ଅବନୀ ଫିଶେରିଜ ଏବଂ ଆକୁଆଟିକ୍ (ମାଛ ଯାଆଁଳ କେନ୍ଦ୍ର)ର ପ୍ରୋପାଇଟୋର୍ ଇଂ ଅଶ୍ୱନୀ କୁମାର ମହାନ୍ତ ଙ୍କୁ ସଫଳ ମତ୍ସ୍ୟ ଚାଷୀ ସମ୍ମାନ ପୁରସ୍କାର
ମୟୂରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ର : ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ କେଣ୍ଡୁମୁଣ୍ଡି ଗ୍ରାମରେ ଅବସ୍ଥିତ ଥିବା ଅବନୀ ଫିଶେରିଜ ଏବଂ ଆକୁଆଟିକ୍ (ମାଛ ଯାଆଁଳ କେନ୍ଦ୍ର)ର ପ୍ରୋପାଇଟୋର୍ ଇଂ ଅଶ୍ୱନୀ କୁମାର ମହାନ୍ତ ଙ୍କୁ ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ ପ୍ରା ଲିଃ ତରଫରୁ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ, ଭୁବନେଶ୍ୱର ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀଙ୍କ ଠାରୁ ରାଜ୍ୟ ସ୍ତରୀୟ କୃଷି କନକ୍ଲେବ୍ ୨୦୨୪ର ରାଜ୍ୟ ସଫଳ ମତ୍ସ୍ୟ ଚାଷୀ ସମ୍ମାନ ପୁରସ୍କାର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମ ଆୟୋଜନର ମୁଖ୍ୟ ବିଷୟ କୃଷିର ସାମଗ୍ରିକ ବିକାଶରେ ଯୁବ ଓ ମହିଳା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ (ମାନ୍ୟବର୍ ମନ୍ତ୍ରୀ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଏବଂ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ , ଓଡ଼ିଶା ସରକାର), ଶ୍ରୀମତି ସୁଲଚନା ଦାସ (ମେୟର ଭୁବନେଶ୍ୱର), ଶ୍ରୀଯୁକ୍ତ ସୁଜିତ କୁମାର (ପୂର୍ବତନ ରାଜ୍ଯ ସଭା ସାଂସଦ), ଶ୍ରୀଯୁକ୍ତ ପଞ୍ଚାନନ୍ଦ କାନୁନଗୋ(ପୂର୍ବତନ ଅର୍ଥ ମନ୍ତ୍ରୀ), ଡଃ ମିରିଦୁଲା ଦେବୀ (ଡାଇରେକ୍ଟର କେନ୍ଦ୍ର କୃଷିରତ ମହିଳା ସଂସ୍ଥାନ), ଶ୍ରୀଯୁକ୍ତ ନୀଳମଣି ବିଶୋଇ (ବିଧାୟକ ଶରଡା), ଶ୍ରୀ ସୌମ୍ୟଶ୍ରୀ ପାଣିଗ୍ରାହୀ (ପରାମର୍ଶଦାତା ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ), ଶ୍ରୀ ଗୌରାଙ୍ଗ ଚନ୍ଦ୍ର ଦାସ (ପ୍ରତିଷ୍ଠାତା ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ) ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମରେ ଚାଷୀ ମାନନଙ୍କ ବିଭିନ୍ନ ପ୍ରକାରର ଅସୁବିଧାରେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଆଲୋଚନା ହୋଇଥିଲା l ଏଠାରେ ସମସ୍ତ ବିଭାଗର ବୈଜ୍ଞାନିକ ମାନଙ୍କୁ ନିଜେ ଚାଷୀ ନିଜର ସମସ୍ୟା ଉପରେ ପଚାରିବୁଝିଥିଲେ l କୃଷକ ଓ କୃଷି ବୈଜ୍ଞାନିକ ମାନଙ୍କ କୃଷି ଆଲୋଚନା ମଧ୍ୟରେ ଜଳବାୟୁ ପରିବର୍ତ୍ତନ ଓ କୃଷି, ସଫଳତା ପଥେ ଶ୍ରୀ ଅନ୍ନ, ବିକଶିତ ଓଡ଼ିଶା ଗଠନରେ ମହିଳା ଓ ଷ୍ଟାର୍ଟଅପ୍ , ମତ୍ସ୍ୟ ସମ୍ପଦର ବିକାଶ ଓ ମତ୍ସ୍ୟ ଚାଷୀ । ପରିଶେଷରେ କେମିତି ଗାଁ ମାନଙ୍କରେ ଚାଷୀଙ୍କୁ ସଚେତନ କାର୍ଯକ୍ରମ ହେବ, ଶ୍ୟାମଳ ସୁବର୍ଣ୍ଣ ତରଫରୁ କରାଯିବ ବୋଲି କୋହିଥିଲେ। ମୟୂରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ର ଙ୍କ