ବିତ୍ତୀୟ ସାକ୍ଷରତା କର୍ମଶାଳା

0 2

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )- ରିଖ କ୍ଷେତ୍ରିୟବରପୁରସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଓଡିଶା ଶାଖା ତରଫରୁ ବିତ୍ତୀୟ ସାକ୍ଷରତା କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ କର୍ମଶାଳା ରେ ସ୍ଥାନୀୟ ବ୍ୟାଙ୍କ ଅଫ ଇଣ୍ଡିଆର ସହକାରୀ ଶାଖା ପରିଚାଳକ ଚନ୍ଦନ କୁମାର ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ବ୍ୟାଙ୍କର ଉପଭୋକ୍ତାଙ୍କ ପାଇଁ ପ୍ରଚଳିତ ସରକାରୀ ଆର୍ଥିକ ଯୋଜନା ସଂପର୍କରେ ଆଲୋଚନା କରିଥିଲେ। ଦେବେଶ ଚନ୍ଦ୍ର ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କର୍ମଶାଳାରେ ମଞ୍ଚାସୀନ ଯୁବ ରେଡ଼କ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା, ରିଜର୍ଭ ବ୍ୟାଙ୍କର ବିତ୍ତୀୟ ସାକ୍ଷରତା କେନ୍ଦ୍ରର ଉପଦେଷ୍ଟା ରବୀନ୍ଦ୍ର ପ୍ରଧାନ ଏବଂ ମୁନା ରାଉଳ ପ୍ରମୁଖ ସାଧନ ବ୍ୟକ୍ତି ଭାବେ ଉପସ୍ଥିତ ରହି ଉପଭୋକ୍ତା ମାନଙ୍କ ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କର ବିଭିନ୍ନ ଆର୍ଥିକ ସୁରକ୍ଷା ଯୋଜନା ସମ୍ପର୍କରେ ଆଲୋଚନା କରିବା ସହ  ସାଇବର ସୁରକ୍ଷା ସମ୍ପର୍କରେ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ। ଅନୁଷ୍ଠାନର ଜାତୀୟ ସେବା ଯୋଜନା, ଯୁବ ରେଡ଼କ୍ରସ ଏବଂ ସ୍କାଉଟ ଓ ଗାଇଡ଼ ଶାଖାର ସମସ୍ତ ସ୍ବେଛାସେବୀମାନେ କର୍ମଶାଳାରେ ଯୋଗଦେଇ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଶେଷରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ଅଧ୍ୟାପକ ପି ଦିପକ ରାଓ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ଦୀପୁ ଭୂୟାଁ, ଗଙ୍ଗାଧର ରଣା, ତ୍ରିନାଥ ବେହେରା, ପ୍ରଦୀପ ଦିଗାଲ, ସ୍ୱରୂପରାଣୀ ବିଶ୍ୱାଳ, ବିଭାସ କୁମାର ମଲ୍ଲିକ, ରମେଶ ଚନ୍ଦ୍ର ବିଶୋଇ, ବଳରାମ ଗୌଡ଼, ମହେଶ୍ୱର ଗୌଡ଼ ଏବଂ ମହେଶ୍ୱର ନାଇକ ପ୍ରମୁଖ ଉପସ୍ଥିତ ରହି କର୍ମଶାଳା ଆୟୋଜନରେ ସହଯୋଗ କରିଥିଲେ।

Leave A Reply

Your email address will not be published.