ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗାଙ୍ଗପୁର କ୍ଲଷ୍ଟର୍ ରେ କ୍ଲଷ୍ଟର୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଗାଙ୍ଗପୁର କ୍ଳଷ୍ଟର୍ ସିଆରସିସି ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଆବାହନ ଏବଂ ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ରାଣୀ ଦାଶଙ୍କ ଅଧ୍ୟକ୍ଷତାରେ ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାଙ୍ଗପୁର କ୍ଲଷ୍ଟର୍ ସ୍ତରୀୟ ସୁରଭି ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମ ଆରମ୍ଭରେ କାର୍ଯ୍ୟକ୍ରମ ଆବାହକ ତଥା ଗାଙ୍ଗପୁର ସିଆରସିସିଟି ମୃତ୍ୟୁଞ୍ଜୟ ପଣ୍ଡା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ଅତିଥି ସ୍ୱାଗତ କରି କାର୍ଯ୍ୟକ୍ରମକୁ ଅଗ୍ରସର କରାଇଥିଲେ I
ଶିକ୍ଷକ ଆକୁଳ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ I ସୁରଭି କାର୍ଯ୍ୟକ୍ରମ ବଣ ମଲ୍ଲୀ ଭଳି ଶିଶୁ ପ୍ରତିଭାଙ୍କୁ ଲୋକ ଲୋଚନକୁ ଆଣିବାରେ ବେଶ୍ ସହାୟକ ହୋଇପାରିଛି ବୋଲି ବିଧାୟକ ଶ୍ରୀ ବିଷୋୟୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ I କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ରୂପେ ଖଲ୍ଲିକୋଟ ସ୍ଥିତ ଜିଲ୍ଳା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଶିକ୍ଷକ ପ୍ରଶିକ୍ଷକ ନବୀନ ଚନ୍ଦ୍ର ପରମାଣିକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ସ୍ଥାନୀୟ ଜିଲ୍ଲାପରିଷଦ ଅଧ୍ୟକ୍ଷ ସୁଧୀର କୁମାର ଜେନା, ଗାଙ୍ଗପୁର ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ,ସମିତିସଭ୍ୟା ଗୀତାଞ୍ଜଳି ବିଷୋୟୀ, ଖଇରପୁଟି ସରପଞ୍ଚ ସତ୍ୟବାନ ସ୍ୱାଇଁ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢୀ,ପ୍ରତିଭା ରଥ, ଭାଗ୍ୟଲତା ପ୍ରଧାନ ପ୍ରଧାନ,ଖଇରପୁଟି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ମିଶ୍ର, ଗାଙ୍ଗପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ବୋରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ଦାସ,ଗାଙ୍ଗପୁର ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶିବରାମ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ I ଏହି ଅବସରରେ ଗାଙ୍ଗପୁର କ୍ଲଷ୍ଟର୍ ସମସ୍ତ ବିଦ୍ୟାଳୟରୁ ଆସିଥିବା ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୋକକଳା ସମ୍ପର୍କିତ ଚିତ୍ରାଙ୍କନ,କୁଇଜ୍,ଗଣିତ ଦୌଡ଼, ବକ୍ତୃତା, ଗଳ୍ପ କଥନ, ସୃଜନଶୀଳ ଲିଖନ, ବିତର୍କ,ପ୍ରବନ୍ଧ,ନୃତ୍ୟ ଭଳି ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ଉପକନିଷ୍ଠ,କନିଷ୍ଠ, ବରିଷ୍ଠ ବିଭାଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଲୋକକଳା ଉପରେ ଆକର୍ଷଣୀୟ ନୃତ୍ୟ ପରିବେଷଣ କରି ବ୍ଳକ୍ ସ୍ତରକୁ ମନୋନୀତ ହୋଇଥିଲେ I ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ କ୍ଳଷ୍ଟର୍ ର ସମସ୍ତ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ବରିଷ୍ଠ ଶିକ୍ଷକ ସନିତ୍ କୁମାର ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ I
Sign in
Sign in
Recover your password.
A password will be e-mailed to you.
Prev Post