ନୂଆଗାଁ: ଶ୍ରାବଣ ଆସିଲେ ସବୁଜିମା ଆସେ ।ସବୁଜିମା ଆସିଲେ ସବୁଜ ପତ୍ର ଡେମ୍ଫରେ ଧଳା ଧଳା ପାଖୁଡ଼ା ମେଲାଇ ପୋଖରୀ କୂଳ,ନଦୀ କୂଳ, ବିଲ ହୁଡା ଏବଂ ଖୋଲା ପଡ଼ିଆରେ ପବନ ସହିତ ଯିଏ ଦୋଳି ଖେଳି ଧରାକୁ ଧବଳ କରିଥାଏ ସେ ହେଉଛି କାଶତଣ୍ଡୀ। ଶରତ ଋତୁ ଶୁଭ୍ର ,ନିର୍ମଳ ଆକାଶ ଦେଖାଯିବା ସହ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ର ବିଭିନ୍ନ ନଦୀ ପଠା ରେ , ଜମି ହୁଡ଼ାରେ ,ରାସ୍ତା କଡ଼ରେ ,ପଡ଼ିଆରେ କାଶତଣ୍ଡୀ ଫୁଲ ଫୁଟି ପ୍ରକୃତି ର ସୋନ୍ଦର୍ଯ୍ୟ ବଢ଼ାଇବା ସହ ନୂଆଗାଁ ବ୍ଲକ୍ ର ସୁନ୍ଦରତା କୁ ମଧ୍ୟ ବଢ଼ାଉଛି।ସତେ ଯେପରି ଲାଗୁଛି ନୂଆଗାଁ ବ୍ଲକ୍ କୁ ଧଳା ଚଦର ଘୋଡାଇଦେଇଛି ପ୍ରକୃତି ରାଣୀ।ନୀଳ ଆକାଶ ତଳେ ଶସ୍ୟ ଶ୍ୟାମଳା ଧରଣୀ ର ମାଟି ଉପରେ ଖିଲି ଖିଲି ହସୁଛି କାଶ ତଣ୍ଡୀ ଫୁଲ। କାଶତଣ୍ଡୀ ଫୁଲର ବାସ୍ନା ନଥାଏ ସତ କିନ୍ତୁ ସୁନ୍ଦରତା ଅତ୍ୟନ୍ତ ମନୋହର। ନୂଆଗାଁ ବ୍ଲକ୍ ସଦର ମହକୁମା ନୂଆଗାଁ ଠାରୁ ବାହାଡ ଝୋଲା ଯିବା ରାସ୍ତାର ଉଭୟ ପାର୍ଶ୍ଵରେ କାଶତଣ୍ଡୀ ଫୁଲ ଫୁଟିଥିବା ଦେଖି ଯାତ୍ରୀ ମାନଙ୍କ ମନକୁ ପ୍ରଫୁଲିତ ହେଉଛି।ଏହି ଫୁଲକୁ ଦେଖି ପଥଚାରୀ, ବାଇକ୍ ଆରୋହୀ , କବି ,ଲେଖକ ବିଭୋର ହୋଇ ଅଟକି ଯାଉଛନ୍ତି।କାଶତଣ୍ଡୀ ଫୁଲର ସୁନ୍ଦରତା ଦେଖିଲେ ଲୋକମାନଙ୍କ ଅବସାଦ ଦୂର ହୋଇଯାଉଛି।ପବିତ୍ର ପାର୍ବଣ ଆଗମନ ର ସୂଚନା ଦେଇଛି କାଶତଣ୍ଡୀ ଫୁଲ।
Sign in
Sign in
Recover your password.
A password will be e-mailed to you.
Next Post