ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ନବରଙ୍ଗପୁରମ ଜିଲ୍ଲା ସଂସ୍କୃତ ଦିବସ ମହା ସମାରୋହ-2024 ଅନୁଷ୍ଠିତ,

0

ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ.:  ନବରଙ୍ଗପୁର ସହର ସ୍ଥିତ ରାଜା ଚୈତନ୍ୟ ଦେବ ନୋଡାଲ ହାଇସ୍କୁଲ ଠାରେ ନବରଙ୍ଗପୁର ଜିଲ୍ଲାର ସମସ୍ତ ସଂସ୍କୃତ ଶିକ୍ଷକ ଙ୍କ ଦ୍ଵାରା ଏକ ବିଶାଳ ସଭାର ଆୟୋଜନ କରାଯାଇଛି। ଆଜିକାଲି ର ଆଧୁନିକ ଯୁଗରେ ଦିନକୁଦିନ ସଂସ୍କୃତ ଭାଷା ଲୋପ ପାଇବାକୁ ବସିଲାଣି। ବିଭିନ୍ନ ଦେବାଦେବୀ ଙ୍କ ପାଖରେ ବିଭିନ୍ନ ମନ୍ତ୍ର ଉଚ୍ଚାରଣ କରି ପୂଜା କଲେ ମଧ୍ୟ ସଂସ୍କୃତ ର ବିଭିନ୍ନ ବହି ପଢିବାକୁ ମିଳୁଥିଲା ତାହା ଏବେ ସେଗୁଡ଼ାକ ଲୁଚି ବାକୁ ବସିଲାଣି। ଉନ୍ନିତ ଉଚ୍ଚ ବିଦ୍ୟାଳୟ ମଝି ଧନୁଆ ପ୍ରଧାନ ଶିକ୍ଷକ ବଦ୍ରିନାଥ ବିଶ୍ୱାଳ ଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସମୟରେ ସଂସ୍କୃତ ପ୍ରାଥମିକ ସ୍ତରରୁ ପାଠପଢା ହେବା ଆବଶ୍ୟକ। ଏହି ଭାଷା ହେଉଛି ଦେବ ଭାଷା ଏବଂ ସମାଜ ସଂସ୍କାର ଆଣିବା ଭାଷା। ଏହି ଭାଷା କୁ ଆଗକୁ ଆଣିବାକୁ ହେଲେ ଆମେ ପ୍ରାଥମିକ ସ୍ତରରୁ ଏହାର ପାଠପଢ଼ା ସହ ଲୋକଙ୍କୁ ସଚେତନ କରାଇବା ଆବଶ୍ୟକ।
ସପ୍ତାହ କୁ ଥରେ ବା ଗୋଟିଏ ଦିନ ସଂସ୍କୃତ ଭାଷାରେ କଥା ବାର୍ତ୍ତା ହେବା ଆବଶ୍ୟକ।ଏଣୁ ସମସ୍ତ ସଂସ୍କୃତ ଶିକ୍ଷକ ଏହି ଭାଷାକୁ ସଂପ୍ର ସାରଣ କରିବା ଦିଗରେ ଆଗକୁ ନେବା ଆବଶ୍ୟକ ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଥିଲେ.ଶେଷରେ ନବରଙ୍ଗପୁର ବିଧାୟକ ଶ୍ରୀଯୁକ୍ତ ଗୌରୀ ଶଙ୍କର ମାଝୀ ସମସ୍ତ ଶିକ୍ଷକ, ଶିକ୍ଷକ ଅବିଭାବକ ମାନଙ୍କୁ କହିଲେ ଯେ ସଂସ୍କୃତ ଭାଷା ଓଡ଼ିଆ ଭାଷା ସହିତ ଅଙ୍ଗା ଅଙ୍ଗି ଭାବରେ ଜଡ଼ିତ ଅଛି। ଏହାକୁ ଅଧିକ ରୁ ଅଧିକ ଆଗକୁ ନେବା ଦରକାର ବୋଲି କହିଛନ୍ତି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ସଂମାନୀତ ଅତିଥି ଭାବେ ନବରଙ୍ଗପୁର ସଦର ବିଧାୟକ ଶ୍ରୀ ଗୌରି ଶଙ୍କର ମାଝୀ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଛତ୍ରପତି ସାହୁ, ଉତ୍କଳ ଶ୍ରୀଜଗନ୍ନାଥ ବିଶ୍ୱବିଦ୍ୟାଳୟର ପଣ୍ଡିତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ବୁଦ୍ଧିଜୀବୀ ଓ ସାମ୍ବାଦିକ ଉପସ୍ଥିତ ଥିଲେ, ଏହି କାର୍ଯ୍ୟକ୍ରମକୁ ସମସ୍ତ ସଂସ୍କୃତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ.

Leave A Reply

Your email address will not be published.