ୟୁ ପି ଆଇ କାରବାର ଉପରେ ୦.୪ ପ୍ରତିଶତ ଏମ୍ ଡି ଆର କୁ ନେଇ ବ୍ୟବସାୟୀ ସଂଘ ତରଫରୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ

16


ଜି.ଉଦୟଗିରି, ୨୮/୦୯(ଅବନୀ କୁମାର ପ୍ରଧାନ) କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ତରଫରୁ ୟୁପିଆଇ କାରବାର ଉପରେ ୦.୪ ପ୍ରତିଶତ ଏମଡିଆର ବ୍ୟବସ୍ଥା କୁ ନେଇ ଜି.ଉଦୟଗିରି ବ୍ୟବସାୟୀ ସଂଘ ତରଫରୁ କେନ୍ଦ୍ର ଅର୍ଥମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲାପାଳ ଙ୍କ ଜରିଆରେ ସ୍ଥାନୀୟ ତହସିଲଦାର ସମୁଦ୍ର ମିଶ୍ର ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି | ଆସନ୍ତା ମାସ ୧୫ ତାରିଖରୁ ଆରମ୍ଭ ହେବାକୁ ଥିବା ୟୁପିଆଇ କାରବାର ର ନୁଆଁ ନିୟମ କୁ ନେଇ ଗତ ଶୁକ୍ରବାର ଦିନ ବ୍ୟବସାୟୀ ସଂଘ ତରଫରୁ ସଂଘ ସଭାଗୃହ ଠାରେ ସଭାପତି ସମୀର କୁମାର ପାଢ଼ୀ ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ହୋଇଥିଲା |ବୈଠକରେ ୟୁପିଆଇ କାରବାର ଉପରେ କେନ୍ଦ୍ର ସରକାର ଙ୍କ ଏମଡିଆର ବା ୦.୪ ପ୍ରତିଶତ ଟିକସ ବ୍ୟବସାୟୀ ମାନଙ୍କ ଉପରେ ଅତିରିକ୍ତ ବୋଝ ପଡ଼ିବା ସହ ଆର୍ଥିକ କ୍ଷତି ହେବା ସହ ଡିଜିଟାଲ ପେମେଣ୍ଟ ଉପରେ ସିଧାସଳଖ ପ୍ରଭାବ ପଡ଼ିବା ନେଇ ଉପସ୍ଥିତ ସଦସ୍ୟ ମତାମତ ଦେଇଥିଲେ |
ଏହି ଅତିରିକ୍ତ ଟିକସ ବ୍ୟବସ୍ଥା ଦ୍ୱାରା ବଡ ଖୁଚୁରା ବ୍ୟବସାୟୀ ଙ୍କ ରିହାତୀ ବ୍ୟବସ୍ଥା ଛୋଟ ବ୍ୟବସାୟୀ ଙ୍କୁ ଅଡ଼ୁଆରେ ପକାଇପାରେ | ତା ସହିତ ଅନଲାଇନ କିଣାବିକା ଅତ୍ୟଧିକ ପ୍ରଭାବିତ ହେବ|ମୁଖ୍ୟତଃ ପ୍ରାୟତଃ ସମସ୍ତ ବ୍ୟବସାୟୀ ଦୋକାନ ରୁ ହିଁ ଘର ଚଳାନ୍ତି | ଯଦି ସରକାର ଙ୍କ ପ୍ରସ୍ତାବିତ ଏହି ଅତିରିକ୍ତ ଟିକସ ଲାଗୁ ହୁଏ ତେବେ ବ୍ୟବସାୟୀ ବନ୍ଧୁ ମାନେ ନିଜ ପରିବାର ଗୁଜୁରାଣ ମେଣ୍ଟାଇବା କଷ୍ଟକର ହେବ ବୋଲି ମତାମତ ଦେବାସହ ଏହି ଆଇନ କୁ ବିରୋଧ କରିଥିଲେ |ବୈଠକରେ ଆଲୋଚନା ଓ ନିଷ୍ପତି ଅନୁଯାୟୀ ସୋମବାର ଦିନ ସଂଘ ତରଫରୁ ବନ୍ଧ ଛକ ଠାରୁ ଏକ ରାଲିରେ ତହସିଲଦାର କାର୍ଯ୍ୟାଳୟ ଆସି କେନ୍ଦ୍ର ଅର୍ଥ ମନ୍ତ୍ରୀ ଙ୍କ ଉଦେଶ୍ୟରେ ଜିଲ୍ଲାପାଳ ଙ୍କ ଜରିଆରେ ସ୍ଥାନୀୟ ତହସିଲଦାର ଙ୍କୁ ଏକ ସ୍ମାରକ ପତ୍ର ଦିଆଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ସଂଘ ସମ୍ପାଦକ ଅରୁଣ କୁମାର ଷଢଙ୍ଗୀ, କାଳୁଚରଣ ପଣ୍ଡା ଙ୍କ ସହ କେ ସୂର୍ଯ୍ୟନାରାୟଣ ପାତ୍ର, ଏମ ଡି ବାରୀ ଙ୍କ ସମେତ ସହରର ବହୁସଂଖ୍ୟାରେ ବ୍ୟବସାୟୀ ଉପସ୍ଥିତ ଥିଲେ |

Leave A Reply

Your email address will not be published.