ମହାବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

0 2

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଭଞ୍ଜନଗର ର ବହୁ ପୁରାତନ ମହାବିଦ୍ୟାଳୟ “କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ” ରେ ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ଚାଲିଛି।ଆଉ କିଛି ଦିନ ପରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରାଯିବ । ତେଣୁ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

ଉକ୍ତ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ କାର୍ଯ୍ୟକ୍ରମକୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯିବ ବୋଲି ବିଧାୟକ ନାୟକ ପ୍ରକାଶ କରିଥିଲେ। ଉତ୍ସବଟିକୁ ରାଜନୀତିରୁ ଉର୍ଦ୍ଧରେ ରହି ପାଳନ କରାଯିବା ସହିତ ୩ ଦିନ ଧରି ହେବାକୁ ଥିବା ଉକ୍ତ ଉତ୍ସଵ କୁ ପୁର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ସମେତ ବିଭିନ୍ନ ରାଜନୀତି ଦଳର ନେତାଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯିବ। ତେଣୁ ଉତ୍ସବକୁ ସଫଳ କରିବା ପାଇଁ ଉପସ୍ଥିତ ସମସ୍ତ ପୁର୍ବତନ ଛାତ୍ର ନେତା ମାନଙ୍କ ସହଯୋଗ କାମନା କରିଥିଲେ ବିଧାୟକ ଶ୍ରୀ ନାୟକ। ବୈଠକରେ ଅନ୍ୟ ମାନକ ମଧ୍ୟରେ ଏନ୍. ଏ. ସି .ଅଧକ୍ଷ ଗୋପବନ୍ଧୁ ମହାପାତ୍ର, କଲେଜ ପରିଚାଳନା କମିଟି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ, କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ, ପୂର୍ବତନ ଛାତ୍ର ନେତା ପ୍ରଶାନ୍ତ ମହାନ୍ତି, ଫିରୋଜ୍ ମହାପାତ୍ର, ଉପେନ୍ଦ୍ର ଶତପଥି, ପଞ୍ଚାନନ ପାଳ, ମୁରଲୀଧର ପଣ୍ଡା,ଦିଲିପ ଗୌଡ, ଦେବୀ ବିଷୋୟୀ, ହେମନ୍ତ କୁମାର ନାୟକ, ସମିର ନାୟକ, ସୁଧୀର ଦାସ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ସନ୍ତୋଷ ବେହେରା ସଭାକୁ ସଂଯୋଜନା କରିଥିଲେ। ସୁଚନା ଯୋଗ୍ୟ ୨୦୧୦ ରେ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରିପାରିନଥିଲା। ଏହାପରେ ଏଥି ସକାଶେ ଏକାଧିକ ବାର ଯୋଜନା ପ୍ରସ୍ତୁତ ହୋଇଥିଲେ ମଧ୍ୟ ସଫଳ ହୋଇନଥିବା ଜଣାଯାଏ। କିନ୍ତୁ ଏଥର ସବୁ ପ୍ରତିକ୍ଷା ର ଅନ୍ତ ହୋଇ ମହାବିଦ୍ୟାଳୟ ରେ ଦୁଇ ଦୁଇ ଥର ଛାତ୍ର ସଂସଦ ସଭାପତି ହୋଇଥିବା ବିଧାୟକ ପ୍ରଦ୍ୟୁମ୍ନ ନାୟକ ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ଯୋଜନା କରିଛନ୍ତି। ଏଥି ସକାଶେ ମଧ୍ୟ ଗତ ମାସରେ ପୁର୍ବତନ ଛାତ୍ର ନେତା ମାନଙ୍କୁ ନେଇ ଏକ କମିଟି ତିଆରି ହୋଇଥିଲା।

Leave A Reply

Your email address will not be published.