ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଗତ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ମା ଜଗତ ଜନନୀନିକ ନବରାତ୍ରୀ ପୂଜା । ଏହି ପରିପେକ୍ଷୀରେ ଗୁଣୁପୁର ଶକ୍ତିପୀଠ ଗୁଡିକରେ ମାଙ୍କ ସ୍ୱତନ୍ତ୍ର ପୂଜା ଅର୍ଚ୍ଚନା ଆରମ୍ଭ ହୋଇଯାଇଛି ।ଗୁଣୁପୁର ଅଂଚଳର ମା ଗ୍ରାମଦେବୀ ମନ୍ଦିର , ମା ମାଣିକେଶ୍ବରୀ ମନ୍ଦିର , ମା ଦକ୍ଷିଣ କାଳୀ ମନ୍ଦିର ,ଜଗନ୍ନାଥ ମନ୍ଦିର ପରିସରରେ ଥିବା ମା କନକ ଦୁର୍ଗା , ମା ବନଦୁର୍ଗା , ମା ମୁତ୍ୟାଲୁମା, ମା କାମାକ୍ଷୀ , ମା ଲଳିତା ଦେବୀ , ମା କାଞ୍ଜିପୁଟି , ମା ମଙ୍ଗଳ , ମା କନ୍ୟାକା ପାରାମେଶ୍ୱରୀ ,ମା ନୀଳମଣି ଦୁର୍ଗା ,ମା ସାତଭଉଣୀ ଏପରିକି ପେଙ୍ଗୁଡ଼ା ସ୍ତିତ ମା କାଳଭୈରବୀ ଙ୍କ ପୀଠ ରେ ମଧ୍ୟ ନବରାତ୍ର ନିମନ୍ତେ ସ୍ୱତନ୍ତ୍ର ପୂଜା ଅର୍ଚ୍ଚନା କରାଯିବା ସହ ମନ୍ଦିର ସବୁ ସୁନ୍ଦର ଭାବେ ସାଜସଜ୍ଜା କରାଯାଇଛି ।ଏହି ଅବସରରେ ଜଗନ୍ନାଥ ମନ୍ଦିର ପରିସରରେ ଥିବା ମା କନକ ଦୁର୍ଗା ମନ୍ଦିର ପ୍ରାଙ୍ଗଣ ରେ ଆସନ୍ତା ୮ ତାରିଖ ରେ ଏକ ଲକ୍ଷ ଦୀପ ପ୍ରଜ୍ୱଳନର ବ୍ୟବସ୍ତା କରାଯାଇଛି ।ପ୍ରତ୍ୟକ ସନ୍ଧ୍ୟା ସମୟରେ ମନ୍ଦିର ଗୁଡିକରେ ଭକ୍ତଙ୍କ ଭିଡ ଲାଗିରହିଛି ।ଅପରପକ୍ଷେ ଦଶହରା ମେଢ ନିମନ୍ତେ ସହରର ସ୍ଥାନେ ସ୍ଥାନେ ନିର୍ମାଣ କାର୍ଯ୍ୟ ଚାଲୁରହିଛି