ଭୁବନେଶ୍ୱର, ୩୦/୦୯: କର୍ପୋରେଟ ଜଗତର ନେତୃବୃନ୍ଦ ତଥା ମାନବ ସମ୍ବଳ ଅଧିକାରୀମାନଙ୍କୁ ନେଇ ଗତ ଶୁକ୍ରବାର ଦିନ ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ୟୁନିଭର୍ସିଟି ପକ୍ଷରୁ କୋଲକାତା ଠାରେ ଲିଡରସିପ କନ୍କ୍ଲେଭ ‘ଆଲିସିପ୍++’ ଆୟୋଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଭାରତର ପୂର୍ବତନ ହକି ତାରକା ଗୁରବକ୍ସ ସିଂହ ଓ ଦେଶର ପ୍ରସିଦ୍ଧ ଫୁଟବଲ ଖେଳାଳୀ ଗୌତମ ସରକାର ମୁଖ୍ୟ ଆକର୍ଷଣ ଥିଲେ। ଏହାଛଡ଼ା ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ମେଂଟର ଶ୍ରୀ ସତ୍ୟପ୍ରକାଶ କ୍ରିଷ୍ଣା ଓ ସୋଆର ପୂର୍ବତନ ଛାତ୍ର ତଥା ଆଇଏଏସ୍ ଅଧିକାରୀ ଶ୍ରୀ ସ୍ମୃତି ରଞ୍ଜନ ମହାନ୍ତି ଏଥିରେ ଯୋଗ ଦେଇଥିଲେ। ଶ୍ରୀ ମହାନ୍ତି ବର୍ତମାନ ପଶ୍ଚିମ ବଙ୍ଗ ସରକାରଙ୍କ ମତ୍ସ୍ୟଚାଷ ବିଭାଗର ନିର୍ଦ୍ଦେଶକ ତଥା ଏସ୍.ଏଫ୍.ଡି.ସି.ର ପରିଚାଳନା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ଅଛନ୍ତି।
ଶିକ୍ଷା ଓ କର୍ପୋରେଟ ଜଗତ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ଏହି କନ୍କ୍ଲେଭର ମୂଳ ଲକ୍ଷ୍ୟ ଥିଲା।
ସୋଆର କର୍ପୋରେଟ ରିଲେସନ୍ସ ଓ ପ୍ଲେସମେଂଟ ବିଭାଗର ଡିନ୍ ଡ. ରାଜ ହୋତା ଏହି କାର୍ଯ୍ୟକ୍ରମର ଆବାହକ ରହିଥିବାବେଳେ ଏଥିରେ ବିଶ୍ୱବିଦ୍ୟାଳୟର ଏସ୍ଆର୍ଆଇସି ଡିନ୍ ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର ଓ କର୍ପୋରେଟ ରିଲେସନ୍ସ ଡେପୁଟି ଡାଇରେକ୍ଟର ଶ୍ରୀ କାଜଲ ପଣ୍ଡା ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମ ପୂର୍ବରୁ ବେଙ୍ଗାଲୁରୁ ଓ ହାଇଦ୍ରାବାଦ ଠାରେ ଅନୁଷ୍ଠତ ହୋଇସାରିଛି।
କାର୍ଯ୍ୟକ୍ରମରେ ଦୁଇଟ ପ୍ୟାନେଲ ଆଲୋଚନା କରାଯାଇଥିଲା। ଗୋଟିଏ ଆଲୋଚନାରେ ଏନ୍ଆର୍ଆଇ ଫିନ୍ଟେକ୍ର ଉପସଭାପତି ଶ୍ରୀମତି ବ୍ରିଷ୍ଟି ମଣ୍ଡଳ, ଲେକ୍ସମାର୍କ ଇଣ୍ଡିଆର କଂଟ୍ରିଏଚ୍ଆର୍ ମ୍ୟାନେଜର ଶ୍ରୀମତି ରଶ୍ମିତା ପରିଜା, ଫର୍ଚ୍ୟୁନ୍ ୫୦୦ କମ୍ପାନୀର ଡି.ଇ.ଆଇ. ପରାମର୍ଶଦାତା ଶ୍ରୀ ସୁମିତ ଅଗ୍ରୱାଲ, ସ୍ପ୍ଲାଇସ୍ ଏଚ୍ଆର୍ ୱର୍କ୍ସର ସି.ଇ.ଓ. ଓ ପ୍ରତିଷ୍ଠାତା ଶ୍ରୀ ନଦୀମ କାଜିମ୍, ପ୍ରାଇସ୍ ୱାଟରହାଉସ୍ କୁପରର କ୍ଲାଉଡ୍ ଏବଂ ଡିଜିଟାଲ୍ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁଦୀପ୍ତ ରାୟ ଏବଂ ସ୍ୱୟଂର ଶ୍ରୀମତି ଅମ୍ରିତା ଦାସଗୁପ୍ତ ଯୋଗ ଦେଇଥିଲେ।
ଶ୍ରୀ ପ୍ରଦୀପ ବନ୍ଦୋପାଧ୍ୟାୟଙ୍କ ଦ୍ୱାରା ପରିଚାଳିତ ଦ୍ୱିତୀୟ ଆଲୋଚନାରେ ଡବ୍ଲ୍ୟୁଆଇସିସିଆଇର ସଭାପତି ଶ୍ରୀମତି ଟୁମ୍ପା ସରକାର, ଭୋଡାଫୋନର ଶ୍ରୀମତି ଦେବଲୀନା ରାୟ ଓ ରିଲାଏନ୍ସ ଜିଓ ଇନ୍ଫୋକମର ଡେପୁଟି ଜେନେରୋଲ ମ୍ୟାନେଜର ଶ୍ରୀ ସୌରଭ ରାୟ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.