କଳିଙ୍ଗ ସାମ୍ବାଦିକ ସଂଘ ତରଫରୁ ଗାନ୍ଧିଜୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ

11

ଗୁଣପୁର ରୁ ସନ୍ତୋଷ କୁମାର: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ୧୫୭ ତମ ଜୟନ୍ତୀ ଓ ଭାରତର ପୂର୍ବତନ ତଥା ସ୍ୱାଧୀନ ଭାରତର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ୧୨୨ ତମ ଜୟନ୍ତୀ ଗୁଣପୁର କଳିଙ୍ଗ ସାମ୍ବାଦିକ ସଂଘ ତରଫରୁ ପାଳନ ହୋଇଯାଇଛି । ଏହି ଅବସରରେ ଗୁଣପୁର କଳିଙ୍ଗ ସାମ୍ବାଦିକ ସଂଘ ସଂଘ ର ଆବାହକ ଶ୍ରୀ ଶକ୍ତି ଦାଶ ଙ୍କ ଅଧ୍ୟକ୍ଷତାରେ ସଂଘର ଅସ୍ଥାୟୀ କାର୍ଯ୍ୟାଳୟ ଠାରେ ଦୁଇ ମହାପୁରୁଷଙ୍କ ଜୟନ୍ତୀ ପାଳନ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉପସ୍ଥିତ ଅତିଥି ଓ ସଂଘ ସଦସ୍ୟ ମାନେ ମହା ପୁରୁଷ ମାନଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟ, ଧୂପ ଦେବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଅୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଗୁଣପୁର ଉପଖଣ୍ଡ ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ ଶ୍ରୀ ଧନଞ୍ଜୟ ବେହେରା ଉପସ୍ଥିତ ରହି ଅହିଁସା, ସତ୍ୟ, ଧର୍ଯ୍ୟର ଜନକ ଗାନ୍ଧିଜୀଙ୍କ ସ୍ୱାଧୀନତା ସଂଗ୍ରାମ ଓ ଅଖଣ୍ଡ ଭାରତ ଗଠନ ବିଷୟରେ ନିଜର ମତ ରଖିଥିବା ବେଳେ ଅନ୍ୟତମ ଅତିଥି ଭାବେ ଅନନ୍ତ ପାତ୍ର ଯୋଗ ଦେଇ ଗାନ୍ଧିଜୀଙ୍କ ଅହିଁସା ଓ ଶାସ୍ତ୍ରିଜୀଙ୍କ “ଜୟ ଯବାନ ଜୟ କିଷାନ” ନାରା ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂଘର ଉପ ସଭାପତି ଇପିଲି ଶାବବିଶ୍ ଓ ସଙ୍ଗଠନ ସମ୍ପାଦକ କିରଣ ପାଣିଗ୍ରାହୀଙ୍କ ସମେତ ସଦସ୍ୟ ସୂର୍ଯ୍ୟ ପ୍ରକାଶ ପଟ୍ଟନାୟକ, ହରିହର ଶତପଥୀ, ରଞ୍ଜିତ କୁମାର ସାହୁ ଓ ସୁନୀଲ କୁମାର ସାବତ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.