ ଅଞ୍ଚଳରେ ସମସ୍ତ ହିତାଧିକାରୀଙ୍କୁ ସରକାରୀ ଯୋଜନାର ଶତପ୍ରତିଶତ ସୁବିଧା ପହଞ୍ଚାଇବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ -“ଗ୍ରାମୋଦୟ’

0 2
  •  ନକ୍ସଲ ପ୍ରଭାବିତ ୧୦ଟି ଜିଲ୍ଲାର ୫୮୩ ଟି ଗ୍ରାମ ପାଇଁ ସ୍ୱତନ୍ତ୍ର ପଦକ୍ଷେପ

  •  ସମସ୍ତ ହିତାଧିକାରୀଙ୍କଠାରେ ସମସ୍ତ ସରକାରୀ ଯୋଜନାର ଶତପ୍ରତିଶତ ସୁବିଧା ପହଞ୍ଚାଇବାର ଲକ୍ଷ୍ୟ

  •  ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଏକାଭିମୁଖୀ ହୋଇ ସାଚୁରେସନ୍ ମୋଡରେ ଯୋଜନା କାର୍ଯ୍ୟକାରୀ କରିବେ

  •  ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପର୍ଯ୍ୟବେକ୍ଷଣ କମିଟି

ଭୁବନେଶ୍ୱର,୦୮/୧୦/୨୦୨୪: ବାମପନ୍ଥୀ ନକ୍ସଲବାଦ ଦ୍ୱାରା ପ୍ରଭାବିତ ଅଞ୍ଚଳଗୁଡିକର ସାମଗ୍ରିକ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ଗ୍ରାମୋଦୟ’ର ଆରମ୍ଭ କରାଯାଇଛିା ନକ୍ସଲ ପ୍ରଭାବିତ ୧୦ଟି ଜିଲ୍ଲାର ୫୮୩ଟି ଗ୍ରାମର ଜନସାଧାରଣଙ୍କଠାରେ ଯେଭଳି ସମସ୍ତ ସରକାରୀ ଯୋଜନାର ପରିପୂର୍ଣ୍ଣତା ଭିତ୍ତିରେ ଶତପ୍ରତିଶତ ସୁବିଧା ପହଞ୍ଚାଯାଇ ପାରିବ, ସେଥି ପାଇଁ ରାଜ୍ୟ ସରକାର ସମସ୍ତ ବିଭାଗକୁ ଏକାଭିମୁଖୀକରି ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତିା ଏହାର ତଦାରଖ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସ୍ତରୀୟ ପର୍ଯ୍ୟବେକ୍ଷଣ କମିଟି କାର୍ଯ୍ୟ
କରିବା
ବାମପନ୍ଥୀ ନକ୍ସଲବାଦ ଦ୍ୱାରା ପ୍ରଭାବିତ ବରଗଡ଼, ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ ରାୟଗଡା ଆଦି ରାଜ୍ୟର ଦଶଟି ଜିଲ୍ଲାର ୫୮୩ ଟି ଗ୍ରାମରେ ସମସ୍ତ ସରକାରୀ ଯୋଜନାର ଶତପ୍ରତିଶତ ସୁବିଧା ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କର ସମସ୍ତ ବିଭାଗକୁ ଏକାଭିମୁଖୀକରି ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ଗ୍ରାମୋଦୟ’ ଆରମ୍ଭ କରାଯାଇଛିା ଏହି କାର୍ଯ୍ୟକ୍ରମର ମୁଖ୍ୟତଃ ଦୁଇଗୋଟି ଉପାଦାନ ରହିଛିା ପ୍ରତିଟି ଗ୍ରାମ/ ଗୋଷ୍ଠୀକୁ ସମସ୍ତ ସରକାରୀ ଯୋଜନାର ଶତପ୍ରତିଶତ ସୁବିଧା ପହଞ୍ଚାଇବା ଏବଂ ପ୍ରତିଟି ହିତାଧିକାରୀ/ ପରିବାରକୁ ସମସ୍ତ ସରକାରୀ ଯୋଜନାର ଶତପ୍ରତିଶତ ସୁବିଧା ପହଞ୍ଚାଇବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟା ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ଏକାଭିମୁଖୀକରି ସେଚୁରେସନ୍ ମୋଡ୍ରେ ସମସ୍ତ ଯୋଜନାର ଲାଭ ପହଞ୍ଚାଇବା ପାଇଁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ଗ୍ରାମୋଦୟ’ ଆରମ୍ଭ କରାଯାଇଛିା
ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ଗ୍ରାମୋଦୟ’ରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଏକାଭିମୁଖୀ ହୋଇ ପରିପୂର୍ଣ୍ଣତା ଭିତ୍ତିରେ ଯୋଜନାଗୁଡିକ କାର୍ଯ୍ୟକାରୀ କରିବୋ ଏଥିରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ନୋଡ଼ାଲ୍ ବିଭାଗ ଭାବରେ କାର୍ଯ୍ୟ କରିବା ଏହା ଅଧୀନରେ ଗ୍ରାମ/ ଗୋଷ୍ଠୀକୁ ୩୧ଟି ସରକାରୀ ଯୋଜନା ଏବଂ ହିତାଧିକାରୀ/ ପରିବାରକୁ ୪୪ ଟି ସରକାରୀ ଯୋଜନାର ଶତପ୍ରତିଶତ ସୁବିଧା ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛିା
ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ଗ୍ରାମୋଦୟ’କୁ ଅନୁଧ୍ୟାନ କରିବାପାଇଁ ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରରେ ପର୍ଯ୍ୟବେକ୍ଷଣ କମିଟି କାର୍ଯ୍ୟ କରିବା ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କମିଟିରେ ସମସ୍ତ ବିଭାଗର ଶାସନ ସଚିବ ସଦସ୍ୟ ଭାବରେ ରହିବୋ ଜିଲ୍ଲା ସ୍ତରୀୟ କମିଟିରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବ୍ଲକ ସ୍ତରୀୟ କମିଟିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀଙ୍କ କମିଟି ଦ୍ୱାରା ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ଗ୍ରାମୋଦୟ’ର ପର୍ଯ୍ୟବେକ୍ଷଣ କରାଯିବା
ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ଗ୍ରାମୋଦୟ’କୁ କାର୍ଯ୍ୟକାରୀ କରିବାପାଇଁ ତୃଣମୂଳ ସ୍ତରରେ ଜନସମ୍ପର୍କ ଶିବିର, ସଚେତନତା ଅଭିଯାନ, ଗ୍ରାମସଭା, ଅଭିଯୋଗ ଶୁଣାଣି ଆଦିର ବିଶେଷ ବ୍ୟବସ୍ଥା କରାଯାଇଛିା ରାଜ୍ୟର ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡିକର ସାମଗ୍ରିକ ବିକାଶ ପାଇଁ ସମସ୍ତ ଗ୍ରାମ ଓ ହିତାଧିକାରୀଙ୍କୁ ସରକାରୀ ଯୋଜନାର ଶତପ୍ରତିଶତ ସୁବିଧା ପହଞ୍ଚାଇବାର ମହତ୍ତର ଲକ୍ଷ୍ୟ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ଗ୍ରାମୋଦୟ’ କାର୍ଯ୍ୟକରିବା

 

Leave A Reply

Your email address will not be published.