ନୂଆଗାଁ:ନୂଆଗାଁ ଥାନା ୫୭ ନଂ ଜାତୀୟ ରାଜପଥ ଲୁଣିସରା ଠାରେ ଇନୋଭା ସହିତ ଅଟୋ ଗାଡି ଧକ୍କା ହେବା ଫଳରେ ଅଟୋ ଚାଳକ ଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି।ସୂଚନା ଥାଉକି ଅପରାହ୍ନ ୪ ଟା ସମୟରେ ଭୂବନେଶ୍ୱର ରୁ ଏକ ଇନୋଭା ଗାଡି( ଓଡ଼ି- ୦୨- ବି ଡବ୍ଲୁ- ୧୭୨୭ )ଭୁବନେଶ୍ୱର ରୁ ଫୁଲବାଣୀ ଯାଉଥିବା ବେଳେ ଦଶପଲ୍ଲା ରୁ ନୟାଗଡ ଅଭିମୁଖେ ଯାଉଥିବା ଏକ ଅଟୋ( ଓଡ଼ି -୨୫ ସି -୪୦୦୨ ) ଲୁଣିସରା ନିକଟରେ ଉଭୟ ଗାଡି ମୁହାମୁହିଁ ହୋଇଥିଲେ।ଫଳରେ ଅଟୋ ଚାଳକ ଓଡ଼ଗାଁ ଥାନା ସାକେରୀ ଗ୍ରାମ ର ବାସୁଦେବ ପ୍ରଧାନ ଙ୍କ ପୁଅ ବିରଞ୍ଚି ନାରାୟଣ ପ୍ରଧାନ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ସହାୟତା ରେ ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।
ଘଟଣା ସ୍ଥଳରେ ନୂଆଗାଁ ପୁଲିସ ପହଞ୍ଚି ଗାଡି ଦୁଇଟିକୁ ଜବତ କରିବା ସହ ଏ ନେଇ ୧୮୦/୨୪ ରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.