ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷକ କଲ୍ୟାଣ ପରିଷଦ ର ବୈଠକ ।

2

(ଶାସକ ପ୍ରଶାସକ /ଖଲ୍ଲିକୋଟ ରୁ ଶିବରାମ ଜେନା)- ଖଲ୍ଲିକୋଟ ବ୍ଳକ୍ ର ଗର୍ବ ଗୋୖରବ ଅର୍ଜ୍ଜନ କରିଥିବା ଶିକ୍ଷକ, ଅନୁସୂଚିତ ଜାତି ଓ ଜନଜାତିଙ୍କ ସଶକ୍ତିକରଣ ପାଇଁ ସ୍ଥାନୀୟ ଅମରେଶ୍ଵର ମନ୍ଦିର ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି। ଏଅଵସରରେ ରାଜ୍ୟ ସ୍ତରୀୟ ନେତୃବୃନ୍ଦ ସାମିଲ ହୋଇଥିଲେ । ଏମାନଙ୍କ ମଧ୍ୟରେ ଥିଲେ | ନୀଳମଣି ବେହେରା, ପୂର୍ଣ୍ଣଚନ୍ଦ୍ର ହାଣ୍ଡି, ଧନେଶ୍ଵର ବେହେରା, ସୁବାସ ଚନ୍ଦ୍ର ବେହେରା, ବିଦେଶୀ ସେଠୀ, ସନ୍ତୋଷ କୁମାର ସେଠୀ, ସନ୍ତୋଷ କୁମାର ବେହେରା ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ନେତୃବୃନ୍ଦ। ଆଜିର ଏ କାର୍ଯ୍ୟକ୍ରମ ରେ ଶ୍ରୀ ତ୍ରିନାଥ ବେହେରାଙ୍କୁ ସଭାପତି ଆସନରେ ଅଧିଷ୍ଠିତ କରାଇ ଥିବା ବେଳେ ଶ୍ରୀ ହେମନ୍ତ ବେହେରା ସଭାକାର୍ଯ୍ୟ ସଂଯୋଜନା ଦାୟିତ୍ୱରେ ଥିବା ଜଣାପଡ଼ିଛି।
ତା ସଙ୍ଗେ ସଙ୍ଗେ ଓଡିଶା ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷକ କଲ୍ୟାଣ ପରିଷଦ ର କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବିଶ୍ଵନାଥ ବେହେରା, ହେମନ୍ତ ବେହେରା, ସୁଶାନ୍ତ ବେହେରା, ଅଭିରାମ ମଲ୍ଲିକ, ମଧୁଚରଣ ସେଠୀ, ବଳରାମ ଜାଲି, ଶ୍ଵେତ ଦାସ, ହୀନ ନାହାକ, ପୂର୍ଣ୍ଣଚନ୍ଦ୍ର ଜାନି, କିଶୋର ଚନ୍ଦ୍ର ଘାସି ପ୍ରଫୁଲ୍ଲ ବେହେରା, ଅର୍ଜୁନ ଶବର, ବନିତା ଜାଲି , ଜୟଦେବ ପ୍ରଧାନ,ଭରତ ସେଠୀ, ଇନ୍ଦ୍ରମଣି ବେହେରା,ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ । ଖବର ନେବାରୁ ଜଣାପଡିଛି ଯେ ଉକ୍ତ ବୈଠକରେ ଅନ୍ୟୁନ ପ୍ରାୟ ୧୨୫ରୁ ଉର୍ଦ୍ଧ୍ବ ବ୍ୟକ୍ତି ବିଶେଷ ମାନେ ସମବେତ ସୋଇଥିଲେ। ଆଜି ର ଏ କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଉନ୍ନତି ମୂଳକ କାର୍ଯ୍ୟ ହାତକୁ ନେବା ଓ ଅନ୍ୟାୟ ପାଇଁ ଲଢିବା । ସଭାଶେଷରେ ସଭାପତି ଙ୍କୁ ଧନ୍ୟବାଦ ଅର୍ପଣ କରି ଥିଲେ । ମନ୍ଦିର ରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଉକ୍ତ ବୈଠକରେ ସାମିଲ୍ ଥିବା ଶିକ୍ଷକ ତଥା ଉପଦେଷ୍ଟା ମଣ୍ଡଳୀ ମାନେ ଏଭଳି କାର୍ଯ୍ୟକ୍ରମ ହାତକୁ ନେଇ ପ୍ରଶଂସିତ ହେବା ଏକ ଗୋୖରବ ବିଷୟ ।

Leave A Reply

Your email address will not be published.