ବରଗଡ଼:- ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭଟଲି ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଭଟଲି ବିଧାନସଭା ନିର୍ବାଚନମଣ୍ଡଳୀ ବିକାଶ କମିଟି ବୈଠକ ଅନୁଷ୍ଠିତ ହୋଇଛି ।ବୈଠକରେ ମାନ୍ୟବର ବିଧାୟକ ଶ୍ରୀ ଆଚାର୍ଯ୍ୟ ସାସ୍ଥ୍ୟ, ଶିକ୍ଷା, କୃଷି, ଜଙ୍ଗଲ, ଉଦ୍ୟାନ, ପୂର୍ତ୍ତ , ରାଜସ୍ୱ, ପାନୀୟ ଜଳ ଯୋଗାଣ,ପୋଲିସ ଏବଂ ଜଳ ସେଚନ ବିଭାଗ ଦ୍ୱାରା ଭଟଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅମ୍ବାଭନା ,ଭଟଲି ଏବଂ ସୋହେଲା ବ୍ଲକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଅଟକି ରହିଥିବା କାର୍ଯ୍ୟ ଗୁଡିକୁ ଯଥାଶୀଘ୍ର ସମାପ୍ତ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ଏତଦ୍ ବ୍ୟତିତ ଜିଲ୍ଲା ତଥା ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତ ବିଭାଗ ତଥା ବିଭାଗୀୟ ଅଧିକାରୀ ସମନ୍ୱୟ ନିହାତି ଜରୁରୀ, ତେଣୁ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ କହିଥିଲେ ।ଅପହ଼ଞ୍ଚ ଅଂଚଳରେ ଶିକ୍ଷକ ଏବଂ ଡାକ୍ତର ନିଯୁକ୍ତିକୁ ଗୁରୁତ୍ବ ଦେଇ, ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ଏବଂ ସାଧାରଣ ଲୋକଙ୍କ ଜମି ପଟ୍ଟା ବାଣ୍ଟିବା ସହ ଲୋକଙ୍କୁ ପୂର୍ବରୁ ମିଳିଥିବା ପଟ୍ଟାର ଜମି ଯଥାଶୀଘ୍ର ଚିହ୍ନଟ କରି ହସ୍ତାନ୍ତର କରିବାକୁ ନିର୍ଦେଶ ଦେଇଛନ୍ତି । ଭଟଲି ନିର୍ବାଚନ ମଣ୍ଡଳୀର ତିନୋଟି ବ୍ଲକ୍ ରେ ଗତ ଅର୍ଥିକ ବର୍ଷରୁ ଅନୁମୋଦିତ ହୋଇଥିବା ସମସ୍ତ ପ୍ରକଳ୍ପର ପ୍ରଗତି, ରାସନ କାର୍ଡ କେୱାସି ଭେରିଫିକେସନ୍ ବ୍ୟବସ୍ଥା , ଜୀବିକା ମିଶନ, ସୁଭଦ୍ରା ଯୋଜନା ପଞ୍ଜିକରଣ, ଜଳ ସେଚନ ପ୍ରକଲ୍ପରେ ବିଦ୍ୟୁତ୍ ସଂଯୋଗୀକରଣ ବ୍ୟବସ୍ଥା , ମିଶନ ଶକ୍ତି ମହିଳାଙ୍କୁ ମିଳୁଥିବା ସମସ୍ତ ସୁବିଧା ବିଷୟରେ ପଚାରି ବୁଝିଥିଲେ । ଡେବ୍ରିଗଡ ଅଭୟାରଣ୍ୟର ଆବଶ୍ୟକ ଉନ୍ନତିକରଣ ପାଇଁ ଯଥାଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ବନଖଣ୍ଡ ଅଧିକାରୀଙ୍କ ସହ ଆଲୋଚନା କରି ବିଭିନ୍ନ ଜାଗାରେ ଜଙ୍ଗଲ ଜମିରେ ଥିବା ମାଟି ରାସ୍ତାର ଉନ୍ନତି ପାଇଁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିବାକୁ ନିର୍ଦେଶ ଦେଇଛନ୍ତି । ପରିଶେଷରେ ନିଜ ନିର୍ବାଚନ ମଣ୍ଡଳୀର ତିନୋଟି ଭାରପ୍ରାପ୍ତ ଥାନା ଅଧିକାରୀଙ୍କୁ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ । ଉକ୍ତ ବୈଠକରେ ତିନୋଟି ବ୍ଲକ୍ ଚେୟାରମେନଙ୍କ ସମେତ ଜିଲ୍ଲାପାଳ , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ମୂଖ୍ୟ ବନଖଣ୍ଡ ଅଧିକାରୀ, ଡେବ୍ରିଗଡ ବନଖଣ୍ଡ ଅଧିକାରୀ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.