ଜାମସେଥଠାରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ

0

ପାଇକମାଲ :- ଆଜି ପାଇକମାଲ ବ୍ଲକର ଜାମସେଥଠାରେ ବିଜୁ ଜନତା ଦଳର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଥିଲା । ଉକ୍ତ ସମ୍ମିଳନୀରେ ବରଗଡ ଜିଲ୍ଲାର ବିଜୁ ଜନତା ଦଳର ସଭାପତି ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଜୁ ଜନତା ଦଳର ତଥା ରାଜ୍ୟ ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ ଲୋକାଭିମୁଖୀ ଯୋଜନା ଗୁଡିକ ବାବଦରେ କହିବା ସହିତ ଉଭୟ ବିରୋଧୀ ଦଳକୁ କଡା ସମାଲୋଚନା କରିଥିଲେ । ଏହି ଅବସରରେ ପାଇକମାଲ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଳତାଫ ମହମ୍ମଦ ମଧ୍ୟ ଉପସ୍ଥିତ ରହି କର୍ମୀ ମାନଙ୍କୁ ଆଗାମୀ ନିର୍ବାଚନ ପାଇଁ ବର୍ତ୍ତମାନ ଠାରୁ ପ୍ରସ୍ତୁତ ହେବା ପାଇଁ କହିଥିଲେ ।  ଏହି କର୍ମୀ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଙ୍କର କାର୍ଯ ଓ ନୀତି କୁ ସମ୍ମର୍ଥନ ଜଣାଇ ନିକଟସ୍ଥ ପଞ୍ଚାୟତ ଗୁଡିକରୁ ପ୍ରାୟ 30ଜଣ କଂଗ୍ରେସ ଓ ବଜେପି କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ବରିହା ନୂତନ ଯୋଗଦାନ କରିଥିବା କର୍ମୀ ମାନଙ୍କୁ ଦଳରେ ସ୍ୱାଗତ କରିବା ସହିତ ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରିବା ପାଇଁ କହିଥିଲେ । ଏହି ସମ୍ମିଳନୀରେ 2000 ରୁ ଅଧିକ ମହିଳା ଓ ପୁରୁଷ କର୍ମୀ ଯୋଗଦାନ କରିଥିଲେ ।

Leave A Reply

Your email address will not be published.