ବେଲଗୁଣ୍ଠା -:(ଶିବରାମ ଚୌଧୁରୀ )-ସରସ୍ଵତୀ ଶିଶୁ ବିଦ୍ୟା ଭବନ, ବେଲଗୁଣ୍ଠା ରେ ୨୮ ତମ ଜ୍ଞାନ ବିଜ୍ଞାନ ମେଳା ମହାସମାରୋହରେ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏହି ଜ୍ଞାନ ବିଜ୍ଞାନ ମେଳା ରୁ ଉଦ୍ ଘାଟକ ଭାବେ ସ୍ଥାନୀୟ ତହସିଲଦାର ଶ୍ରୀଯୁକ୍ତ କଳାକୃଷ୍ଣ ପ୍ରଧାନ ଉପସ୍ଥିତ ରହି ଉଦ୍ ଘାଟନ କରିବା ସହିତ ଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପ୍ରାରମ୍ଭ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ୨୦୦ ଜଣା ରୁ ଉର୍ଦ୍ଧ ବିଭିନ୍ନ ପ୍ରକାରର ପ୍ରକଳ୍ପ ଆଣି ଅଂଶ ଗ୍ରହଣ କରିଥିଲେ।୫ ଟି ବିଭାଗରେ ବିଭକ୍ତ କରାଯାଇଥିଲା।ବିଚାରପତି ଭାବେ ଜୁନିଅର ବିଜ୍ଞାନ ମହାବିଦ୍ୟାଳୟ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ସାହୁ, ଶ୍ରୀଯୁକ୍ତ ରଜତ କୁମାର ରାଉତ, ଜି.ଟି. ହାଇସ୍କୁଲ ସୁନାଖି ଦିଗାଲ, ଶ୍ରୀଯୁକ୍ତ ଅକ୍ଷୟ କୁମାର ଦାସ (ଶିକ୍ଷକ),ଦୀପକ ଜେନା,ସତ୍ୟ ନାରାୟଣ ସିଓ(ପୂର୍ବତନ ଗୁରୁଜୀ) ଆଦି ଉପସ୍ଥିତ ରହି ୫ ଟି ବିଭାଗର ପ୍ରକଳ୍ପ ଗୁଡ଼ିକ ମୂଲ୍ୟାୟନ କରିଥିଲେ। ମାଆ ମାନଙ୍କୁ ନେଇ ଏକ କର୍ମଶାଳା ରଖାଯାଇଥିଲା। ମାଆ ମାନେ ବିଭିନ୍ନ ପ୍ରକାରର ପିଠା,ମିଠା ଓ ବିଭିନ୍ନ ବର୍ଜ୍ୟ ବସ୍ତୁ ର ସଦୁପଯୋଗ ପାଇଁ ଉପକରଣ ପ୍ରସ୍ତୁତ କରିଆଣିଥିଲେ।ଭୋଜନ ବିରତି ପରେ ପୁରସ୍କାର ବିତରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ v. ଦେବୀ ପ୍ରସାଦ ପାତ୍ର (ସମାଜ ସେବୀ), ଶ୍ରୀଯୁକ୍ତ ଶୂଳପାଣି ଶତପଥି (ଅବସର ପ୍ରାପ୍ତ ବନବିଭାଗ କର୍ମଚାରୀ), ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ରଥ, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୁ (ପୂର୍ବତନ ଉପ ନଗରପାଳ),ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର, ବିଦ୍ୟାଳୟ ର ସମ୍ପାଦକ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପାତ୍ର, ଓଡ଼ିଶା ଟୁଡେ ନିଉସ୍ ସମ୍ପାଦକ ବବି ରଥ,ଶିବରାମ ଚୌଧୁରୀ , ଶ୍ରୀଯୁକ୍ତ ପଣ୍ଡା ଆଦି ଅତିଥି ମାନେ ମଞ୍ଚାସୀନ ଥିଲେ। କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ ଓ ମାନପତ୍ର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଅତିଥି ମାନଙ୍କ ପରିଚୟ ପ୍ରଦାନ ଓ ସ୍ବାଗତ କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁମା ତଥା ଆଶା, ମାମାଜିନୀ, ସୁମିତ୍ରା, ଅଲିଭା,ଅମ୍ବିକା,ଶୋଭା,ମିନି,ଗୁରୁଜୀ ପ୍ରମୋଦ,କୁମାରେଶ୍ୱର, ଗଣେଶ, ମୋନଜ ଆଦି ନିଜ ନିଜ ଦାୟିତ୍ଵ ସମ୍ପାଦନା କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post