
ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବୁ୍ୟସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଦଶହରା ଉତ୍ସବ ସମୟରେ ସୁରକ୍ଷିତ ଓ ଭରସାଯୋଗ୍ୟ ବିଦୁ୍ୟତ ଯୋଗାଣକୁ ସୁନିଶ୍ଚିତ କରିବା ଲାଗି ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି ।
ସୁରକ୍ଷା ପ୍ରତି ପ୍ରତିବଦ୍ଧତାକୁ ବଜାୟ ରଖି ଟିପିସିଓଡିଏଲ୍ ପକ୍ଷରୁ ପାର୍ବଣ ଋତୁରେ ପୂଜା ପେଣ୍ଡାଲ ଓ ଦୋକାନୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଗାଇଡ୍ଲାଇନ୍ ଜାରି କରାଯାଇଛି । ପେଣ୍ଡାଲ ଓ ଦୋକାନ ଲାଗି ଆଇନଗତ ଅସ୍ଥାୟୀ ସଂଯୋଗ ନେବା ଲାଗି କମ୍ପାନି ପକ୍ଷରୁ ସମସ୍ତଙ୍କୁ ଉତ୍ସାହିତ କରାଯାଉଛି । ସୁବିଧାଜନକ ଓ ବିପଦ ମୁକ୍ତ ଉତ୍ସବ ପାଇଁ ସୁରକ୍ଷା ମାନକକୁ ପାଳନ କରିବା ଉପରେ ଏହା ଗୁରୁତ୍ୱାରୋପ କରୁଛି । ଏକ ଉତ୍ସର୍ଗୀକୃତ ଟିମ୍ ବିଦୁ୍ୟତ ଯୋଗାଣର ତଦାରଖ କରିବା ସହ ସୁରକ୍ଷାକୁ ସୁନିଶ୍ଚିତ କରିବେ ଏବଂ ବେଆଇନ ସଂଯୋଗକୁ ରୋକିବେ ବୋଲି ଟିପିସିଓଡିଏଲ୍ ପକ୍ଷରୁ କୁହାଯାଇଛି ।
ଟିପିସିଓଡିଏଲ୍ର ପ୍ରମୁଖ ସୁରକ୍ଷା ନିଦେ୍ର୍ଧଶାବଳୀ:
• ଓୟାରିଂ ଓ ଟେଷ୍ଟିଂ ପାଇଁ କେବଳ ଲାଇସେନ୍ସପ୍ରାପ୍ତ ଇଲେକ୍ଟ୍ରିସିଆନଙ୍କୁ ନିୟୋଜିତ କରନ୍ତୁ ।
• ବୈଦ୍ୟୁତିକ ଢାଞ୍ଚାଠାରୁ ସୁରକ୍ଷିତ ଦୂରତା ବଜାୟ ରଖନ୍ତୁ ।
• ବେଆଇନ ହୁକ ପକାଇବା ଠାରୁ ଦୂରେଇ ରୁହନ୍ତୁ ।
• ଟେଂଟ୍, ମଣ୍ଡପ ଏବଂ ଆଲୋକ ବ୍ୟବସ୍ଥା ପାଇଁ ଆଇନଗତ ସଂଯୋଗ ନିଅନ୍ତୁ । ସମସ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ୩୦ ଏମଏ ଆରସିସିବିର ବ୍ୟବହାର ସୁନିଶ୍ଚିତ କରନ୍ତୁ ।
• ସମସ୍ତ ବୈଦ୍ୟୁତିକ ବ୍ୟବସ୍ଥା ପାଇଁ ଉପଯୁକ୍ତ ଆର୍ଥôଂ ବ୍ୟବସ୍ତା କରନ୍ତୁ ।
• ଅଗ୍ନି ନିର୍ବାପକ ଯନ୍ତ୍ର ଲଗାନ୍ତୁ ଏବଂ ଶକ୍ତି ଉପଯୋଗୀ ଏଲଇଡି ଲାଇଟ୍ ଚୟନ କରନ୍ତୁ ।
• ପତାକାରେ ଧାତବ ପାଇପ୍ / ରଡ୍ ବ୍ୟବହାର କରନ୍ତୁ ନାହିଁ । ବିଦୁୃ୍ୟତ ପ୍ରବାହିତ ହେଉଥିବା ନେଟୱାର୍କ ସହିତ ପତାକାର ଧାତବ ଅଂଶ ଆକସ୍ମିକ ସଂସ୍ପର୍ଶରେ ଆସିଲେ ଗମ୍ଭୀର ପରିଣାମ ହୋଇପାରେ ।
ଟିପିସିଓଡିଏଲ୍ ର ୨୪ ଘଂଟିଆ କଲ୍ ସେଂଟର ଯେକୌଣସି ସମସ୍ୟାର ତୁରନ୍ତ ସମାଧାନ ପାଇଁ ପ୍ରସ୍ତୁତ ଅଛି । ଜରୁରୀକାଳୀନ ପରିସ୍ଥିତି ପାଇଁ ୧୯୧୨/୧୮୦୦୩୪୫୭୧୨୨ରେ ଆମ ସହ ଯୋଗାଯୋଗ କରନ୍ତୁ ।
ଟିପିସିଓଡିଏଲର ସିଇଓ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, “ସୁରକ୍ଷା ପ୍ରତି ଟିପିସିଓଡିଏଲ ସବୁବେଳେ ପ୍ରତିବଦ୍ଧ ରହିଛି । ସମସ୍ତଙ୍କ ପାଇଁ ଏକ ସୁରକ୍ଷିତ ଏବଂ ଆନନ୍ଦଦାୟକ ଦଶହରା ଉତ୍ସବ ସୁନିଶ୍ଚିତ କରିବାକୁ ଆମେ ପ୍ରତିଶୃତିବଦ୍ଧ । ଆମେ ଆଇନଗତ ବିଦୁ୍ୟତ ସଂଯୋଗ ନେବାକୁ ଏବଂ ଆମର ସୁରକ୍ଷା ପ୍ରୋଟୋକଲ୍କୁ ନିଷ୍ଠାର ସହ ପାଳନ କରିବାକୁ ଜନସାଧାରଣଙ୍କୁ ଉତ୍ସାହିତ କରୁଛୁ । ଏକାଠି କାମ କରି ଆମେ ଏପରି ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିପାରିବା, ଯେଉଁଠାରେ ପ୍ରତ୍ୟକ ପରିବାର ମାନସିକ ଶାନ୍ତି ସହିତ ଉତ୍ସବକୁ ଉପଭୋଗ କରିପାରିବେ ।’’
Sign in
Sign in
Recover your password.
A password will be e-mailed to you.