ନବରଙ୍ଗପୁର ଠାରେ ପି ଏମ କିଷାନ ସମ୍ମାନନିଧି ର ୧୮ ତମ କିସ୍ତି ହସ୍ତାନ୍ତର

2

ନବରଙ୍ଗପୁର ତା ୫.୧୦.୨୦୨୪: ଅଶୋକ ସାହୁ, ଶାସକ ପ୍ରଶାସକ : ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ମହାରାଷ୍ଟ୍ରର ୱାସିମ୍ ଠାରେ ଏକ ଭବ୍ୟ କାର୍ଯ୍ୟକ୍ରମ ମାଧ୍ୟମ ରେ ପି ଏମ କିଷାନ ସମ୍ମାନ ନିଧି ର ୧୮ ତମ କିସ୍ତି ହସ୍ତାନ୍ତର କରାଯାଇଛି।ଏହାଦ୍ବାରା ଦେଶର ୯ କୋଟି ୪୦ ଲକ୍ଷ ଚାଷୀଙ୍କୁ ୨୦,୦୦୦ କୋଟି ଡି ବି ଟି ମାଧ୍ୟମରେ ଜଣ ପିଛା ୨୦୦୦ ଟଙ୍କା ହିସାବରେ ଦିଆଯାଇଛି। ଏହି ପରିପେକ୍ଷୀ ରେ ନବରଙ୍ଗପୁର ରେ ଜିଲ୍ଲାସ୍ତରୀୟ ଏବଂ ସମସ୍ତ ବ୍ଲକ୍ ରେ ବ୍ଲକ ସ୍ତରୀୟ ସିଧାସଳଖ ପ୍ରସାରଣ ର ବ୍ୟବସ୍ଥା କରାଯାଇଥିଲା।ଜିଲ୍ଲା ସ୍ତରର ଏହି କାର୍ଯ୍ଯକ୍ରମ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଜିଲ୍ଲାପାଳ ଡ଼ା ଶୁଭଂକର ମହାପାତ୍ର, ସାଂସଦ ପ୍ରତିନିଧି ଶ୍ରୀ ଜଗଦୀଶ ଚନ୍ଦ୍ର ବିଶୋଇ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପି ଭି ରମଣ ରାଓ,ଡି ଆଇ ପି ଆର୍ ଓ ଶ୍ରୀ ମନୋଜ ବେହେରା ଓ କୃଷି ବିଭାଗ ର ଅଧିକାରୀ ଓ କର୍ମକର୍ତା ମାନେ ଯୋଗ ଦେଇଥିଲେ।ଏହି କାର୍ଯ୍ଯକ୍ରମରେ ଜିଲ୍ଲାରେ ୧୦୦ ଜଣ ଚାଷୀ ଏବଂ ବ୍ଲକ ମାନଙ୍କରେ ୫୦ ଜଣ ଚାଷୀ ଯୋଗ ଦେଇଥିଲେ।ଆଜିର ୧୮ ତମ କିସ୍ତିରେ ଜିଲ୍ଲାର ୮୮,୭୬୮ ଜଣ ଚାଷୀଙ୍କୁ୧୭ କୋଟି ୭୫ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ପ୍ରଦାନ କରାଯାଇଛି।

Leave A Reply

Your email address will not be published.