ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ତା.07/10 କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଜନଶୁଣାଣି ଶିବିର ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଅନୁଷ୍ଠିତ ହୋଇଥିଲା । ଏହି ଯୁଗ୍ମ ଅଭିଯୋଗ ଓ ସମାଧାନ ଶିବିରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା 163 ଜଣଙ୍କର ନାମ ପଞ୍ଜୀକରଣ କରାଯାଇଥିଲା ସେଥି ମଧ୍ୟରୁ ବ୍ୟକ୍ତିଗତ 131 ଗୋଟି ରହିଥିବା ବେଳେ ଦଳଗତ, ଗ୍ରାମ ସମସ୍ୟା 29 ଗୋଟିଏ, ସି ଏମ୍ ଆର୍ ଏଫ୍ ସହାୟତା ଦୁଇ, ଓ ରେଡକ୍ରସ ସହାୟତା ପାଇଁ ଗୋଟି ରହିଥିଲା । ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ,କୃଷି,ପାନୀୟ ଜଳ, ଯୋଗାଣ,ଅବକାରୀ, ଶିଶୁ ସୁରକ୍ଷା, ଗ୍ରାମ୍ୟ ଉନ୍ନୟନ, ପୋଲିସ କେଶ୍,ଜମି ଜମା ସଂକ୍ରାନ୍ତୀୟ ଇତ୍ୟାଦି ଆପତ୍ତି ଅଭିଯୋଗ ର ଶୁଣାଣି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ କହିଥିଲେ। ଶିବିରରେ 10 ଗୋଟି ସମସ୍ୟାର ତୁରନ୍ତ ସମାଧାନ କରାଯାଇଥିଲା । ସମସ୍ତଙ୍କର ଆପତ୍ତି ଅଭିଯୋଗର ଶୁଣାଣୀ କରି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହିତ ତୁରନ୍ତ ସମସ୍ୟାର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଏହି ଯୁଗ୍ମ ଶୁଣାଣୀରେ ଅନ୍ୟମାନକ ମଧ୍ୟରେ ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ, ଦୟାମୟ ପାଢି,ଉପ ଜିଲ୍ଲାପାଳ ଧର୍ମଗଡ଼, ଧିମାନ ଚାକମା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏ. ବି, ଗୁରୁ, ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର,ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ନିହାରେ ଦ୍ର,ପଣ୍ଡା,ଜିଲ୍ଲା ଯୋଗାଣ ଅଧିକାରୀ ପି କେ ସାହୁ, ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ମୁଜିବୁନ ନିଶା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ସହକାରୀ ନିର୍ଦ୍ଦେଶକ ସ୍ଵଳ୍ପ ସଞ୍ଚୟ,ବିବେକାନନ୍ଦ ମହାନନ୍ଦ, ଡେପୁଟି କଲେକ୍ଟର ଚନ୍ଦ୍ର ଦାସ ମହାନଦୀଆ ଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ,ସ୍ତାନୀୟ ତହସିଲଦାର, ବି ଡି, ନିର୍ବାହୀ ଅଧିକାରୀ ପୌରପାଳିକା ପ୍ରମୁଖ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post