ଆଦର୍ଶ ବିଦ୍ୟାଳୟର ଛାତ୍ରୀ ମୋନାଲିସା ପଣ୍ଡାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ

0 2

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ରାମନାଗୁଡ଼ା ବ୍ଲକ ଭାମିନି ପଞ୍ଚାୟତ ଅନ୍ତର୍ଗତ ଲିମପଦର ଗାଁ ମାଟିର ଝିଅ ୬୮ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବ୍ୟାଡମୀଣ୍ଟନ ଓ ହ୍ୟାଣ୍ଡ ବୋଲ ପ୍ରତିଯୋଗିତା ୨୦୨୪ ବାଳିକା (୧୪-୧୭)ବର୍ଷ ରୁ କମ୍ ବିଜୟଲାଭ କରିଥିବା ରାମନାଗୁଡ଼ା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ମୋନାଲିସା ପଣ୍ଡା ଙ୍କୁ ଗୁଣପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜେପି ବିଧାୟକ ପ୍ରାର୍ଥୀ ତ୍ରିନାଥ ଗୋମାଙ୍ଗୋ ଓ ବିଜେପିର କାର୍ଯ୍ୟକର୍ତ୍ତା ମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ଏବଂ ଆଗାମୀ ଦିନ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ବିଜୟଲାଭ କରିବା ପାଇଁ ପ୍ରେରଣା ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ବିଜେପି ବିଧାୟକ ପ୍ରାର୍ଥୀ ତ୍ରିନାଥ ଗମାଙ୍ଗ,ଜିଲ୍ଲା ଉପ ସଭାପତି ଉଦୟ ନାଥ ପାଢ଼ୀ, କୁଜେନ୍ଦ୍ରି ମଣ୍ତଳ ସଭାପତି ଧନୁ ବେହେରା,ଯୁବ ନେତା ଜଗଦୀଶ ପଣ୍ଡା, ମନ୍ କି ବାତ୍ ସଂଯୋଜକ କୀର୍ତ୍ତି କୁମାର ପଣ୍ଡା, ଯୁବ ମୋର୍ଚ୍ଚା ମୁଖୀ ଦିବାକର, ଜୟଦେବ ପଣ୍ଡା, ଅମିତ୍ ଷଡ଼ଙ୍ଗୀ ଜଗନ୍ନାଥ ନିମାଲୁପୁରି,ସମୁଲ୍ ଗାଣ୍ଟା ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.