ମାନିଗାଁ ପୂର୍ବତନ ସରପଞ୍ଚ ଙ୍କ ବିରୁଦ୍ଧରେ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ବାଟ ମାରଣା ଅଭିଯୋଗ

0 2

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୧/୧୦/୨୪ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମାନିଗାଁ ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ମଞ୍ଜୁଳା ଜାନି ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ବାଟ ମାରଣା କରିଥିବା ନେଇ ଅଭିଯୋଗ ହୋଇଛି। ବର୍ତ୍ତମାନ ର ମାନିଗାଁ ସରପଞ୍ଚ ସୁକଦେବ ମାଝୀ ଏ ନେଇ ଆଜି ଡାବୁଗାଁ ଥାନାରେ ଅଭିଯୋଗ କରିଛନ୍ତି। ଏହାର ଏକକିତା ନକଲ ନବରଙ୍ଗପୁର ଜିଲ୍ଲାପାଳ ଓ ପାପଡାହାଣ୍ଡି ବିଡିଓ ଙ୍କୁ ମଧ୍ୟ ପ୍ରଦାନ କରାଯିବ ବୋଲି ସରପଞ୍ଚ ସୁକଦେବ ମାଝୀ କହିଛନ୍ତି। ସୂଚନା ଅନୁଯାଇ ପାପଡାହାଣ୍ଡି ବ୍ଲକ ମାନିଗାଁ ଗ୍ରାମ ପଞ୍ଚାୟତ ରେ ୨୦୧୭ ମସିହାରୁ ୨୦୨୨ ମସିହା ପର୍ଯ୍ୟନ୍ତ ସେହି ପଞ୍ଚାୟତ ରାଉଳିଗୁଡା ଗ୍ରାମ ର ମଞ୍ଜୁଳା ଜାନି ସରପଞ୍ଚ ଭାବେ କାର୍ଯ୍ୟ କରିଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ମଞ୍ଜୁଳା ମାଝୀ ଗ୍ରାମ ପଞ୍ଚାୟତ ପିଡିଏସ ଏକାଉଣ୍ଟ ରୁ ହରିଶ୍ଚନ୍ଦ୍ର ଯୋଜନା ( ମୃତ୍ୟୁ କାଳୀନ ସହାୟତା ରାଶି ) ଅର୍ଥ ପର୍ଯ୍ୟାୟ କ୍ରମେ ୪ ଟି କିସ୍ତିରେ ଏକ ଲକ୍ଷ ୪୦ ହଜାର ଟଙ୍କା ଉଠାଣ କରିଥିଲେ। ତେବେ ଉକ୍ତ ହରିଶ୍ଚନ୍ଦ୍ର ଯୋଜନା ସହାୟତା ରାଶି ର ଅର୍ଥ ହିତାଧିକାରୀଙ୍କୁ ଦେଇ ନ ଥିଲେ। ୨୦୨୨ ମସିହାରୁ ସେହି ରାଉଳି ଗୁଡା ଗ୍ରାମର ସୁକଦେବ ମାଝୀ ମାନିଗାଁ ସରପଞ୍ଚ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। କାର୍ଯ୍ୟଭାର ଗ୍ରହଣ ପରେ ପୂର୍ବ ସରପଞ୍ଚ ମଞ୍ଜୁଳା ଜାନି ଙ୍କ ଅବଧି କାଳରେ ମାନିଗାଁ ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ମୃତ୍ୟୁ ବରଣ କରିଥିବା ହିତାଧିକାରୀଙ୍କ ପରିବାର ଲୋକେ ହରିଶ୍ଚନ୍ଦ୍ର ଯୋଜନା ସହାୟତା ରାଶି ଅର୍ଥ ଦେବା ପାଇଁ ବର୍ତ୍ତମାନର ସରପଞ୍ଚ ସୁକଦେବ ମାଝିଙ୍କୁ ଦେବା କୁ ଗୁହାରି କରିଥିଲେ। ସରପଞ୍ଚ ସୁକଦେବ ମାଝୀ ପୂର୍ବତନ ସରପଞ୍ଚ ଙ୍କ କାର୍ଯ୍ୟକାଳ ସମୟରେ ମୃତ୍ୟୁ ବରଣ କରିଥିବା ପରିବାର ବର୍ଗଙ୍କୁ ସହାୟତା ପ୍ରଦାନ କରା ଯାଇ ପାରିବ ନାହିଁ ବୋଲି କହିଥିଲେ। କିନ୍ତୁ ହିତାଧିକାରୀ ପ୍ରତିଦିନ ସରପଞ୍ଚ ଙ୍କ ଘରେ,ପଞ୍ଚାୟତ ଅଫିସ କାର୍ଯ୍ୟାଳୟ ରେ ତଥା ରାସ୍ତାଘାଟ ଯେଉଁଠି ଦେଖିଲେ ଆମକୁ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ଦେବା ପାଇଁ ଅଡି ବସିଥିଲେ।ଏପରିକି ହିତାଧିକାରୀ ସରପଞ୍ଚ ସୁକଦେବ ଙ୍କୁ ଗାଳିଗୁଲଜ ମଧ୍ୟ କରୁଥିଲେ। ହିତାଧିକାରୀଙ୍କ ଅତ୍ୟଧିକ ଚାପ ଯୋଗୁ ସରପଞ୍ଚ କାର୍ଯ୍ୟାଳୟ କୁ ଆସି ପାରୁ ନ ଥିଲେ। ଶେଷରେ ସେ ଏହାର ତଦନ୍ତ କରି ଜାଣି ବାକୁ ପାଇଲେ ଜେ ପୂର୍ବତନ ମାନିଗାଁ ସରପଞ୍ଚ ମଞ୍ଜୁଳା ଜାନି ପିଡିଏସ ଏକାଉଣ୍ଟ୍ ରୁ ୦୭/୦୯/୧୮ ରୁ ୩୦/୦୮/୧୯ ମଧ୍ୟରେ ୪ ଟି ପର୍ଯ୍ୟାୟରେ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ଉଠାଣ କରିଛନ୍ତି। ଏବଂ ସେହି ଅର୍ଥ କୌଣସି ହିତାଧିକାରୀଙ୍କୁ ଦେଇ ନାହାନ୍ତି।ହିତାଧିକାରୀଙ୍କ ଚାପ ରେ ବାଧ୍ୟ ହୋଇ ଆଜି ମାନିଗାଁ ସରପଞ୍ଚ ସୁକଦେବ ମାଝୀ ପୂର୍ବତନ ମାନିଗାଁ ସରପଞ୍ଚ ମଞ୍ଜୁଳା ଜାନି ଙ୍କ ବିରୁଦ୍ଧରେ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ବାଟ ମାରଣା କରିଥିବା ନେଇ ଡାବୁଗାଁ ଥାନାରେ ଅଭିଯୋଗ କରିବା ସହ ନବରଙ୍ଗପୁର ଜିଲ୍ଲାପାଳ ଓ ପାପଡାହାଣ୍ଡି ବିଡିଓ ଙ୍କୁ ଏହାର ନକଲ ଦେବେ ବୋଲି ଅଭିଯୋଗ ପତ୍ରରେ ଦର୍ଶାଇ ଛନ୍ତି।

Leave A Reply

Your email address will not be published.