ମାଲକାନଗିରି: ଆଜି ମାଲକାନଗିରିରେ ବିଜେଡିର ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ବିଶାଳ ଶୋଭାଯାତ୍ରା ମାଲକାନାଗିରି ବସଷ୍ଟାଣ୍ଡଠାରୁ ଆରମ୍ଭ ହୋଇ ସହର ପରିକ୍ରମା ସହ ସଂସ୍କୃତି ଭବନରେ ପହଞ୍ଚିଥିଲା । ଏହି ବିଶାଳ ଶୋଭାଯାତ୍ରାରେ ବିଜୁ ଯୁବ, ଛାତ୍ର ଓ ମହିଳା ଜନତା ଦଳର ସମସ୍ତ କର୍ମୀଙ୍କ ସହ ମାଲାକାନଗିିରି ଓ ଚିତ୍ରକୋଣ୍ଡାର ବହୁ ଆଦିବାସୀ ଜନସାଧାରଣ ନିଜର ବେଶଭୂଷା ଓ ପାରିମ୍ପରିକ ବାଦ୍ୟଯନ୍ତ୍ର ସହ ସାମିଲ ହୋଇଥିଲେ । ପଦଯାତ୍ରାର ନେତୃତ୍ୱ ନେଉଥିଲେ ଜିଲ୍ଲା ସଭାପତି ମାନସ ମାଡକାମୀ ଓ ଡାବୁଙ୍ଗା ବିଧାୟକ ମନୋହର ରାନ୍ଧାରୀ ପ୍ରମୁଖ । ଏହି ପଦଯାତ୍ରାରେ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଯୋଗ ଦେଇଥିଲେ ।
ପଦଯାତ୍ରା ମାଧ୍ୟମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦୀର୍ଘ ୨୪ ଶାସନ ସମୟରେ ରାଜ୍ୟରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସଂପର୍କରେ ସାଧାରଣ ଲୋକଙ୍କୁ ଜଣାଇବା ସହ ମିଛ କହି ପ୍ରତାରଣ କରି ଅସ୍ମିତାର ନାରା ଦେଇ ଶାସନକୁ ଆସିଥିବା ବିଜେପି ସରକାର କିଭଳି ର୍ଦୁନୀତି ଭ୍ରଷ୍ଟାଚାରରେ ବୁଡି ରହିଛି ସେ ସଂପର୍କରେ କହିଥିଲେ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଶ୍ରୀ ମିଶ୍ର । ସୁଭଦ୍ରା ଯୋଜନାଠାରୁ ଆରମ୍ଭ ପ୍ରତ୍ୟେକ କ୍ଷେତ୍ରରେ ବିଜେପି ସରକାର ଲୋକଙ୍କୁ ଠକିଛି । କେବଳ ଏତିକି ନୁହେଁ ପୂର୍ବ ସରକାରର ବିଭିନ୍ନ ଯୋଜନାର ନାଁ ପରିବର୍ତ୍ତନ କରିବା ଓ ରଂଗ ପରିବର୍ତ୍ତନ କରିବା ଛଡା ଏ ସରକାରକୁ ଆଉ କିଛି ଜଣାନାହିଁ ବୋଲି କହିଥିଲେ ଶ୍ରୀ ମିଶ୍ର ।
ଏହି ପଦଯାତ୍ରାରେ ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀ, ଗଣମାଧ୍ୟମ ସଂଯୋଜକ ଡ. ପ୍ରିୟବ୍ରତ ମାଝୀ, ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ରମେଶ ମାଝୀ, ଜିଲ୍ଲା ସଭାପତି ମାନସ ମାଡକାମୀ, ଲକ୍ଷ୍ମୀପ୍ରିୟା ନାୟକ, ଜିଲ୍ଲାପରିଷଦ ସଭାପତି ସମାରୀ ଟାଙ୍ଗୁଲ, ମୁନିସିପାଲିଟି ଚେୟାରମ୍ୟାନ ମନୋଜ କୁମାର ବାରିକ, ମୁନିସିପାଲିଟି ଉପାଧ୍ୟକ୍ଷ କବିତା ମହନ୍ତ, କାର୍ଯ୍ୟକାରୀ ସଭାପତି ଦୁର୍ଗାପ୍ରସାଦ ତ୍ରିପାଠୀ, ଗୋପାଳକୃଷ୍ଣ ପଣ୍ଡା ଓ ପ୍ରଭାକାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.