ପାରଳଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି (ମଙ୍ଗଳବାର) ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ମାୟାଧର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇଥିଲା।
ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମୋନାଲିଶା ଦାଶଙ୍କ ସଭାପତିତ୍ୱ ରେ ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଏ.ରବି କୁମାର , ମୁଖ୍ୟ ଅତିଥି ତଥା ବିଚାରକ ଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ପୁରସ୍କୃତ ଶ୍ରୀ ଆଦର୍ଶ କୁମାର ଦାସ ଙ୍କ ସମେତ ଅନ୍ୟ ବିଚାରକ ଭାବେ ଡି.ଆଇ.ଇ.ଟି ର ଅଧ୍ୟକ୍ଷ ଶ୍ରୀ ଡାକ୍ତର ମୁର୍ମୁ ଓ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପିକା ଶ୍ରୀମତୀ ଡି.ପ୍ରିୟଙ୍କା ଉପସ୍ଥିତ ଥିଲେ।
ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ବିଦ୍ୟାଳୟର ନୃତ୍ୟଦଳ ଅଂଶଗ୍ରହଣ କରିଥିଲେ।
ଉକ୍ତ ପ୍ରତିଯୋଗିତାରେ ପାରଳାଖେମୁଣ୍ଡିର ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ନୃତ୍ୟ ଦଳ ପ୍ରଥମ ସ୍ଥାନ , ଗୁମ୍ମା ବ୍ଲକ୍ ର ଜୀବା ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟର ନୃତ୍ୟଦଳ ଦ୍ଵିତୀୟ ସ୍ଥାନ ଏବଂ କେ.ଏମ୍. ଭାଲିଆସାହି ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟର ନୃତ୍ୟଦଳ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।
ପ୍ରଥମ ସ୍ଥାନ ଅଧିକାର କରିଥିବା ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ନୃତ୍ୟଦଳ ଚଳିତ ମାସରେ ହେବାକୁ ଥିବା ରାଜ୍ୟସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି।
ଶିକ୍ଷକ ଶ୍ରୀ ଏନ୍.ଜଗଦୀଶ ଏବଂ ଶିକ୍ଷୟତ୍ରୀ ଶ୍ରୀମତୀ ସୁଲତା ଶୁଭଦର୍ଶନୀ ପ୍ରମୁଖ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.