ରବିପାଢିଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ

0 2

ଗୁଣପୁର,୮l୧୦()-ଅଗ୍ରଣୀ କୃଷକ ତଥା ବିଜେପି ନେତା ସ୍ବର୍ଗତ ରବିପାଢିଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ପାଳନ ହୋଇଯାଇଛି। ଏହି ଅବସରରେ ରବିପାଢି ସ୍ମୃତି କମିଟି ପକ୍ଷରୁ ସ୍ଥାନୀୟ ପଣଷଗୁଡା ସ୍ଥିତ ସ୍ବାଭିମାନ ଛକଠାରେ ଆୟୋଜିତ କାର୍ଯ୍ଯକ୍ରମରେ ସ୍ଥାନୀୟ ବିଧାୟକ ସତ୍ଯଜିତ୍ ଗମାଙ୍ଗ, ପୌର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ, ସ୍ମୃତି କମିଟିର ବରିଷ୍ଠ ସଦଶ୍ଯ ଲୋକନାଥ ପାଢି, ଅକ୍ଷୟ ଦାସ, ଅଶୋକ ରଥ ଓ ନିଳମାଧବ ପାଢି ଉପସ୍ଥିତ ରହି ସ୍ବର୍ଗତ ପାଢିଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ଯ ଅର୍ପଣ କରିବା ସହ ସ୍ମୃତି ଚାରଣ କରିଥିଲେ। ଉକ୍ତ ମଣ୍ଡପରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ମଧ୍ୟ ଉପସ୍ଥିତ ଲୋକେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାକେଶ ସାହୁ, ସନ୍ତୋଷ ପଣ୍ଡା, ଉମା ଦାସ, ସିଏଚ ଶ୍ରୀନିବାସ, ରାଜେଶ ପାଢି, ମିଲି ପାଢି, ଅଜିତ ପଣ୍ଡା, ମୁନା ପାଢି, ରାମ ମହାନ୍ତି, ବିଭୁ ଶତପଥି, ଶ୍ରେଆନ୍ସ ପାଢି, ସୁରେନ୍ଦ୍ର ମହାନ୍ତି, ଇପିଲି ସାବରିସ୍, ବିଜେଡି ନେତା ରାମ ପଣ୍ଡା, ବିଜେପି ନେତା ଅମର ସାହୁ, ଶ୍ରୀନିବାସ ସ୍ବାଇଁ, ପୃଥ୍ୱିରାଜ ପାଢିଙ୍କ ସମେତ ସହରର ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଓ ଯୁବଗୋଷ୍ଠୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି

Leave A Reply

Your email address will not be published.